ETV Bharat / state

ମାଲକାନଗିରିରୁ 187 କେଜି ଗଞ୍ଜେଇ ଜବତ, 4 ଗିରଫ - 4 arrest

ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲ୍ଲି ଛକରେ 187 କେଜି ଗଞ୍ଜେଇ ଜବତ କରିଛି ମାଥିଲି ପୋଲିସ । ଏହି ମାମଲାରେ 4 ଜଣଙ୍କୁ ପୋଲିସ ଗିରଫ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Jun 3, 2019, 7:44 PM IST

ମାଲକାନଗିରି: ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରୁ ଗଞ୍ଜେଇ ନେଇ ଉତ୍ତର ପ୍ରଦେଶକୁ ଯାଉଥିବା ସମୟରେ 187 କେଜି ଚୋରା ଗଞ୍ଜେଇ ଜବତ କରିଛି ମାଥିଲି ଥାନା ପୋଲିସ । ଏହି ମାମଲାରେ 4 ଜଣ ଗିରଫ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ସୂଚନା ଅନୁସାରେ ମାଥିଲି ଥାନା ପୋଲିସ ସୋମବାର 2ଟି ଗଞ୍ଜେଇ ବୋଝେଇ କାର ଜବତ କରିଛି । ଚିତ୍ରକୋଣ୍ଡା ଅଞ୍ଚଳରୁ ଗଞ୍ଜେଇ ନେଇ ଉତ୍ତର ପ୍ରଦେଶକୁ ଯାଉଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଗୋବିନ୍ଦପାଲ୍ଲି ଛକରେ ପୋଲିସ ଗାଡି 2ଟିକୁ ଅଟକାଇ ଯାଞ୍ଚ କରିଥିଲା । ଏହି ସମୟରେ ଏଥିରୁ 187 କେଜି ଚୋରା ଗଞ୍ଜେଇ ବାହାରିଥିଲା ।

ଗାଡି ଦୁଇଟି ସହ ପୋଲିସ 4 ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଉତ୍ତର ପ୍ରଦେଶର ମୋହନ ନାଟ, ଶ୍ୟାମ ସୁନ୍ଦର ପାଠକ, ବିହାରର ନିରଞ୍ଜନ କୁମାର ଓ ଧନଞ୍ଜୟ ସୋନି । ପୋଲିସ ଚୋରା ଗଞ୍ଜେଇ ସହ 4 ଜଣଙ୍କୁ କୋର୍ଟ ଚାଲାଣ କରିଛି ।

ଚଳିତବର୍ଷ ବର୍ତ୍ତମାନ ସୁଧା ମାଲକାନଗିରି ଜିଲ୍ଲାରେ ସମୁଦାୟ 45ଟି ଗଞ୍ଜେଇ ମାମଲା ରୁଜୁ ହୋଇଥିବା ଜଣାପଡିଛି । ପାଖାପାଖି 8 ହଜାର କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ 68 ଜଣ ଚୋରା ଚାଲାଣକାରୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା 68 ଜଣ ଚୋରା ଚାଲାଣ କାରିଙ୍କ ମଧ୍ୟରେ 38ଜଣ ଓଡିଶା ବାହାରୁ ରହିଥିବା ମାଲକାନଗିରି ପୋଲିସ ସୂଚନା ଦେଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.