ETV Bharat / state

Arrow Attack: ସ୍ବାମୀର ଧନୁ ତୀର ମାଡ଼ରେ ସ୍ତ୍ରୀ ଗୁରୁତର

author img

By

Published : Apr 1, 2023, 9:52 PM IST

ପାରିବାରିକ କଳହର କରୁଣ ପରିଣତି । ସ୍ବାମୀର ଧନୁ ତୀର ମାଡ଼ରେ ସ୍ତ୍ରୀ ଗୁରୁତର । ଅଧିକ ପଢନ୍ତୁ

Arrow Attack
Arrow Attack
Arrow Attack: ସ୍ବାମୀର ଧନୁ ତୀର ମାଡ଼ରେ ସ୍ତ୍ରୀ ଗୁରୁତର

ମାଲକାନଗିରି: ପାରିବାରିକ କଳହର କରୁଣ ପରିଣତି । ସ୍ବାମୀର ଧନୁ ତୀର ମାଡ଼ରେ ସ୍ତ୍ରୀ ଗୁରୁତର । ମହିଳାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ ପୋଲିସ ଘଟଣା ଉପରେ ନଜର ରଖିଥିବା କହିଛି । ମହିଳାଙ୍କ ଶରୀରରୁ ବର୍ତ୍ତମାନ ସୁଧା ତୀର ବାହାର ହୋଇପାରିନଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ମୋଟୁ ଥାନା ଅନ୍ତର୍ଗତ କୋମଲପୁରମ ଗ୍ରାମର କୁରସାମି କାନି ନାମକ ମହିଳା ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ କୌଣସି କାରଣ ପାଇଁ ଝଗଡା ହୋଇଥିଲା । ଫଳର ନିଶାସକ୍ତ ସ୍ବାମୀ ଧନୁ ତୀର ଆଣି କୁରସାମିଙ୍କ ଉପରକୁ ତୀର ବାନ୍ଧି ଆକ୍ରମଣ କରିଥିଲା । ପରେ ଆକ୍ରମଣକାରୀ ସ୍ବାମୀ ଫେରାର ରହିଥିବା କହିଛନ୍ତି ପରିବାର ଲୋକେ । ଆକ୍ରମଣ ସମୟରେ ଘଟଣା ସ୍ଥଳରେ କେହି ନଥିବାରୁ, ଗ୍ରାମର କିଛି ଲୋକେ ମହିଳାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ ସେଠାରେ ମହିଳା ଜଣକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିବା ଦେଖିଥିଲେ ।

ଏହା ବି ପଢନ୍ତୁ- ଭିକେ ପାଣ୍ଡିଆନଙ୍କ ମାଲକାନଗିରି ଗସ୍ତକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

ସ୍ଥାନୀୟ ଲୋକେ ଏହାକୁ ଦେଖିବା ପରେ ପରିବାର ଲୋକଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ଏକ ଆମ୍ବୁଲାନ୍ସ ସାହାଯ୍ୟରେ ନିକଟସ୍ଥ ମୋଟୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏ ନେଇ ମୋଟୁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ । ତଥାପି ପୋଲିସ ଘଟଣା ଉପରେ ନଜର ରଖିଥିବା କହିଛନ୍ତି ମୋଟୁ ଥାନା ଅଧିକାରୀ । ଚିକିତ୍ସାଳୟରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେଠାରୁ ଡାକ୍ତର ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ଏବେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଯଦି ପରବର୍ତ୍ତୀ ସମୟରେ ଅଧିକ ଗୁରୁତର ହୁଅନ୍ତି ତେବେ ତାଙ୍କୁ କୋରାପୁଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ଡାକ୍ତର ।

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମହିଳାଙ୍କ ଚିକିତ୍ସା ଆରମ୍ଭ କରିଥିଲେ ମଧ୍ୟ ମହିଳାଙ୍କ ଶରୀରରୁ ବର୍ତ୍ତମାନ ସୁଧା ତୀର ବାହାର ହୋଇପାରିନଥିବା ଜଣାପଡ଼ିଛି । ତେବେ ସମସ୍ତ ମେଡିକାଲ ରିପୋର୍ଟ ଆସିଲେ ତାଙ୍କର ଅପରେସନ କରାଯିବ ବୋଲି କହିଛନ୍ତି ଡାକ୍ତର । ଆଗରୁ ମଧ୍ୟ ଏମିତି ତୀର ମରା ଘଟଣା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଛି । ଯେଉଁଠି ଡାକ୍ତର ସପନ କୁମାର ଡିଣ୍ଡା ସଫଳ ଭାବେ ଅସ୍ତ୍ରୋପଚାର କରି ଆହତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଥିଲେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.