ETV Bharat / state

ଯୁବକଙ୍କ ଗଳା କାଟି ହତ୍ୟା, କାରଣ ଅସ୍ପଷ୍ଟ

author img

By

Published : Feb 7, 2023, 2:14 PM IST

କୋରାପୁଟ ବ୍ଲକ ଅଫିସ ନିକଟରେ ଯୁବକଙ୍କୁ ଘରେ ପଶି ହତ୍ୟା । କାରଣ ଖୋଜୁଛି ପୋଲିସ । ଅଧିକ ପଢନ୍ତୁ

murder cases in koraput
murder cases in koraput
murder cases in koraput

କୋରାପୁଟ: କୋରାପୁଟରେ ଚାଞ୍ଚଲ୍ୟ । ଘରେ ପଶି ଜଣେ ଯୁବକଙ୍କ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ବିଜୟ କୁମାର ପଣ୍ଡା । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍‌, ଡଗ୍‌ସ ସ୍କ୍ୱାଡ୍‌ ଓ କୋରାପୁଟ ଏସପି ଅଭିନବ ସୋନକା ତଦନ୍ତ ଜାରି ରଖିଛନ୍ତି । ଏଭଳି ହତ୍ୟାକାଣ୍ଡ ଘଟିଛି କୋରାପୁଟ ବ୍ଲକ ଅଫିସ ନିକଟରେ । ତେବେ କିଏ ଓ କାହିଁକି ଯୁବକ ଜଣଙ୍କୁ ହତ୍ୟା କଲେ ସେନେଇ ପୋଲିସ ତରଫରୁ କିଛି ସୂଚନା ହସ୍ତଗତ ହୋଇ ନାହିଁ । କିଛି ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ବ୍ଲକ ଅଫିସ ନିକଟରେ ବିଜୟ କୁମାର ପଣ୍ଡା ନାମକ ଯୁବକ ଅନେକ ଦିନ ଧରି ରହି ଘର କରି ରହି ଆସୁଥିଲେ । ନିଜର ବଡ଼ ଭାଇଙ୍କ ଜଳଖିଆ ଦୋକାନରେ କାମ କରୁଥିଲେ । ଗତକାଲି ବିଳମ୍ବିତ ରାତିରେ ବିଜୟ ଘରେ ଶୋଇଥିବା ସମୟରେ କେହି ତାଙ୍କର ଗଳା କାଟି ହତ୍ୟା କରିଥିବା ତାଙ୍କ ଭାଇ ଅଭିଯୋଗ ହୋଇଛି । ଏନେଇ ଖବର ପାଇ କୋରାପୁଟ ଏସପିଙ୍କ ସମେତ ଟାଉନ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, "ବିଜୟ ଜଣେ ବହୁତ ଭଲ ମଣିଷ ଥିଲେ । ତାଙ୍କର କାହା ସହିତ କୌଣସି ଶତୃତା ନଥିଲା । କିନ୍ତୁ ତାଙ୍କୁ କିଏ ହତ୍ୟା କଲା ଓ ଏହା ପଛରେ କାରଣ କଣ ରହିଛି ତାହା ଏବେ ସନ୍ଦେହ ଘେରରେ ।"

ବିଜୟଙ୍କ ପତ୍ନୀ ପୂର୍ବରୁ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ପିଲା ମାନେ ବ୍ରହ୍ମପୁର ରେ ରୁହନ୍ତ । ପତ୍ନୀ ବିୟୋଗ ହେବା ପରେ ସେ ମାନସିକ ଚିନ୍ତାରେ ଥିଲେ । ଗତକାଲି କେହି ଅଜଣା ବ୍ୟକ୍ତି ତାଙ୍କୁ ଗଳା କାଟି ହତ୍ୟା କରିଛି ବୋଲି ତାଙ୍କ ବଡ଼ ଭାଇ ଲକ୍ଷ୍ମୀ ଚରଣ ପଣ୍ଡା କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ ଓଡ଼ିଆ କଲେଜକୁ ପଠାଇ ଦେଇଛି।

ତେବେ କେଉଁ କାରଣରୁ ଏପରି ହତ୍ୟାକାଣ୍ଡ ଘଟିଲା, କିଏ ବିଜୟଙ୍କୁ ହତ୍ୟା କଲା ତାହା ଅସ୍ପଷ୍ଟ ରହିଛି । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଜାରି ରଖିଛି । ଏହି ହତ୍ୟା ଘଟଣାରେ କିଏକିଏ ସାମିଲ ରହିଛନ୍ତି ତାହା ପୋଲିସର ତଦନ୍ତ ପରେ ହିଁ ଜଣାପଡିବ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.