ETV Bharat / state

ଅଙ୍ଗନବାଡି ସେବା ପ୍ରଦାନ ଓ ମଦବନ୍ଦ ଦାବି କରି ଗ୍ରାମବାସୀଙ୍କ ଆନ୍ଦୋଳନ - ମଦ ବନ୍ଦ ବୋରିଗୁମ୍ମ ବ୍ଲକ ନନ୍ଦର୍ଲା ଗ୍ରାମର ମହିଳାଙ୍କ ଆନ୍ଦୋଳନ

କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୋରିଗୁମ୍ମ ବ୍ଲକ ନନ୍ଦର୍ଲା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମଦ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ଏହା ସହ ଗ୍ରାମରେ ଅଙ୍ଗାନବାଡି ସେବା ମିଳୁନଥିବା ଅଭିଯୋଗ କରି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ଅଙ୍ଗନବାଡି ସେବା ପ୍ରଦାନ ଓ ମଦ ବନ୍ଦ ଦାବି କରି ଗ୍ରାମବାସୀଙ୍କ ଆନ୍ଦୋଳନ

author img

By

Published : Sep 7, 2020, 8:57 PM IST

କୋରାପୁଟ: ଅଙ୍ଗନବାଡି ସେବା ପ୍ରଦାନ ଓ ମଦ ବନ୍ଦ ଦାବି କରି ଗ୍ରାମବାସୀଙ୍କ ଆନ୍ଦୋଳନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ମହିଳା ଓ ପୁରୁଷ ମଦ ବନ୍ଦ କରିବା ପାଇଁ ଦାବି କରିଛନ୍ତି ।

ଅଙ୍ଗନବାଡି ସେବା ପ୍ରଦାନ ଓ ମଦ ବନ୍ଦ ଦାବି କରି ଗ୍ରାମବାସୀଙ୍କ ଆନ୍ଦୋଳନ

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ନନ୍ଦର୍ଲା ଗ୍ରାମରେ ଅଙ୍ଗନବାଡି ସେବା ମିଳୁନଥିବା ଅଭିଯୋଗ କରିଛନ୍ତି । ଏହା ସହ ଗ୍ରାମରେ ଦେଶୀ ଓ ବିହାରୀ ମଦର ବହୁଳ ପ୍ରଚଳନକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ସୋମବାର ଗାଁର ମହିଳା ଓ ପୁରୁଷ ଏକାଠି ହୋଇ କୋରାପୁଟ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଗାଁ ରେ ମଦର ଅବାଧ ବିକ୍ରି ଯୋଗୁଁ ମହିଳାଙ୍କ ଉପରେ ଘରୋଇ ହିଂସା ବୃଦ୍ଧି ପାଇଥିବା ଗ୍ରାମର ମହିଳା ମାନେ ଅଭିଯୋଗ କରିଛନ୍ତି । ଅଙ୍ଗନବାଡି ସେବା କେନ୍ଦ୍ର ଥିଲେ ଅଣ୍ଡା ଛତୁଆ ଆଦି ପିଲାଙ୍କୁ ପହଞ୍ଚୁନଥିବା ଅଭିଯୋଗ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଶୁଣୁନଥିବା ଗ୍ରାମର ଯୁବକ ସୂର୍ଯ୍ୟନାଥ ହରିଜନ କ୍ଷୋଭ ପ୍ରକାଶ କରିଛନ୍ତି ।

ସେପଟେ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ଏହି ଦାବି ଗୁଡିକର ଉଚିତ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଛନ୍ତି । ବାରମ୍ବାର ଉଚ୍ଚପଦସ୍ତ ଅଧିକାରୀଙ୍କୁ ଅବଗତ କରିଛୁ କିନ୍ତୁ କୌଣସି ସମାଧାନ ହୋଇନାହିଁ । ଯଦି ଗ୍ରାମବାସୀଙ୍କ ଦାବି ପୂରଣ ନ କରନ୍ତି ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବା ବୋଲି ଗ୍ରାମବାସୀ ଚେତବନୀ ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.