ETV Bharat / state

ମାଲକାନଗିରିରେ ୬୮ତମ ଜିଲ୍ଲା ପରିଷଦ ବୈଠକ

author img

By

Published : Oct 22, 2020, 8:10 AM IST

ଅନୁଷ୍ଠିତ ହୋଇଯାଇଛି ମାଲକାନଗିରି ଜିଲ୍ଲାର ୬୮ ତମ ଜିଲ୍ଲା ପରିଷଦ ବୈଠକ । ଏହାର ଅଧ୍ୟକ୍ଷତା କରିଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦଶରଥ ପଡିଆମି । ତେବେ କୋଭିଡ ନିୟମକୁ ପାଳନ କରାଯାଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଅଧିକ ପଢନ୍ତୁ...

68th Zilla Parishad meeting held in malkangiri
ମାଲକାନଗିରିରେ ୬୮ତମ ଜିଲ୍ଲା ପରିଷଦ ବୈଠକ

ମାଲକାନଗିରି: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ମାଲକାନଗିରି ଜିଲ୍ଲାର ୬୮ ତମ ଜିଲ୍ଲା ପରିଷଦ ବୈଠକ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦଶରଥ ପଡିଆମିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଆଦି ପ୍ରମୁଖ ଏବଂ ସମସ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଓ ଅଧକ୍ଷା ଏବଂ ଜିଲ୍ଲାସ୍ତରର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ତେବେ କୋଭିଡ ନିୟମକୁ ପାଳନ କରାଯାଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ମାଲକାନଗିରିରେ ୬୮ତମ ଜିଲ୍ଲା ପରିଷଦ ବୈଠକ

ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ତୃତୀୟ ପର୍ଯ୍ୟାୟ ପ୍ରକଳ୍ପର ଖସଡା ପ୍ରସ୍ତୁତ କରାଯାଇ ଅନୁମୋଦନ ନିମନ୍ତେ ଉପସ୍ଥାପନ କରଯାଇଥିଲା । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ତୃତୀୟ ପର୍ଯ୍ୟାୟ ପ୍ରକଳ୍ପର ଆଭିମୁଖ୍ୟ ଯଥା ମୁଖ୍ୟ ରାସ୍ତା ଗୁଡିକୁ ସଂଯୋଗ କରୁଥିବା ରାସ୍ତା ଏବଂ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ଥିବା ଗ୍ରାମ୍ୟ ଯଥା ଉଚ୍ଚ ବିଦ୍ୟାଳୟ , ସ୍ନାତକ ମହାବିଦ୍ୟାଳୟ , ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଇତ୍ୟାଦିକୁ ରାସ୍ତା ସଂଯୋଗୀକରଣ ନିମନ୍ତେ ପ୍ରତି ପଞ୍ଚାୟତ ସମିତିକୁ ଚଳିତ ଆର୍ଥିକ ବର୍ଷରେ ୩୦ କି.ମି ରାସ୍ତାର ନିର୍ମାଣ କରିବାରର ବ୍ୟବସ୍ଥା ଥିବା ବେଳେ ମାଲକାନଗିରି ଜିଲ୍ଲା ନିମନ୍ତେ ସରକାର ପ୍ରତି ପଞ୍ଚାୟତ ସମିତିକୁ ୩୦ କି.ମି ରାସ୍ତାର ପ୍ରକଳ୍ପ ଅନୁମୋଦନ କରି ପ୍ରେରଣ କରିବା ନିମନ୍ତେ ସୁପାରିଶ କରିଛନ୍ତି । ଯଦ୍ବାରା ଚଳିତ ଆର୍ଥିକ ବର୍ଷରେ ମାଲକାନଗିରି ଜିଲ୍ଲା ୩୫୦ କି.ମି ରାସ୍ତାର ସଂଯୋଗୀକରଣ କରାଯାଇ ପାରିବ ।

ସମସ୍ତ ସଭ୍ୟ ଓ ସଭ୍ୟାଙ୍କୁ ଅନୁରୋଧ କରଯାଇଥିଲା ଯେ ସରକାରଙ୍କର ମାର୍ଗଦର୍ଶୀକକୁ ଅବଲମ୍ବନ କରି ପ୍ରକଳ୍ପ ପ୍ରେରଣ କରିବେ । ସେହିଭଳି ଜିଲ୍ଲା ପରିଷଦ ବୈଠକରେ ସ୍ବାସ୍ଥ୍ୟ, କୃଷି, ଶିକ୍ଷା, ପାନୀୟ ଜଳ ଯୋଗାଣ ଏବଂ ସରକାରଙ୍କ ଅନ୍ୟାନ୍ୟ ଯୋଜନା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଥିଲା ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.