କୋରାପୁଟ: ବନ ମହୋତ୍ସବ ସପ୍ତାହ ଆରମ୍ଭ । ପ୍ରତିବର୍ଷ ଜୁଲାଇ 1 ରୁ 7 ତାରିଖ ମଧ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥାଏ । ଏହି କ୍ରମରେ ଜୈବ ବିବିଧତାରେ ପରିପୂର୍ଣ୍ଣ କୋରାପୁଟ ଅଞ୍ଚଳରେ ବିଭିନ୍ନ କିସମର ବୃକ୍ଷ ରୋପଣ କରିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।
କୋରାପୁଟ ବନବିଭାଗ ଦ୍ବାରା ଜନସାଧାରଣଙ୍କୁ ବିନା ମୂଲ୍ୟରେ ସେମାନଙ୍କ ରୁଚି ଓ ଆବଶ୍ୟକତା ଅନୁଯାୟୀ ଚାରା ବଣ୍ଟନ କରାଯିବା ସହ ଜିଲ୍ଲାର ସମସ୍ତ ପାହାଡ଼ ଓ ଖାଲିସ୍ଥାନରେ ବୃକ୍ଷରୋପଣ ପାଇଁ କାର୍ଯ୍ୟକ୍ରମ କରାଯାଇଛି । କୋରାପୁଟର ବଣପାହାଡ ଜଙ୍ଗଲ ମଧ୍ୟରେ ଥିବା ଅପହଞ୍ଚ ଇଲାକାରେ 'ସିଡବଲ' କାର୍ଯ୍ୟକ୍ରମ ମାଧ୍ୟମରେ ବୃକ୍ଷ ରୋପଣ କରାଯିବ ବୋଲି କୋରାପୁଟ ଡିଏଫଓ ରୀଙ୍କୁ କୁମାରୀ ଜଣାଇଛନ୍ତି । ଶନିବାର ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏସଓଜି କ୍ୟାମ୍ପ ପରିସର ମଧ୍ୟରେ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ସମସ୍ତେ ଗଛ ଲଗାଇବା ସହ ତାର ଯତ୍ନ ନେବା ପାଇଁ ଶପଥ ପାଠ କରିଥିଲେ ।
କୋରାପୁଟରୁ ସି.ଏଚ.ଶାନ୍ତାକାର, ଇଟିଭି ଭାରତ