ETV Bharat / state

World Photography Day: ‘ଫୋଟୋଗ୍ରାଫରଙ୍କ ପାଇଁ ସ୍ବର୍ଗ କୋରାପୁଟ’

ଆଜି ବିଶ୍ବ ଫଟୋଗ୍ରାଫି ଦିବସ । ଏହି ଅବସରରେ ଜିଲ୍ଲାର ଫଟୋଗ୍ରାଫରମାନେ ଫଟୋଗ୍ରାଫିର ମହତ୍ତ୍ବ ବଖାଣିଛନ୍ତି । ଅଧିକ ପଢନ୍ତୁ

author img

By

Published : Aug 19, 2023, 9:59 PM IST

ଆଜି ବିଶ୍ବ ଫଟୋଗ୍ରାଫି ଦିବସ
ଆଜି ବିଶ୍ବ ଫଟୋଗ୍ରାଫି ଦିବସ
ଆଜି ବିଶ୍ବ ଫଟୋଗ୍ରାଫି ଦିବସ

କୋରାପୁ଼ଟ: ଆଜି ବିଶ୍ବ ଫଟୋଗ୍ରାଫି ଦିବସ । ଏହି ଦିନର ରହିଛି ଏକ ନିଆରା ପରିଚୟ । ପୂବେ ଆଖିରେ ଗୋଟିଏ ଦୃଶ୍ୟକୁ କଏଦ କରାଯାଉଥିଲା । ମାତ୍ର ଏବେ ସେହି ଛବିକୁ କ୍ୟାମେରାରେ କଏଦ କରି ସାରା ଜୀବନ ସାଥିରେ ରଖିହେଉଛି । ପ୍ରଥମ ଫଟୋଗ୍ରାଫି ଆପେକ୍ଷା ଏବେ ଫଟୋଗ୍ରାଫି ଏବଂ କ୍ୟାମେରା ମଧ୍ୟରେ ବହୁତ ଆନ୍ତର ରହିଛି । ଦିନ ଥିଲା ଯେତେବେଳେ ପାସପୋର୍ଟ ଫୋଟୋ ଉତ୍ତୋଳନ କରିବା ପରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ନିମିଶକ ମାତ୍ରକେ ଫୋଟୋ ଉଠାଇବା ଓ ବାହାର କରିବା ପ୍ରକ୍ରିୟା ସହଜ ହୋଇଛି । ପୂର୍ବେ ଫୋଟୋ ଇଠାଇବା ପରେ କ୍ୟାମେରାରୁ ରିଲ କାଟି,ଧୋଇ, ଶୁଖାଇ କଳା ଧଳା ଫୋଟୋକୁ 6-7 ଘଣ୍ଟା ପରେ ଦେଇ ହେଉଥିଲା । ତେବେ ବର୍ତ୍ତମାନ ଫୋଟୋ କାଢ଼ିବାର କିଛି ମିନିଟ ମଧ୍ୟରେ ପାସ ପୋର୍ଟ ଫୋଟୋ ମିଳିଯାଉଛି ।

ରିଲ କ୍ୟାମେରା ବ୍ୟବହାର କରାଯାଉଥିବା ସମୟରେ ରିଲ ନଷ୍ଟ ହେବା ଭୟରେ ଫୋଟୋ ଉଠାଇବାକୁ ସମସ୍ତେ ସାହସ କରୁନଥିଲେ । ତେଣୁ ଫୋଟୋ ଷ୍ଟୁଡିଓର ଚାହିଦା ଅଧିକ ଥିଲା । କିନ୍ତୁ ବର୍ତ୍ତମାନ ଡିଜିଟାଲ କେମେରା ଓ ବିଶେଷ କରି ମୋବାଇଲ ଫୋନରେ ଫୋଟୋ ଓ ଭିଡିଓ ଉତ୍ତୋଳନ କରାଯାଉଥିବା ଯୋଗୁଁ ମୋବାଇଲ ବ୍ୟବହାର କରୁଥିବା ପ୍ରତ୍ୟେକ ବ୍ୟକ୍ତି ନିଜକୁ ଏକ ଫୋଟୋଗ୍ରାଫର ଭାବେ ପରିଗଣିତ କରିଛନ୍ତି । ଘରେ ବାହାରେ ଓ ଉତ୍ସବରେ ଫୋଟୋ ଉଠାଇବାର ସକ୍ଷମ ହେଉଛନ୍ତି ଲୋକେ । ତେବେ ଫୋଟୋ ଉତ୍ତୋଳନ କରିବାର ସାଧନ ସହଜରେ ଉପଲବ୍ଧ ହୋଇଥିଲେ ହେଁ କୋରାପୁଟ ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଅଞ୍ଚଳରେ ସ୍ଥାନୀୟ ବ୍ୟକ୍ତିଙ୍କ ଦ୍ୱାରା ଏହାର ସମ୍ପୂର୍ଣ୍ଣ ଲାଭ ଉଠାଇପାରୁନଥିବା ବିଶିଷ୍ଟ ଫୋଟୋଗ୍ରାଫର ସୁଶାନ୍ତ ପଣ୍ଡା ମତ ରଖିଛନ୍ତି ।

ଅଧିକ ପଢନ୍ତୁ: World Photography Day: କେକ୍ କାଟି ସେଲିବ୍ରେସନ କଲେ ଫଟୋଗ୍ରାଫର

ଫୋଟୋଗ୍ରାଫର ସୁଶାନ୍ତ ପଣ୍ଡା କହିଛନ୍ତି,‘‘କୋରାପୁଟ ଅଞ୍ଚଳରେ ପାହାଡ, ପର୍ବତ, ନଦୀ ,ଝରଣା ଏବଂ ସେଥିରେ ଘୁରି ବୁଲୁଥିବା ପଶୁପକ୍ଷୀ ବ୍ୟକ୍ତିଙ୍କୁ ଫୋଟୋଗ୍ରାଫର କରିଦେବ । ସେ ଦେଓମାଳିର ପାହାଡ଼ ହେଉ ବା ରାଜୁଗୁଡାର କଫି ବଗିଚା ହେଉ ସବୁଠି ବର୍ଷ ତାମାମ ଏକ ଫୋଟୋଗ୍ରାଫର ପାଇଁ ବିଷୟ ଉପଲବ୍ଧ । ପ୍ରକୃତି ପରିବର୍ତ୍ତନଶୀଳ । ଆଜିର କୋରାପୁଟର ସୌନ୍ଦର୍ଯ୍ୟ କାଲିଠାରୁ ଅଲଗା । ତେଣୁ ଏହି ବିବିଧତାକୁ ସାଇତି ରଖିବା ପାଇଁଁ ଫୋଟୋଗ୍ରାଫି ଏକ ବଳିଷ୍ଠ ମାଧ୍ୟମ ଓ ସମସ୍ତେ ନିଜ ସାଧ୍ୟ ମତେ ଏହି କଳାକୁ ହାସଲ କରି କେମେରା ମାଧ୍ୟମରେ କୋରାପୁଟ କୁ ଭଲପାଇବା ର ଆବଶ୍ୟକତା ରହିଛି ।’’

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.