ETV Bharat / state

Marriage Procession Accident: ମାଡ଼ିଗଲା ଟ୍ରକ, ବରର ବାପା ସମେତ 3 ମୃତ

author img

By

Published : Nov 24, 2021, 7:36 PM IST

Updated : Nov 24, 2021, 8:26 PM IST

ବରଯାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ । ଏଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଚାରି ଗୁରୁତର । ଅଧିକ ପଢନ୍ତୁ

Marriage Procession Accident: ମାଡ଼ିଗଲା ଟ୍ରକ, ବରର ବାପା ସମେତ 3 ମୃତ
Marriage Procession Accident: ମାଡ଼ିଗଲା ଟ୍ରକ, ବରର ବାପା ସମେତ 3 ମୃତ

ମାଲକାନଗିରି : ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ (truck rams people in a marriage procession) । ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ହୋଇଛନ୍ତି । ମାଲକାନଗିରି ଜିଲ୍ଲା ପାଣ୍ତ୍ରିପାଣି ଠାରେ ଘଟିଛି ଏକ ଦୁଃଖଦ ଘଟଣା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ ପାଣ୍ତ୍ରିପାଣି ମୁଖ୍ଯ ରାସ୍ତାରେ ଏକ ବରଯାତ୍ରୀ ପ୍ରୋସେସନ ଚାଲିଥିଲା । ଏହି ସମୟରେ ଜୟପୁର ଠାରୁ ମାଲକାନଗିରି ଅଭିମୁଖେ ଆସୁଥିବା ଟ୍ରାକଟି ହଠାତ୍ ବରଯାତ୍ରୀଙ୍କ ଉପରେ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରିଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ବରର ବାପା ରହିଛନ୍ତି । ଯେ ହେଉଛନ୍ତି ପାଣ୍ତ୍ରିପାଣି ସରପଞ୍ଚ ଶିବ ଖେମୁଡୁ। ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ହେଲେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେପଟେ, ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ରାସ୍ତା ଜାମ କରିଥିବା ଜଣାପଡିଛି । ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ଯାଏଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିବା ଗ୍ରାମବାସୀ ମାନେ କହିଛନ୍ତ ।

ମାଲକାନଗିରିରୁ ପଞ୍ଚାନନ ଦାଶ ,ଇଟିଭି ଭାରତ

Last Updated : Nov 24, 2021, 8:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.