ETV Bharat / state

20 ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ - ମୁଜାଙ୍ଗ ପଞ୍ଚାୟତ ସରପଞ୍ଚ ରଇଲା ମାଝୀ

କୋରାପୁଟ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗ ପଞ୍ଚାୟତ ସରପଞ୍ଚ ରଇଲା ମାଝୀ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

20 ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ

author img

By

Published : Jun 27, 2020, 3:33 PM IST

କୋରାପୁଟ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସରପଞ୍ଚ । 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କୋରାପୁଟ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗ ପଞ୍ଚାୟତ ସରପଞ୍ଚ ରଇଲା ମାଝୀ ।

ସୂଚନାନୁଯାୟୀ, ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତର ଭକ୍ତଗୁଡା ଗ୍ରାମର ଗଙ୍ଗାଧର ସାଉନ୍ତାଙ୍କ ଠାରୁ ଏକ ଗାଁ ପୋଖରୀ କାମର ୱାର୍କ ଅର୍ଡର ଦେବା ପାଇଁ ସରପଞ୍ଚ ଜଣଙ୍କ 20 ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗ ପରେ ଶନିବାର ସକାଳେ ଜୟପୁରସ୍ଥିତ କୋରାପୁଟ ଭିଜିଲାନ୍ସ ଡିଭିଜନର ଅଧିକାରୀମାନେ ରଇଲାଙ୍କୁ ସେମିଳିଗୁଡା ବ୍ଲକର ଭେଜାପୁଟ ଠାରେ ରହୁଥିବା ଭଡା ଘରେ ଲାଞ୍ଚ ନେଉଥିବା ବେଳେ ଧରିବାରେ ସକ୍ଷମ ହୋଇଛନ୍ତି ।

ତେବେ ଲାଞ୍ଚ ନେଉଥିବା ସମସ୍ତ 20 ହଜାର ଟଙ୍କାକୁ ମଧ୍ୟ ଭିଜିଲାନ୍ସ ଜବତ କରିଛି । ଅଧିକ ପଚରା ଉଚୁରା କରିବା ପାଇଁ ସରପଞ୍ଚଙ୍କୁ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଥିବା ଜଣାପଡିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.