ETV Bharat / state

ବାଙ୍ଗରୁଗୁଡାରେ ଅଜଣା ରୋଗ ଆତଙ୍କ, ଗାଁ ଛାଡୁଛନ୍ତି ଲୋକେ

ଅଜଣା ରୋଗର ମୃତ୍ୟୁ ଭୟରେ ଗାଁ ଛାଡୁଛନ୍ତି ବାଙ୍ଗରୁଗୁଡା ଗ୍ରାମବାସୀ । କାରଣ ଜାଣିବାକୁ ଘଟଣାସ୍ଥଳରେ ଡାକ୍ତରୀ ଟିମ ପହଞ୍ଚି ପାଣିଠୁ ଖାଦ୍ୟ ସବୁର ନମୁନା ପରୀକ୍ଷା ପାଇଁ ନେଇଛନ୍ତି ।

ଫଟୋ ସୌଜନ୍ୟ :ସମ୍ବାଦଦାତା, କୋରାପୁଟ
author img

By

Published : Sep 23, 2019, 11:51 PM IST

କୋରାପୁଟ: ରାତିରେ ଅସୁସ୍ଥତା ଅନୁଭବ ଆଉ ସକାଳେ ମୃତ୍ୟୁ । ଗତ ତିନି ମାସ ଧରି ଲଗାତାର ଏଭଳି ଭାବେ ୭ ଜଣଙ୍କ ଅଜଣା ରୋଗରେ ମୃତ୍ୟୁ ହୋଇଛି । ଯାହାକୁ ନେଇ ସେମିଳିଗୁଡା ବ୍ଲକର ବାଙ୍ଗରୁଗୁଡା ଗାଁ ଲୋକେ ଆତଙ୍କିତ ହୋଇଉଠିଛନ୍ତି । ଭୟରେ କିଛି ପରିବାର ସେମିଳିଗୁଡାକୁ ସ୍ଥାନାନ୍ତର କରିଛନ୍ତି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, କୋରାପୁଟ

ସୂଚନାନୁସାରେ, ରବିବାର ରାତିରେ ଜଣେ, ସୋମବାର ସକାଳେ ଆଉ ଜଣେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏଥିସହିତ ଆଉ 3 ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କୁନ୍ଦୁଲି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଯାହା ଏବେ ଗ୍ରାମବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଘଟଣାର ସମସ୍ୟା ଜାଣିବାକୁ ସୋମବାର ଏକ ଡାକ୍ତରୀ ଟିମ୍ ଗାଁକୁ ଆସି ଲୋକଙ୍କ ଘରେ ଖାଦ୍ୟ ପ୍ରସ୍ତୁତି ଓ ସେବନର ପ୍ରଣାଳୀକୁ ପରୀକ୍ଷା କରିଛନ୍ତି । ଏହାସହ ନଳକୂପ, କୂଅ ଓ ଝରଣା ପାଣିର ନମୁନା ପରୀକ୍ଷା ପାଇଁ ନେଇଥିବା ଗାଁର ଆଶାକର୍ମୀ ଜଣାଇଛନ୍ତି ।

ତେବେ 4 ବର୍ଷ ପୂର୍ବେ ଉକ୍ତ ଗାଁରେ ଏଭଳି ମୃତ୍ୟୁ ଘଟିଥିଲା । କାରଣ ଜାଣିବାକୁ ଡାକ୍ତରୀ ଟିମ୍ ଗାଁକୁ ଆସିଥିଲେ ହେଁ ଏହାର ସଠିକ କାରଣ ଜାଣିପାରିନଥିଲେ କି ନିରାକରଣ ପାଇଁ ବିହିତ ପଦକ୍ଷେପ ନେଇନଥିଲେ । ପୁଣି ଥରେ ଘଟଣାର ପୁନରାବୃତ୍ତିକୁ ନେଇ ଗ୍ରାମବାସୀ ଚିନ୍ତା ପ୍ରକଟ କରିଛନ୍ତି । ସେପଟେ ଖବର ପାଇ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦଧିବାମନ ତ୍ରିପାଠୀ ମଙ୍ଗଳବାର ଜିଲ୍ଲାସ୍ତରୀୟ ବିଶେଷଜ୍ଞ ତଥା ଏକ ଡାକ୍ତରୀ ଦଳ ପ୍ରଭାବିତ ଗାଁକୁ ପଠାଇବେ ବୋଲି କହିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:ରାତିରେ ଦେହ ଖରାପ । ସକାଳେ ମୃତ୍ୟୁ । ଏପରି ଭାବେ ଗତ ତିନିମାସ ମଧ୍ୟରେ ୭ ଜଣଙ୍କ ପ୍ରାଣବାୟୁ ଉଡିଯିବା ପରେ ସେମିଳିଗୁଡା ବ୍ଲକ ର ବାଙ୍ଗରୁଗୁଡା ଗାଁ ଲୋକେ ଆତଙ୍କିତ ହୋଇଉଠିଛନ୍ତି ।Body:କିଛି ପରିବାର ଉପାୟ ନପାଇ ସେମିଳିଗୁଡାକୁ ସ୍ଥାନାନ୍ତର କରିଥିବା ଗ୍ରାମବାସୀ ଜଣାଇଛନ୍ତି । ଏହିପରି ଏକ ପରିସ୍ଥିତିରେ ଗତକାଲି ରାତିରେ ଜଣେ ଓ ସକାଳେ ଆଉଜଣେ ଶେଷ ନିଶ୍ବାସ ତ୍ୟାଗ କରିବା ସହିତ ଆଉ ତିନିଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କୁନ୍ଦୁଲି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ଘଟଣା ଗ୍ରାମବାସୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି । ତେବେ ଆଜି ଏକ ଡାକ୍ତରୀଦଳ ଆସି ଲୋକଙ୍କ ଘରେ ଖାଦ୍ୟ ପ୍ରସ୍ତୁତି ଓ ସେବନର ପ୍ରଣାଳୀ କୁ ପରୀକ୍ଷା କରିବା ସହ ନଳକୁପ , କୂଅ ଓ ଝରଣା ପାଣିର ନମୁନା ନେଇ ଯାଇଥିବା ଗାଁର ଆଶା କର୍ମୀ ଜଣାଇଛନ୍ତି । କିନ୍ତୁ ଚାରିବର୍ଷ ପୂର୍ବେ ମଧ୍ୟ ଏପରି ମୃତ୍ୟୁ ହେବା ସମୟରେ ଡାକ୍ତରୀ ଦଳ ଗାଁକୁ ଆସିଥିଲେହେଁ ଏହାର ସଠିକ କାରଣ ଜାଣିବା ସହ ନିରାକରଣ ପାଇଁ ବିହିତ ପଦକ୍ଷେପ ନେଇପାରିନଥିବା ଯୋଗୁଁ ଗ୍ରାମବାସୀ ଗ୍ରାମବାସୀ ଚିନ୍ତା ପ୍ରକଟ କରିଛନ୍ତି ।Conclusion:ଏ ଖବର ସଂକ୍ରାନ୍ତରେ ଜାଣିବା ପରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦଧିବାମନ ତ୍ରିପାଠୀ ଆସନ୍ତାକାଲି ଲିଲ୍ଲା ସ୍ତରୀୟ ବିଶେଷଜ୍ଞ ତଥା ଏକ ଡାକ୍ତରୀ ଦଳ ପ୍ରଭାବିତ ଗାଁକୁ ପଠାଇବେ ବୋଲି କହିଛନ୍ତି ।
.........
Byte 1 : ହରଷୁ ଯାନୀ , ଗ୍ରାମବାସୀ
Byte 2 :ସିଙ୍ଗରୁ ପାଙ୍ଗି , ଗ୍ରାମବାସୀ

Byte 3 : ରୀନା ଯାନୀ , ଆଶା କର୍ମୀ
Byte 4 : ଦଧିବାମନ ତ୍ରିପାଠୀ , ସିଡିଏମଓ
.........
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.