ETV Bharat / state

କୁଢକୁଢ ଆବର୍ଜନାରେ ଭର୍ତ୍ତି ଶହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲ, ସଫା କରି ପ୍ରତିବାଦ କଲେ ଯୁବପିଢି - ଯୁବ ଗୋଷ୍ଠୀଙ୍କ ନିଆରା ଢଙ୍ଗରେ ପ୍ରତିବାଦ

କୁଢକୁଢ ଅଳିଆରେ ଭର୍ତ୍ତି କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲ । ଡାକ୍ତରଖାନାରେ ପ୍ରାଶାସନିକ ଅବହେଳାକୁ ଯୁବ ଗୋଷ୍ଠୀଙ୍କ ନିଆରା ଢଙ୍ଗରେ ପ୍ରତିବାଦ । ଅଧିକ ପଢ଼ନ୍ତୁ

youth aware to people and cleans sahid lakshman nayak hospital in koraput
କୁଢକୁଢ ଆବର୍ଜନାରେ ଭର୍ତ୍ତି ଶହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲ, ଅଣ୍ଟା ଭିଡିଲେ ଯୁବପିଢି
author img

By

Published : Dec 8, 2022, 4:50 PM IST

କୋରାପୁଟ: ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲ ପରିସରକୁ ସ୍ବଚ୍ଛ ରଖିବାକୁ ଅଣ୍ଟା ଭିଡ଼ିଛନ୍ତି ଯୁବପିଢି । ଦୀର୍ଘ ଦିନ ଧରି ହସ୍ପିଟାଲ ପରିସରରେ କୁଢକୁଢ ମଇଳା ଏବଂ ଆବର୍ଜନା ଏଣେତେଣେ ପଡ଼ିରହିଥିଲା । ଅସ୍ବାସ୍ଥ୍ୟକର ପରିବେଶ ପାଇଁ ବିଭିନ୍ନ ସମୟରେ ସ୍ବାସ୍ଥ୍ୟ ସେବା ପାଇଁ ଆସୁଥିବା ରୋଗୀ ଅସନ୍ତୋଷ ପ୍ରକାଶ କରୁଥିଲେ । ହସ୍ପିଟାଲ ପରିସର ସ୍ବଚ୍ଛ ରଖିବାକୁ କୋରାପୁଟର କିଛି ଯୁବକ ଅଣ୍ଟା ଭିଡ଼ି ସଫେଇ କାର୍ଯ୍ୟକ୍ରମ କରି ନିଆରା ଢଙ୍ଗରେ ପ୍ରତିବାଦ ଜଣାଇଛନ୍ତି ।

କୋରାପୁଟର ମୁଖ୍ୟ ଡାକ୍ତରଖାନା ହେଉଛି ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲ । ପ୍ରତିଦିନ ଏଠାକୁ ଶହଶହ ରୋଗୀ ଚିକିତ୍ସା ପାଇଁ ଆସନ୍ତି । ହେଲେ ହସ୍ପିଟାଲ ପରିସସର କଥା ନକହିବା ଭଲ । ଚାରିପାଖରେ କୁଢକୁଢ ଅଳିଆ ଆବର୍ଜନା ପଡିରହିଥିବା ବେଳେ ଦୁର୍ଗନ୍ତରେ ପୁରା ପରିବେଶ ଫାଟି ପଡୁଥିଲା । ଏଭଳି ଅସ୍ବାସ୍ଥ୍ୟକର ପରିବେଶକୁ ଆସି ରୋଗୀ ସହ ସମ୍ପର୍କୀୟ ମଧ୍ୟ ରୋଗରେ ଆକ୍ରାନ୍ତ ହେବା ନେଇ ବାରମ୍ବାର ଡାକ୍ତରଖାନା ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲା । କିନ୍ତୁ ଏନେଇ କେହି କର୍ଣ୍ଣପାତ କରିନଥିଲେ ।

କୁଢକୁଢ ଆବର୍ଜନାରେ ଭର୍ତ୍ତି ଶହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲ

ହସ୍ପିଟାଲରେ ଏପରି ଦୂରାବସ୍ଥା ସମୟରେ କର୍ତ୍ତୃପକ୍ଷଙ୍କ ଏପରି ଅବହେଳାକୁ ଦେଖି କୋରାପୁଟର କିଛି ଯୁବକ ଅଣ୍ଟା ଭିଡ଼ିଛନ୍ତି । ଡାକ୍ତରଖାନା ପରିସରକୁ ନିଜେ ସଫା କରି ପ୍ରାଶାସନିକ ଅବହେଳାକୁ ସର୍ବସାଧାରଣରେ ଉଜାଗର କରିଛନ୍ତି । ସଫେଇ କର୍ମଚାରୀଙ୍କ ଦ୍ଵାରା ଡାକ୍ତରଖାନାକୁ ସଫା ରଖିବା ଦିଗରେ ପ୍ରଶାସନ ପଦକ୍ଷେପ ନେବା ପାଇଁ ସେମାନେ ଦାବି କରିବା ସହ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଏହି ପରିସରକୁ ସଫାସୁତୁରା ରଖିବା ପାଇଁ ଅପିଲ କରିଛନ୍ତି । ଦିନ ଦିନ ଧରି ରୋଗୀ ହନ୍ତସନ୍ତ ହେଉଥିବା ବେଳେ କୌଣସି ରାଜନୈତିକ ଦଳ କିମ୍ବା ନେତା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ଦିଗରେ ପ୍ରୟାସ ନ କରିବା ରୋଗୀଙ୍କୁ ବ୍ୟଥିତ କରିଛି ।

ରାଜ୍ୟ ସରକାର ଗୋଟିଏ ପରେ ଆଉ ଗୋଟିଏ ମେଡିକାଲ କଲେଜ୍ ଖୋଲି ଚାଲିଛନ୍ତି । କୋରାପୁଟ ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାରେ ଥିବା ଏକମାତ୍ର ମେଡିକାଲ କଲେଜକୁ ଅଣଦେଖା କରିବା କ୍ଷୋଭର ବିଷୟ ବୋଲି ରୋଗୀମାନେ ମତବ୍ୟକ୍ତ କରିଛନ୍ତି । ହସ୍ପିଟାଲରେ ଅଳିଆ ଆବର୍ଜନା ସାଙ୍ଗକୁ ବିପର୍ଯ୍ୟସ୍ତ ଗାଡ଼ି ପାର୍କିଂ ବ୍ୟବସ୍ଥା ସମସ୍ୟାକୁ ଦ୍ଵିଗୁଣିତ କରିଥିବା ଯୁବକ ମାନେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.