ETV Bharat / state

19 ଦିନର ବିରତି: ପୁଣି ମାଲକାନଗିରିରୁ 2 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Apr 3, 2021, 12:03 PM IST

ଦୀର୍ଘ 19 ଦିନର ବିରତି ପରେ ପୁଣି ଜିଲ୍ଲାରେ କୋରୋନା ସଂକ୍ରମିତ । ଜିଲ୍ଲାରେ ଆଜି(ଶନିବାର) 2 ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ମାଲକାନଗିରିରେ 2 କୋରୋନା ଆକ୍ରାନ୍ତ ଚିହ୍ନଟ
ମାଲକାନଗିରିରେ 2 କୋରୋନା ଆକ୍ରାନ୍ତ ଚିହ୍ନଟ

ମାଲକାନଗିରି: ଦୀର୍ଘ 19 ଦିନର ବିରତି ପରେ ପୁଣି ଜିଲ୍ଲାରେ କୋରୋନା ସଂକ୍ରମିତ । ଜିଲ୍ଲାରେ ଆଜି(ଶନିବାର) 2 ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜଣେ କାଲିମେଳା ବ୍ଲକର ଓ ଜଣେ ପଡିଆ ବ୍ଲକ କାଲଦାପାଲ୍ଲୀ ଗ୍ରାମର ।

ମାଲକାନଗିରିରେ 2 କୋରୋନା ଆକ୍ରାନ୍ତ ଚିହ୍ନଟ
ମାଲକାନଗିରିରେ 2 କୋରୋନା ଆକ୍ରାନ୍ତ ଚିହ୍ନଟ

ସଂକ୍ରମିତ 2 ଜଣଙ୍କ କୌଣସି ଟ୍ରାଭେଲ ଇତିହାସ ଓ ସ୍ଥାନୀୟ କଣ୍ଟାକ୍ଟ ନଥିବା ବେଳେ ସେମାନଙ୍କୁ ଥଣ୍ଡା ଓ ଜର ଥିବା ଜଣାପଡିଛି । ଗତ ମାର୍ଚ୍ଚ 14 କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ଲଗାତାର 19 ଦିନ କୌଣସି ସଂକ୍ରମଣ ରିପୋର୍ଟ କରାଯାଇନଥିଲା । ଏହାସହ ଜିଲ୍ଲାରେ ସମସ୍ତେ ସୁସ୍ଥ ହୋଇଥିଲେ । କୋରୋନା ପରିଚାଳନାରେ ରାଜ୍ୟରେ ମାଲକାନଗିରି ଶୀର୍ଷ ସ୍ଥାନ ଅଧିକାର କରିଛି ।

ମାଲକାନଗିରିରେ 2 କୋରୋନା ଆକ୍ରାନ୍ତ ଚିହ୍ନଟ
ମାଲକାନଗିରିରେ 2 କୋରୋନା ଆକ୍ରାନ୍ତ ଚିହ୍ନଟ

ସୂଚନାଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାରେ ମୋଟ ୫୨୪୮ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୨୨୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଅନ୍ୟପକ୍ଷେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.