ମାଲକାନଗିରି: ଭୋଗ ଖାଇ ଶତାଧିକ ଲୋକ ଅସୁସ୍ଥ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ଏମ୍ଭି-25 ଗାଁରେ । ସମସ୍ତ ଅସୁସ୍ଥଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନାମୁତାବକ, ପାଗଳ କୁକର କାମୁଡି ଥିବା ଏକ ଗାଈର କ୍ଷୀରରେ ପ୍ରସ୍ତୁତ ହୋଇଥିବା ଭୋଗ ଖାଇ ଏମ୍ଭି-25 ଗାଁର ପ୍ରାୟ 150 ଲୋକେ ଆକ୍ରାନ୍ତ ହୋଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତେବେ ଅସୁସ୍ଥଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣା ପଡିଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ