ETV Bharat / state

ଦାଦନ ଖଟିବାକୁ ଯାଉଥିବାବେଳେ ୩ ନାବାଳିକା ଉଦ୍ଧାର - ଦାଦନ ଖଟିବାକୁ ଯାଉଥିବାବେଳେ ନାବାଳିକା ଉଦ୍ଧାର

ଆନ୍ଧ୍ର୍ରର ଏକ ପେପର ମିଲକୁ କାମ କରିବାକୁ ଯାଉଥିବାବେଳେ ମାଲକାନଗିରି ମୋଟୁରୁ 3 ନାବାଳିକା ଉଦ୍ଧାର । ଅଧିକ ପଢନ୍ତୁ...

ଦାଦନ ଖଟିବାକୁ ଯାଉଥିବାବେଳେ ୩ ନାବାଳିକା ଉଦ୍ଧାର

author img

By

Published : Apr 15, 2021, 8:58 PM IST

ମାଲକାନଗିରି: ପଡୋଶୀ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଉଥିବାବେଳେ 3 ନାବାଳିକା ଉଦ୍ଧାର । ମାଲକାନଗିରି ମୋଟୁ ଥାନା ପୋଲିସ ବୁଧବାର ରାତ୍ରିରେ ସେମାନଙ୍କୁ ଉଦ୍ଧାର କରିଛି । ତିନି ଜଣ ନାବାଳିକାଙ୍କୁ ସିଡବ୍ଲ୍ୟୁସି ପକ୍ଷରୁ ପଚରାଉଚରା କରାଯିବା ପରେ ସେମାନଙ୍କ ଅଭିଭାବକକୁ ଡକାଇ ସେମାନଙ୍କ ପାଠ ପଢିବା ନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।

ଦାଦନ ଖଟିବାକୁ ଯାଉଥିବାବେଳେ ୩ ନାବାଳିକା ଉଦ୍ଧାର

ନାବାଳିକାମାନେ ଆନ୍ଧ୍ର୍ରର ଏକ ପେପର ମିଲକୁ କାମ କରିବାକୁ ଯାଉଥିବା ଜଣାପଡିଛି । ଏନେଇ ମାଲକାନଗିରି ପୋଲିସକୁ ମୋଟୁ ପୋଲିସ ଖବର ଦେବା ପରେ ପୋଲିସ ଅଧିକାରୀ ରାମ ପ୍ରସାଦ ନାଗଙ୍କ ନିର୍ଦ୍ଦେଶରେ କିଛି ପୋଲିସ କର୍ମଚାରୀ ସେଠାରେ ପହଞ୍ଚିଥିଲେ । ଏହି ତିନି ଜଣ ନାବାଳିକାକୁ ଉଦ୍ଧାର କରି ସିଡବ୍ଲୁସି ନିକଟରେ ହାଜର କରାଇଥିଲେ।

ମାଲକାନଗିରି ଅଞ୍ଚଳରୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ନାବାଳକ ଏବଂ ନାବାଳିକାମାନେ ବିଭିନ୍ନ ଉପାୟରେ ଜିଲ୍ଲାରୁ ଖସି ବାହାର ଜିଲ୍ଲାରେ ପହଞ୍ଚୁଛନ୍ତି । ଦଲାଲମାନେ ପୋଲିସ ଏବଂ ଶ୍ରମ ବିଭାଗ ଆଖିରେ ଧୂଳି ଦେଇ ଏମାନଙ୍କୁ ଜିଲ୍ଲା ପାର କରାଇବାରେ ସକ୍ଷମ ହେଉଛନ୍ତି । ବର୍ତ୍ତମାନ ସ୍କୁଲ କଲେଜ ବନ୍ଦ ଥିବାରୁ ଦଲାଲମାନେ ପିଲାମାନଙ୍କୁ ଟାର୍ଗେଟ କରୁଛନ୍ତି । କମ୍ ଟଙ୍କାରେ ଅଧିକା କାମ ହେଉଥିବାରୁ ଏମାନଙ୍କୁ ନେବା ପାଇଁ ବଡ ବଡ କମ୍ପାନୀ ମଧ୍ୟ ଇଚ୍ଛା ପ୍ରକଟ କରୁଥିବା ଦେଖିବାକୁ ମିଳିଛି । ତେବେ ପୋଲିସ ଓ ଶ୍ରମ ବିଭାଗ ପକ୍ଷରୁ ଘନ ଘନ ଚଢାଉ ହେଲେ ଦଲାଲମାନେ ଭୟ କରିବେ ଏବଂ ଏହି ଚାଲାଣ କମ୍ ହେବ ବୋଲି କୁହାଯାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.