ETV Bharat / state

ଗ୍ରାମକୁ ମିଳିଛି ପ୍ରକୃତି ମିତ୍ର ସମ୍ମାନ, ଜଙ୍ଗଲ ଜଗିଛନ୍ତି ଗ୍ରାମବାସୀ

ବାରକୁଟୁଣି ଗ୍ରାମକୁ ରାଜ୍ୟ ସ୍ତରରେ ପ୍ରକୃତି ମିତ୍ର ସମ୍ମାନ ପ୍ରଦାନ କରାଯାଇଛି । ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ଏହି ଉଦ୍ୟମର ଫଳସ୍ବରୁପ ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

author img

By

Published : Jun 7, 2022, 1:48 PM IST

villagers protect the forest in koraput
ଜଙ୍ଗଲ ଜଗିଛନ୍ତି ଗ୍ରାମବାସୀ

କୋରାପୁଟ: ବାରକୁଟୁଣି ଗ୍ରାମକୁ ରାଜ୍ୟ ସ୍ତରରେ ପ୍ରକୃତି ମିତ୍ର ସମ୍ମାନ ପ୍ରଦାନ କରାଯାଇଛି । ଓଡ଼ିଶାର ଉଚ୍ଚତମ ପର୍ବତ ଶୃଙ୍ଗ ଦେଓମାଳିର ଜଙ୍ଗଲକୁ ଗତ 25 ବର୍ଷ ଧରି ବାରକୁଟୁଣି ଗ୍ରାମ ଲୋକେ ଜଗି ରହିଛନ୍ତି । ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ଏହି ଉଦ୍ୟମର ଫଳସ୍ବରୁପ ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଫାଉଣ୍ଡେସନ ଫର ଇକୋଲଜିକାଲ ସିକ୍ୟୁରିଟି ସଂସ୍ଥା ସହଯୋଗରେ ପରିବେଶ ମଙ୍ଗଳ କାର୍ଯ୍ୟ କରାଯାଇଛି ।

ଜଙ୍ଗଲ ଜଗିଛନ୍ତି ଗ୍ରାମବାସୀ

ଗତ କିଛି ବର୍ଷ ପୂର୍ବେ ପୋଡୁ ଚାଷ ୟୋଗୁଁ ଶୂନ୍ୟ ହୋଇପଡ଼ିଥିବା ଜଙ୍ଗଲ ନବୀକରଣ କରିବାରେ ସଫଳ ହୋଇଛନ୍ତି ଗ୍ରାମବାସୀ । ଦେଓମାଳି ପର୍ବତର ନିକଟସ୍ଥ ପ୍ରାୟ ଏକ ହଜାର ହେକ୍ଟର ପାହାଡ଼ିଆ ଜମିରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଛି । ପ୍ରଥମେ ୱିଡା ଓ ବର୍ତ୍ତମାନ ଏଫଇଏସର ନିର୍ଦ୍ଦେଶନା ଓ ସହଯୋଗିତା ଫଳରେ ଗତ ପଚିଶ ବର୍ଷରେ ଏହି ଘଞ୍ଚ ଜଙ୍ଗଲ ସୃଷ୍ଟି ହୋଇପାରିଥିବା ଗ୍ରାମର ସ୍ବେଚ୍ଛାସେବୀ ଅଜୟ ଜାନି ସୂଚନା ଦେଇଛନ୍ତି ।

ଜଙ୍ଗଲରୁ ଗଛ କାଟିବା ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଗ୍ରାମବାସୀଙ୍କ ଜାଳେଣି ପାଇଁ ଶୁଖିଲା କାଠ ସଂଗ୍ରହ କରିବାକୁ ଅନୁମତି ପ୍ରଦାନ କରାଯାଇଛି । ତେବେ ଜଙ୍ଗଲର ସୁରକ୍ଷା ସ୍ଥାୟୀତ୍ଵକୁ ବୃଦ୍ଧି କରିବା ପାଇଁ ଗ୍ରାମକୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାପାଇଁ ଗ୍ରାମବାସୀ ଆବେଦନ କରିଥିଲେ । ମାତ୍ର ଏ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ସେ ଦିଗରେ କିଛି ପଦକ୍ଷେପ ନେଇନଥିବା ଜିଲ୍ଲା ପରିଷଦ ସଦସ୍ୟ ମୋହନ ଜାନି କହିଛନ୍ତି । ଏବଂ ଶ୍ରୀଘ୍ର ଏ ଦିଗରେ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ପ୍ରଶାସନକୁ ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.