ETV Bharat / state

25 ବର୍ଷ ପୂରଣ କରିଛି ଆଦିବାସୀ ପରବ ଉତ୍ସବ

author img

By

Published : Nov 17, 2022, 4:16 PM IST

ଆଜି ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟି ତେନ୍ତୁଳିଗୁମ୍ମାରୁ ରାଜ୍ୟ ସ୍ତରୀୟ ଆଦିବାସୀ ସାଂସ୍କୃତିକ ଉତ୍ସବ ପରବର ଶୁଭାରମ୍ଭ ହୋଇଛି । ଅଧିକ ପଢନ୍ତୁ

25 ବର୍ଷ ପୂରଣ କରିଛି ଆଦିବାସୀ ପରବ ଉତ୍ସବ
25 ବର୍ଷ ପୂରଣ କରିଛି ଆଦିବାସୀ ପରବ ଉତ୍ସବ

କୋରାପୁଟ: ଜିଲ୍ଲାର ଗାଥା ଗୌରବ ରହିଛି । ଅଞ୍ଚଳର ଐତିହ୍ୟ , ପ୍ରାକୃତିକ ପରିବେଶ ଓ ଶୋଭିତରେ ଖେଳି ବୁଲୁଥିବା ଆଦବାସୀ ଜୀବନର ଆନନ୍ଦମୟ ମୁହୂର୍ତ୍ତଗୁଡିକୁ ଅଭିବ୍ୟକ୍ତି କରିବାରେ ପରବ ଆଉ ଏକ ସୋପାନ ଆରୋହଣ କରିଛି । ଆଜି ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟି ତେନ୍ତୁଳିଗୁମ୍ମାରୁ ରାଜ୍ୟ ସ୍ତରୀୟ ଆଦିବାସୀ ସାଂସ୍କୃତିକ ଉତ୍ସବ ପରବର ଶୁଭାରମ୍ଭ ହୋଇଛି । ଏହି ଅବସରରେ ପରବ-୨୦୨୨ର ପୋଷ୍ଟର ଉନ୍ମୋଚନ କରାଯାଇଛି ।

25 ବର୍ଷ ପୂରଣ କରିଛି ଆଦିବାସୀ ପରବ ଉତ୍ସବ

ପରବ ଅବସରରେ ପ୍ରକାଶ ପାଉଥିବା ପୋଷ୍ଟର ଓ ସ୍ମରଣିକା ଗବେଷକଙ୍କ ପାଇଁ ଏହି ମହୋତ୍ସବର ଏକ ସ୍ମୃତି ସ୍ତମ୍ଭ । ଚଳିତ ବର୍ଷ ପରବ 25 ବର୍ଷ ପୂରଣ କରିଛି । ସାଇତା ସ୍ମୃତି ସ୍ମରଣିକାକୁ ମନେ ପକାଇଛନ୍ତି ସାହିତ୍ୟିକ । ଆଦିବାସୀ କଳା ଓ ସଂସ୍କୃତିର ପ୍ରସାର ପାଇଁ 1996ରୁ ନିରନ୍ତର ଭାବେ କୋରାପୁଟ ଅଞ୍ଚଳର ଆଦିବାସୀ ଜୀବନଧାରାକୁ ଆଧାର କରି ପ୍ରକାଶ କରାଯାଇଥିବା ପୋଷ୍ଟର ଗୁଡ଼ିକ ପରବର ଆଇନା ସଦୃଶ୍ୟ । ସେହିପରି ଗତ 25 ବର୍ଷ ମଧ୍ୟରେ ପ୍ରକାଶ ପାଇଥିବା ପରବର ସ୍ମରଣିକା ଗୁଡିକରେ ରହିଛି ଆଦିବାସୀ ଜୀବନୀ, କଳା ସଂସ୍କୃତି ଉପରେ ଗବେଷଣାତ୍ମକ ନିବନ୍ଧ । ଏହା ଉପରେ ଗବେଷଣା କରୁଥିବା ଛାତ୍ରଛାତ୍ରୀ ଓ ଲେଖକଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ ହୋଇ ରହିଛି ବୋଲି ସ୍ମରଣିକାର ସଂପାଦନା ମଣ୍ଡଳୀରେ ସଂପୃକ୍ତ ଥିବା ସାହିତ୍ୟିକ ରବି ଶତପଥି ମତ ରଖିଛନ୍ତି ।

ନିଜ ଘରୋଇ ପାଠାଗାରରେ ସେ ସାଇତି ରଖିଥିବା ଏହି ସ୍ମରଣିକା ଗୁଡ଼ିକ ତାଙ୍କୁ ବର୍ଷ ବର୍ଷ ଧରି ପ୍ରେରଣା ଯୋଗାଇ ଆସିଥିବା କହିଛନ୍ତି ସାହିତ୍ୟିକ ରବି ଶତପଥି । ଚଳିତ ବର୍ଷ ପରବ ଉତ୍ସବର ରୌପ୍ୟ ଜୟନ୍ତୀ ପାଳନ କରାଯାଉଥିବା ଯୋଗୁଁ ଏହି ସ୍ମରଣିକାରେ ପ୍ରକାଶ କରିବା ପାଇଁ ଦେଶର ବିଭିନ୍ନ ଅଞ୍ଚଳରେ ଥିବା ଆଦିବାସୀ ସଂପ୍ରଦାୟ ର ଜୀବନ ଯାତ୍ରା ସମ୍ପର୍କରେ ଲେଖା ଆହ୍ଵାନ କରାଯାଇଥିବା କହିଛନ୍ତି ଜିଲ୍ଲା ସଂସ୍କୃତି ଅଧିକାରୀ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.