ETV Bharat / state

କର୍ଣ୍ଣାକଣ୍ଡା ପାହାଡରେ ଖଣି ପରୀକ୍ଷାକୁ ଅଞ୍ଚଳବାସୀଙ୍କ ବିରୋଧ

author img

By

Published : Feb 22, 2023, 11:11 AM IST

କୋରାପୁଟ କର୍ଣ୍ଣାକଣ୍ଡା ପାହାଡରେ ଖଣି ଖନନକୁ ଗ୍ରାମବାସୀଙ୍କ ବିରୋଧ । ସ୍ଥାନୀୟ ଲୋକଙ୍କୁ ବୁଝାଇବାରେ ଦ୍ବିତୀୟ ଥର ଅସଫଳ ହେଲେ ଓଡିଶା ମିନେରାଲ ଏକ୍ସପ୍ଲରେସନ କର୍ପୋରେସନ ଲିମିଟେଡ ପକ୍ଷରୁ ଆସିଥିବା ଟିମ । ଅଧିକ ପଢ଼ନ୍ତୁ

କୋରାପୁଟ କର୍ଣ୍ଣାକଣ୍ଡା ପାହାଡରେ ଖଣି ଖନନ
villagers oppose mining test in koraput
କର୍ଣ୍ଣାକଣ୍ଡା ପାହାଡରେ ଖଣି ପରୀକ୍ଷାକୁ ନେଇ ଅଞ୍ଚଳବାସୀଙ୍କ ବିରୋଧ

କୋରାପୁଟ: ଖଣି ଖନନକୁ ଗ୍ରାମବାସୀଙ୍କ ବିରୋଧ । ଓଡିଶା ମିନେରାଲ ଏକ୍ସପ୍ଲରେସନ କର୍ପୋରେସନ ଲିମିଟେଡ (OMECL) ପକ୍ଷରୁ କର୍ଣ୍ଣାକଣ୍ଡା ପାହାଡ଼ରେ ଗଚ୍ଛିତ ଖାଦାନ ପରୀକ୍ଷା କରିବା ଲାଗି ଅଞ୍ଚଳବାସୀଙ୍କ ସହମତି ନେବା ପାଇଁ ଆସିବା ବେଳେ ଲୋକେ ଏହାକୁ ବିରୋଧ କରିଛନ୍ତି । ଖଣି ଖନନ ଦ୍ଵାରା ନାରାୟଣପାଟଣା ବ୍ଲକର ତଲଗୁମାଣ୍ଡି, ପୋଡାପଦର, ତେନ୍ତୁଳିପଦର ଓ ବିଜାଘାଟି ପଞ୍ଚାୟତବାସୀ ପ୍ରଭାବିତ ହେବେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଖଣି ଖନନ ଯୋଗୁଁ ଅଞ୍ଚଳବାସୀ ନାନା ଅସୁବିଧାର ସମ୍ମୁଖିନ ହେଉଥିବା ଦର୍ଶାଇ ଏହାକୁ ବିରୋଧ କରାଯାଇଛି । କୋରାପୁଟ ଜିଲ୍ଲାପାଳଙ୍କ ନିକଟରୁ OMECL ମ୍ୟାନେଜର ଓ ଡ୍ରିଲିଂ ଟିମ ଏକ ଚିଠି ଧରି କର୍ଣ୍ଣାକଣ୍ଡା ପାହାଡ଼ରେ ଗଚ୍ଛିତ ବକ୍ସାଇଟର ପରିମାଣ ଜାଣିବାକୁ ଏବଂ ଲୋକଙ୍କୁ ବୁଝାଇବାକୁ ପ୍ରଥମେ ଗତ ମାସରେ ଆସିଥିଲେ । ହେଲେ ଲୋକେ ବିରୋଧ କରିବାରୁ ଫେରିଯାଇଥିଲେ । ପୁଣି ଲୋକଙ୍କୁ ବୁଝାଇବା ପାଇଁ ଆସିଛନ୍ତି ଏହି ଟିମ । ଚାରୋଟି ପଞ୍ଚାୟତର ଲୋକଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: Assembly Budget Session: ଆରମ୍ଭରୁ ହଟ୍ଟଗୋଳ, ଆଇନ ଶୃଙ୍ଖଳା ସ୍ଥିତି ନେଇ ଘେରିଲେ ବିରୋଧୀ

ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ତଳଗୁମାଣ୍ଡି ପଞ୍ଚାୟତର ଭିତରପୋଡା ଗ୍ରାମ ଉପରେ ଥିବା ୯.୦୬ ବର୍ଗ କିଲୋମିଟର ପରିବେଷ୍ଟିତ କୋର୍ଣ୍ଣାକୋଣ୍ଡା ଫରେଷ୍ଟ ପାହାଡ଼ରେ କେତେ ପରିମାଣର ବକ୍ସାଇଟ ରହିଛି ସେଥିପାଇଁ ଗାତ କରିବା ନେଇ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ନାରାୟଣପାଟଣା ବ୍ଲକକୁ ଲାଗିଥିବା ନାଲକୋ ଖଣି ଅଞ୍ଚଳ ଯୋଗୁଁ ପାରିପାର୍ଶ୍ବିକ ଅଞ୍ଚଳ ଗୁଡ଼ିକରେ ଦୀର୍ଘ 40 ବର୍ଷ ହେବ କୌଣସି ଉନ୍ନତି ହୋଇନଥିବା ଲୋକେ ଅଭିଯୋଗ କରିଛନ୍ତି । ତେଣୁ ଖଣି ପାଇଁ ସୁଯୋଗ ଦେଲେ ପୁଣି ସେହି ଅବସ୍ଥା ଭୋଗିବାକୁ ପଡ଼ିବ ବୋଲି କହିଥିଲେ । ବର୍ତ୍ତମାନ ସୁଦ୍ଧା ନାଲକୋ ପାରିପାର୍ଶ୍ବିକ ଅଞ୍ଚଳର ଅନେକ ଗ୍ରାମକୁ ରାସ୍ତାଘାଟ ଓ ପାନୀୟ ଜଳର ସମସ୍ୟା ଥିବା ଦର୍ଶାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: Budget Session: ସବୁ ବର୍ଗର ଲୋକଙ୍କୁ ସଶକ୍ତ କରିବା ମୋ ସରକାରର ଲକ୍ଷ୍ୟ: ରାଜ୍ୟପାଳ

40 ବର୍ଷ ମଧ୍ୟରେ ସେଠାରେ ହୋଇନଥିବା ଉନ୍ନତି ଏଠାରେ କିପରି ହୋଇପାରିବ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଥିଲେ । ଅନ୍ୟପଟେ ଅଞ୍ଚଳବାସୀଙ୍କ ବିନା ସହମତିରେ କୌଣସି କାର୍ଯ୍ୟ ଆରମ୍ଭ କରାଯିବ ନାହିଁ ବୋଲି OMECLର ଜିଏମ୍ ପ୍ରକାଶ କରିଛନ୍ତି । ଏଥିସହ ସେମାନେ ଭୋଗୁଥିବା ସମସ୍ୟା ସମ୍ପର୍କରେ ଲିଖିତ ଆକାରରେ ଅଞ୍ଚଳବାସୀ ଦେଲେ ଏହାକୁ ନେଇ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.