ମାଲକାନଗିରି: ନିର୍ଭୟା ଯୋଜନାରେ କାର୍ଯ୍ୟ କରିବା ପାଇଁ ମାଲକାନଗିରି ଥାନାକୁ ଦିଆଗଲା ୭ ଟି ସ୍କୁଟି । ନାରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଭୟା ଯୋଜନା ଆନୁକୁଲ୍ୟରେ ମାଲକାନଗିରି ଜିଲ୍ଲା ପୋଲିସ ପକ୍ଷରୁ ୭ ଟି ସ୍କୁଟି ପ୍ରଦାନ କରାଯାଇଛି ।
ଜିଲ୍ଲାରେ 7ଟି ସ୍କୁଟିକୁ ମାଲକାନଗିରି ପୋଲିସ ମୁଖ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ଋଷିକେଶ ଖିଲାରୀ ଏହାକୁ ସମସ୍ତ ମହିଳା ପୋଲିସ କର୍ମଚାରୀଙ୍କୁ ପ୍ରଦାନ କରିଥିଲେ ।
ଏହି ଗାଡି ଦ୍ବାରା ନିର୍ଯ୍ୟାତିତ ମହିଳା ଓ ଯୁବତୀଙ୍କୁ ତୁରନ୍ତ ନ୍ୟାୟ ଦେବା ପାଇଁ ଏହି ଗାଡିର ସୁବିଧା ଦିଆଯିବ । ମହିଳାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଗାଡି ଦ୍ଵାରା ପାଟ୍ରୋଲିଂ ସୁବିଧା ମଧ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଏସପି ଋଷିକେଶ ଖିଲାରୀ, ଏସଡିପିଓ ଅଂଶୁମାନ ଦ୍ବିବେଦୀ, ଟାଉନ ଥାନା ଆଇଆଇସି ରାମ ପ୍ରସାଦ ନାଗ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ