ETV Bharat / state

‘ଛାତ୍ରାବାସରେ ୱାଡେନଙ୍କ ରାତ୍ରିଯାପନ ବାଧ୍ୟତାମୂଳକ’ - ସୁରକ୍ଷା ପ୍ରଦାନ ଓ ଏକ ସୁରକ୍ଷିତ ପରିବେଶ

କୋରାପୁଟ ଜିଲ୍ଲାର ଆବାସିକ ବିଦ୍ୟାଳୟରେ ବାଳିକାଙ୍କ ସୁରକ୍ଷା ପ୍ରଦାନ ଓ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ନିମନ୍ତେ ଛାତ୍ରାବାସରେ ରାତିରେ ବାଧ୍ୟତାମୂଳକ ଭାବେ ରହିବେ ୱାଡେନ । ଅଧିକ ପଢନ୍ତୁ...

‘ଛାତ୍ରାବାସରେ ୱାଡେନଙ୍କ ରାତ୍ରିଯାପନ ବାଧ୍ୟତାମୂଳକ’

author img

By

Published : Mar 13, 2020, 7:24 PM IST

କୋରାପୁଟ: ଛାତ୍ରାବାସରେ ରାତିରେ ବାଧ୍ୟତାମୂଳକ ଭାବେ ରହିବେ ୱାଡେନ । କୋରାପୁଟ ଜିଲ୍ଲାର ଆବାସିକ ବିଦ୍ୟାଳୟରେ ବାଳିକାଙ୍କ ସୁରକ୍ଷା ପ୍ରଦାନ ଓ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ନିମନ୍ତେ ନିଆଯାଇଛି ନିଷ୍ପତ୍ତି ।

‘ଛାତ୍ରାବାସରେ ୱାଡେନଙ୍କ ରାତ୍ରିଯାପନ ବାଧ୍ୟତାମୂଳକ’

ଛାତ୍ରାବାସ ୱାର୍ଡନଙ୍କ ସମେତ ଵିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନେଇ ୟୁଏନଏଫପିଏ, ଅଜିମ ପ୍ରେମଜି ଫାଉଣ୍ଡେସନ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ କର୍ମଶାଳାରେ ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ଏହି କଡା ନିର୍ଦ୍ଦେଶ ଦେଇଛନ୍ତି ।

ବର୍ତ୍ତମାନ ପ୍ରତିଟି ଆବାସିକ ବିଦ୍ୟାଳୟରେ ୱାଡେନ ନିୟୋଜିତ କରିବାର ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ୱାଡେନଙ୍କ ଇଚ୍ଛାଥିବା ଛାତ୍ରାବାସରେ ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରଚେଷ୍ଟା କରାଯାଉଥିବା ସେ ପ୍ରକାଶ କରିଛନ୍ତି ।

ତେବେ ଥରେ ନିଯୁକ୍ତି ପାଇବା ପରେ ନିଜ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କଲେ ବରଦାସ୍ତ କରାଯିବ ନାହିଁ । ଏ କ୍ଷେତ୍ରରେ ନିୟମକୁ କଡାକଡି ଭାବେ ପାଳନ କରିବା ଦିଗରେ ଵିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଧ୍ୟାନ ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବାଳିକାଙ୍କ ସୁରକ୍ଷାକୁ ଗୁରୁତ୍ବ ଦେବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.