ETV Bharat / state

ଭିଜିଲାନ୍ସ ଜାଲରେ ନନ୍ଦପୁର ସିଡିପିଓ

author img

By

Published : Oct 27, 2020, 5:53 PM IST

ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର । ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ବିଲ୍ ପାସ୍ କରାଇଦେବାକୁ କହି ଏକ ଲକ୍ଷ 75 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ସିଡିପିଓ ଶ୍ରୀମତି ମିଶ୍ର । ଅଧିକ ପଢନ୍ତୁ...

ନନ୍ଦପୁର ସିଡିପିଓଙ୍କ ଘରେ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ୍

କୋରାପୁଟ: ଭିଜିଲାନ୍ସ ଜାଲରେ ସିଡିପିଓ । ଏକ ଲକ୍ଷ 75 ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ସିଡିପିଓ ।

ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର ଏକ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ବିଲ୍ ପାସ୍ କରାଇ ଦେବାକୁ କହି ଏକ ଲକ୍ଷ 75 ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହିସମୟରେ ଜୟପୁର ଭିଜିଲାନ୍ସ ଶ୍ରୀମତି ମିଶ୍ରଙ୍କୁ ଧରିଛି । ଏଥିସହ ଭିଜିଲାନ୍ସଙ୍କ ପକ୍ଷରୁ ଶ୍ରୀମତି ମିଶ୍ରଙ୍କ କାର୍ଯ୍ୟାଳୟ ସମେତ ସେମିଲିଗୁଡାରେ ଥିବା ବାସଭବନରେ ଚଢାଉ ଜାରି ରହିଥିବା ଜଣାପଡିଛି । ଅନ୍ୟପଟେ ଜିଲ୍ଲାରେ ଦୁର୍ନୀତି ନିବାରଣ ଦିବସ ପାଳନ କରାଯାଉଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.