ମାଲକାନଗିରି: ଅପହୃତ ଯବାନଙ୍କୁ ହତ୍ୟା କଲେ ମାଓବାଦୀ । ଛୁଟିରେ ଘରକୁ ବୁଲି ଆସିଥିବା ପୋଲିସ ଅଧିକାରୀ ମୁରଲୀ ତାତିଙ୍କୁ ମାଓବାଦୀ ଉଠାଇ ନେଇ ତାଙ୍କୁ ହତ୍ୟା କରିଛନ୍ତି । ଏନେଇ ମାଓପୋଷ୍ଟର ଜାରି କରି ସୂଚନା ଦେଇଛନ୍ତି ମାଓବାଦୀ ।
ପୋଷ୍ଟରରେ ମାଓବାଦୀ ଲେଖିଛନ୍ତି, ମାଓ ସଙ୍ଗଠନକୁ ଦମନ କରିବାକୁ ଡିଆରଜିରେ ମୁରଲୀ ତାତି ସାମିଲ ହୋଇ ଅନେକ କ୍ଷତି ପହଁଞ୍ଚାଇଛନ୍ତି । ତେଣୁ ପ୍ରଜାକୋର୍ଟରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆୟାଇଛି । ବିଜାପୁରର କୁସୁମପାରା ଠାରେ ମାଓବାଦୀ ହତ୍ୟା କରି ମୁରଲୀଙ୍କ ମୃତଦେହକୁ ଛାଡି ଚାଲି ଯାଇଛନ୍ତି ।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଗତ 21 ତାରିଖରେ SI ମୁରଲୀ ତାତିଙ୍କୁ ମାଓବାଦୀ ଅପହରଣ କରିଥିଲେ। ସ୍ବାମୀଙ୍କୁ ମୁକ୍ତ କରିବାକୁ ଗୁହାରୀ କରିଥିଲେ ମୁରଲୀଙ୍କ ପତ୍ନୀ । ଯବାନ ଜଣକ ଛୁଟିରେ ଗାଁକୁ ଯାଇଥିଲେ। ଗାଁ ନିକଟରେ ମେଳା ଦେଖିବା ଯିବାବେଳେ ମାଓବାଦୀ ତାଙ୍କୁ ଅପହରଣ କରିନେଇଥିଲେ।