ମାଲକାନଗିରି:ଭୁଶୁଡୁଛି ଲାଲଗଡ଼ । ଏକାଥରକେ 14 ମାଓବାଦୀ କଲେ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲା ପୋଲିସକୁ ବଡ ସଫଳତା । ଏମାନଙ୍କ ମଧ୍ୟରେ ଦୁଇ ଜଣଙ୍କ ନାଁରେ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରହିଥିଲା ।
ଦାନ୍ତେୱାଡା ଜିଲ୍ଲାର କିରଣ୍ଡୁଲ ଥାନାରେ ଆତ୍ମସମର୍ପଣ କରିଛନ୍ତି 14 ମାଓବାଦୀ । ଆତ୍ମସମର୍ପଣ କରିଥିବା ମାଓବାଦୀ ମଲାଙ୍ଗିରି ଏରିଆ ମାଓ ସଙ୍ଗଠନର ସଦସ୍ୟ ବୋଲି ଜଣାପଡିଛି।
ପୋଲିସର ଆତ୍ମସମର୍ପଣ ନୀତି ଅନୁସାରେ ମାଓବାଦୀ ଆକର୍ଷିତ ହୋଇ 6 ମାସ ମଧ୍ୟରେ 63 ହାର୍ଡକୋର ମାଓବାଦୀ ସମେତ 240 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ