କୋରାପୁଟ: କୋରୋନା କଟକଣା ରାଜ୍ୟରେ କୋହଳ ହେଲାଣି । ହୋଟେଲ, ରେସ୍ତୋରାଁ ଓ ସପିଂ ମଲ ମଧ୍ୟ ଖୋଲିଲାଣି । କିନ୍ତୁ କୋଭିଡ କଟକଣା ପାଇଁ ବ୍ୟାୟାମଶାଳା, ଯୋଗକେନ୍ଦ୍ର, ଖେଳପଡ଼ିଆ ଓ ଇଣ୍ଡୋର ଷ୍ଟାଡିଅମରେ ତାଲା ପଡିଛି । କେବେ ଏସବୁ ଖୋଲିବ ତାହା ମଧ୍ୟ ଜଣାପଡୁନି ।
ତେବେ ବ୍ୟାୟାମ , ଯୋଗ , ଖେଳକୁଦ କରୁଥିବା ବ୍ୟକ୍ତି ନିଜ ନିଜ ସ୍ତରରେ ଘର ଭିତରେ, ଅଗଣାରେ ବ୍ୟକ୍ତିଗତ ସ୍ତରରେ ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ ଜାରି ରଖିଛନ୍ତି । ଏନେଇ ପୌରପରିଷଦ ବ୍ୟାୟାମଶାଳା ସଭାପତି ଭବାନୀ ଶଙ୍କର ମିଶ୍ର ମତ ରଖିଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର , ଇଟିଭି ଭାରତ