କୋରାପୁଟ: ପୁଣି ଏକ ସାମ୍ବାଦିକଙ୍କ ଜୀବନ ନେଲା କିଲର ଭାଇରସ କୋରୋନା। କୋରାପୁଟର ଯୁବ ସାମ୍ବାଦିକ ସୁମିତ ଅନକା କୋରୋନାରେ ପ୍ରାଣ ହରାଇଛନ୍ତି । ସେ ବିଶାଖାପାଟଣାର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।
କୋରାପୁଟ ଜିଲ୍ଲା ଜୟପୁରର ଯୁବ ସାମ୍ବାଦିକ ସୁମିତ ଅନକା (33) ବିଶାଖାପାଟଣାର ଏକ ଦୈନିକ ଇଂରାଜୀ ଦୈନିକ ଖବର କାଗଜରେ କାର୍ଯ୍ୟ କରୁଥିଲେ । ସେ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ 2011-13 ରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ଅଧ୍ୟୟନ କରିଥିଲେ । ତାଙ୍କ ଅସମୟରେ ବିୟୋଗରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ରଛତ୍ରୀ ସମେତ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ସେ କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଅଧ୍ୟାପିକା ଓ କର୍ମଚାରୀଙ୍କ ଗହଣରେ ଅତିପ୍ରିୟ ପରିଚିତ ଥିଲେ । ସେ ଗତ ଅପ୍ରେଲ 22 ତାରିଖ ଦିନ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।
ସୂଚନାଥାଉକି ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତ ହୋଇ ସାମ୍ବାଦିକ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭୁବେଶ୍ବରରରୁ ବରିଷ୍ଠ ସାମ୍ବାଦିକ ପ୍ରୀତିମାନ ମହାପାତ୍ର, ସମ୍ବଲପୁରରେୁ ଦେବେନ୍ଦ୍ର ସାମନ୍ତରାୟ, ଅମଜାଦ ବାଦଶାହ,ଭାନୁପ୍ରକାଶ ରଥ ସମେତ ବହୁ ସାମ୍ବାଦିକ କୋରୋନାରେ ପ୍ରାଣ ହରାଇଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ