ETV Bharat / state

ସାହା ହେଲା ଶୋଭା, ଗରୀବ ମହିଳାଙ୍କୁ ମିଳିଲା ରୋଜଗାର

author img

By

Published : May 10, 2022, 1:46 PM IST

ସ୍ବେଚ୍ଛାସେବୀ ସଙ୍ଗଠନ ଶୋଭାର ସହଯୋଗରେ ଅସହାୟ ମହିଳାଙ୍କୁ ମିଳିଲା ରୋଜଗାର । ଅଧିକ ପଢନ୍ତୁ

ସାହା ହେଲା ଶୋଭା, ଗରୀବ ମହିଳାଙ୍କୁ ମିଳିଲା ରୋଜଗାର
ସାହା ହେଲା ଶୋଭା, ଗରୀବ ମହିଳାଙ୍କୁ ମିଳିଲା ରୋଜଗାର

କୋରାପୁଟ: କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ପଟ୍ରଗୁଡା ଗାଁର ତିଳୋତ୍ତମା ଭତ୍ରା । ତିଳୋତ୍ତମାଙ୍କ ସ୍ବାମୀ ଦିନ ମଜୁରିଆ ଥିଲେ । ପର ଘରେ ମଜୁରୀ ଲାଗିଲେ ଦୁଇ ଓଳି ଗଣ୍ଡେ ଖାଇବାକୁ ପାଉଥିଲେ ପରିବାର । ହେଲେ ତାଙ୍କ ସ୍ବାମୀଙ୍କୁ ହଠାତ୍ ରୋଗ ମାଡି ବସିଲା । ଅନେକ ଚେଷ୍ଟା ପରେ ବି ସେ ବଞ୍ଚିପାରିଲେ ନାହିଁ । ଦେଖୁ ଦେଖୁ ସ୍ବାମୀଙ୍କ ମୃତ୍ୟୁକୁ ବର୍ଷେ ପୁରିଗଲା । ସେପଟେ ଘରେ ସ୍କୁଲ ଯାଉଥିବା ଦୁଇ କୁନି କୁନି ପିଲା । ନିଜ ପିଲାଙ୍କ ମୁହଁରେ କେଉଁଠୁ ଦାନା ଦେବେ ସେନେଇ ତିଳୋତ୍ତମା ଚିନ୍ତାରେ ପଡିଥିବା ବେଳେ ଏହି ସମୟରେ ତାଙ୍କୁ ସହଯୋଗରେ ହାତ ବଢେଇଲା ସ୍ବେଚ୍ଛାସେବୀ ସଙ୍ଗଠନ 'ଶୋଭା' ।

ପଟ୍ରଗୁଡା ଗ୍ରାମବାସୀ ତିଳୋତ୍ତମାଙ୍କ ଦୁର୍ଦ୍ଦଶା ସମ୍ପର୍କରେ କୋଟପାଡ଼ ଅଞ୍ଚଳରେ କୋଲାବ ବିସ୍ଥାପିତଙ୍କ ସହ କାର୍ଯ୍ୟ କରୁଥିବା 'ଶୋଭା' ସଙ୍ଗଠନର ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ସଙ୍ଗଠନ ପକ୍ଷରୁ ଏକ ଦୋକାନ କରିବା ପାଇଁ ତିଳୋତ୍ତମାକୁ ସହୟତା ରାଶି ପ୍ରଦାନ କରାଗଲା । ଏଥିସହ ଏହି ଅସହାୟ ପରିବାରର ଥଇଥାନ ପାଇଁ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ତିଳୋତ୍ତମାଙ୍କୁ ଯୋଡିବାରେ ମଧ୍ୟ ସଙ୍ଗଠନ ସହଯୋଗର ହାତ ବଢ଼ାଇଥିବା ଏହାର ବରିଷ୍ଠ କର୍ମକର୍ତ୍ତା ଅମଜଦ ଖାଁ ଜଣାଇଛନ୍ତି ।

ବିଧବା ଭତ୍ତା ସାଙ୍ଗକୁ ଦୁଇ ଶିଶୁ କୋରୋନାରେ ବାପାଙ୍କୁ ହରାଇଥିବା ଯୋଗୁଁ ସେମାନଙ୍କୁ 1500 ଟଙ୍କା ଲେଖାଏଁ ସରକାରୀ ସହାୟତା ମିଳୁଥିବା ତିଳୋତ୍ତମା ଜଣାଇଛନ୍ତି । ଏଥିସହିତ ତାଙ୍କ ସ୍ଵାମୀ ଶ୍ରମିକ କାର୍ଡ ବୀମାରେ ଅନ୍ତର୍ଭୁକ୍ତ ଥିବା ଯୋଗୁଁ 2 ଲକ୍ଷ ଟଙ୍କାର ସହାୟତା ମଧ୍ୟ ତିଳୋତ୍ତମା ପାଇଛନ୍ତି । ତେବେ ସେହି ଅର୍ଥକୁ ଅଯଥା ଦୈନନ୍ଦିନ ଖର୍ଚ୍ଚରେ ବ୍ୟବହାର କରି ସାରିଦେବା ଅପେକ୍ଷା ଗାଁରେ କିଛି ଚାଷ ଜମି କିଣିବା ପାଇଁ ଶୋଭା ସଂଗଠନ ତିଳୋତ୍ତମାଙ୍କ ସହ ଚର୍ଚ୍ଚା କରି ଏ ଦିଗରେ ପ୍ରଚେଷ୍ଟା ଜାରି ରଖିଛି । ଟିକିଏ ସହଯୋଗର ହାତ ବଢ଼ାଇବା ପରେ ତିଳୋତ୍ତମା ଆତ୍ମନିର୍ଭରଶୀଳ ହୋଇ ପରିବାରର ଭରଣ ପୋଷଣ କରିପାରୁଥିବା ଶୋଭା ସଂଗଠନ ତରଫରୁ ପରିବର୍ତ୍ତନକାରୀ ସ୍ଵେଚ୍ଛାସେବୀ ଭାବେ କାର୍ଯ୍ୟରତ ପଟ୍ରଗୁଡା ଗ୍ରାମର ନମିତା ପୂଜାରୀ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.