ETV Bharat / state

ଗ୍ରାମବାସୀଙ୍କ ସଙ୍ଗୀନ ଅଭିଯୋଗ, ଅବକାରୀ ବିଭାଗ ସହଯୋଗରେ ହେଉଛି ଦେଶୀମଦ କାରବାର - ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡା ପଞ୍ଚାୟତ

ଦେଶୀ ମଦ ବିକ୍ରିକୁ ନେଇ ଗାଁରେ ଅଶାନ୍ତ ପରିବେଶ । ଲୋକେ ମଦ ପିଇବାକୁ ମାଣ୍ଡିଆ ଧାନ ଆଦି ବିକ୍ରି କରିଦେଉଛନ୍ତି । ମହିଳାଙ୍କୁ ନିର୍ଯ୍ୟାତନା ଦେଉଛନ୍ତି । ସବୁକିଛି ଏହି ମଦ ପାଇଁ ହେଉଥିବା ବେଳେ ମଦ ବିକ୍ରିରେ ଅବକାରୀ ବିଭାଗର ସହଯୋଗ ରହୁଛି ବୋଲି ଅଭିଯୋଗ କରିଛନ୍ତି କୋରାପୁଟ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ବାଲିଘାଟର ଲୋକେ ।

ଗ୍ରାମବାସୀଙ୍କ ସଙ୍ଗିନ ଅଭିଯୋଗ, ଅବକାରୀ ବିଭାଗ ସହଯୋଗରେ ହେଉଛି ଦେଶୀମଦ କାରବାର

author img

By

Published : Sep 11, 2020, 5:07 PM IST

କୋରାପୁଟ: ଅବକାରୀ ବିଭାଗ ସହଯୋଗରେ ଗାଁରେ ରନ୍ଧା ହେଉଛି ଦେଶୀ ମଦ । ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡା ପଞ୍ଚାୟତର ଟାମକସିଲରେ ରାନ୍ଧୁଥିବା ଲୋକେ ଅବକାରୀ ବିଭାଗର କିଛି ବ୍ୟକ୍ତିଙ୍କ ସହଯୋଗରେ ଦଶମନ୍ତପୁର ଓ ଲକ୍ଷ୍ମୀପୁର ବ୍ଲକ ଅଞ୍ଚଳରେ ମଦ ବିକ୍ରି କରୁଥିବା ବାଲିଘାଟର ଲୋକେ ଅଭିଯୋଗ କରିଛନ୍ତି ।

ଗ୍ରାମବାସୀଙ୍କ ସଙ୍ଗିନ ଅଭିଯୋଗ, ଅବକାରୀ ବିଭାଗ ସହଯୋଗରେ ହେଉଛି ଦେଶୀମଦ କାରବାର

ଏହା ଫଳରେ ଗାଁ ଗଣ୍ଡାରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେଉଥିବା ଯୋଗୁଁ ଆଜି ଗାଁର ମହିଳା ଓ ପୁରୁଷ, କୋରାପୁଟ ଅବକାରୀ ବିଭାଗର ସୁପେରିନଟେଣ୍ଡେଣ୍ଟଙ୍କୁ ଭେଟି ଏହି ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି । ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବାଲିଘାଟ ବାସିନ୍ଦା ରାଜେନ୍ଦ୍ର ନାୟକ ଚେତାବନୀ ଦେଇଛନ୍ତି । ସେପଟେ ଅଭିଯୋଗର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅବକାରୀ ବିଭାଗ ସୁପେରିନଟେଣ୍ଡେଣ୍ଟ ଦେବୀ ପ୍ରସାଦ ଦାସ ପ୍ରତିଶ୍ରୁତି ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.