ETV Bharat / state

ଜୟପୁରରୁ ଗୋଟିଏ ଦିନରେ ଦୁଇଟି ମୃତଦେହ ଉଦ୍ଧାର

author img

By

Published : Aug 29, 2021, 1:01 PM IST

ଜୟପୁର ସହରର ପୃଥକ ପୃଥକ ସ୍ଥାନରୁ ୨ଟି ମୃତଦେହ ଉଦ୍ଧାର । ପୋଲିସର ତନାଘନା । ଅଧିକ ପଢନ୍ତୁ...

ଜୟପୁରରେ ଗୋଟିଏ ଦିନରେ ଦୁଇଟି ମୃତଦେହ ଉଦ୍ଧାର
ଜୟପୁରରେ ଗୋଟିଏ ଦିନରେ ଦୁଇଟି ମୃତଦେହ ଉଦ୍ଧାର

କୋରାପୁଟ: ଜୟପୁର ସହରର ପୃଥକ ପୃଥକ ସ୍ଥାନରୁ ୨ଟି ମୃତଦେହ ଉଦ୍ଧାର । ସହରର ପାରାବେଡା ନିକଟସ୍ଥ ଶ୍ରୀରାମ ନଗରରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ନବଜାତ ଶିଶୁଟିକୁ ଗତକାଲି ବିଳମ୍ବିତ ରାତିରେ କେହି ଫୋପାଡି ଚାଲିଯାଇଥିବା ବେଳେ ଆଜି ସକାଳ ସମୟରେ ଏହା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ଖବର ଦେବାପରେ ପୋଲିସ ପୌର ପାଳିକା ଓ ମେଡିକାଲ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ଶିଶୁଟିକୁ କିଏ ଓ କାହିଁକି ଶିଶୁଟିକୁ ଫୋପାଡି ଦେଇଚାଲିଗଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଜୟପୁରରେ ଗୋଟିଏ ଦିନରେ ଦୁଇଟି ମୃତଦେହ ଉଦ୍ଧାର

ସେହିପରି ଜୟପୁର ନିକଟସ୍ଥ ଉମୁରି ରେଳ ଲାଇନ କଡ଼ରୁ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ଯୁବକ ଜଣଙ୍କ ବୟସ ୩୭ବର୍ଷ ହୋଇଥିବା ବେଳେ ଅନ୍ତା ଗ୍ରାମର ଜଗନ୍ନାଥ ବାଘ ବୋଲି ଜଣାପଡିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

କୋରାପୁଟରୁ ସିଏତ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.