ETV Bharat / state

କାର୍ତ୍ତିକ ମାସର ଶେଷ ସୋମବାର, ଶାବର ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ - ଶାବର ଶ୍ରୀକ୍ଷେତ୍ର ଚଳଚଞ୍ଚଳ

ଶାବର ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ । ଆଜି କାର୍ତ୍ତିକ ମାସର ଶେଷ ସୋମବାର ଥିବାରୁ ଶାବର ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି । ଆସନ୍ତାକାଲି ଚନ୍ଦ୍ର ଗ୍ରହଣ ଥିବାରୁ ଆଜି ତିନି ଠାକୁରଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ । ଅଧିକ ପଢନ୍ତୁ

କାର୍ତ୍ତିକ ମାସର ଶେଷ ସୋମବାର
କାର୍ତ୍ତିକ ମାସର ଶେଷ ସୋମବାର
author img

By

Published : Nov 7, 2022, 6:21 PM IST

କୋରାପୁଟ: ରାତି ପାହିଲେ ହିନ୍ଦୁ ଧର୍ମର ପବିତ୍ର ପର୍ବ କାର୍ତ୍ତିକ ପୂର୍ଣ୍ଣିମା(Kartika Purnama) । ପରମ୍ପରା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା ନଦୀରେ ଡ଼ଙ୍ଗା ଭସାଯାଏ । ଗତ ଦୁଇ ବର୍ଷ କୋରୋନା କଟକଣା ଯୋଗୁଁ ଡଙ୍ଗା ଭସା ଫିକା ପଡିଥିବା ବେଳେ ଚଳିତ ବର୍ଷ ବିନା କଟକଣାରେ ଜଳାଶୟ ଗୁଡିକରେ ଡଙ୍ଗା ଭସା ଉତ୍ସବ ପାଳନ କରାଯିବ । ସେହିପରି ଆଜି କାର୍ତ୍ତିକ ମାସର ଶେଷ ସୋମବାର ଥିବାରୁ ଶାବର ଶ୍ରୀକ୍ଷେତ୍ର(Sabar Srikhetra) ଚଳଚଞ୍ଚଳ ହୋଇଉଠିଛି । ଆସନ୍ତାକାଲି ଚନ୍ଦ୍ର ଗ୍ରହଣ ଥିବାରୁ ଆଜି ତିନି ଠାକୁରଙ୍କୁ ଦର୍ଶନ କରିବା ପାଇଁ ଜିଲ୍ଲାର କୋଣ ଅନୁକୋଣରୁ ଭକ୍ତଙ୍କ ସମାଗମ ହୋଇଛି ।

କାର୍ତ୍ତିକ ମାସର ଶେଷ ସୋମବାର

ଜିଲ୍ଲାର ଉପର କଣ୍ଡାପଲି ଏବଂ ଅନ୍ୟାନ୍ୟ ଗ୍ରାମର ଲୋକେ ଆଦିବାସୀଙ୍କ କୀର୍ତ୍ତନ ମଣ୍ଡଳୀ ବାଦ୍ୟ ଓ ନାମଜପ ମାଧ୍ୟମରେ ଭକ୍ତି ନୈବେଦ୍ୟ ଅର୍ପଣ କରିଛନ୍ତି । ଅପର ପକ୍ଷରେ ଆସନ୍ତାକାଲି ବୋଇତ ବନ୍ଦାଣ ଉତ୍ସବ ପାଳିବା ପାଇଁ ବଜାରରେ ଭକ୍ତଙ୍କ ଭିଡ ଜମିଛି । ଗାଁ ଗଣ୍ଡାର ଆଦିବାସୀ ପରିବାର କଦଳୀ ପାଟୁଆ, ବେଲ ପତ୍ର, ଦୁବ ଘାସ, ଫୁଲ ଭଳି ପୂଜାରେ ଲାଗିଥିବା ବିଭିନ୍ନ ଦ୍ରବ୍ୟ ବିକ୍ରି କରୁଛନ୍ତି । ଯାହାକୁ କିଣିବା ପାଇଁ ଲୋକଙ୍କ ଭିଡ ଜମିଛି ।

ଏହା ମଧ୍ୟ ପଢନ୍ତୁକାଲି କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

ପ୍ରଦୂଷଣ ମୁକ୍ତ ବୋଇତ ବନ୍ଦାଣ ଉତ୍ସବ ପାଳନ କରିବା ପାଇଁ ସୁଲଭ ମୂଲ୍ୟରେ ଦୁର୍ଲଭ ଜିନିଷକୁ ଯୋଗାଇବା ପାଇଁ ଆଦିବାସୀଙ୍କ ଏପରି ସେବାକୁ ନେଇ ସହରବାସୀ ମଧ୍ୟ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିପରି ଚନ୍ଦ୍ର ଗ୍ରହଣ ଯୋଗୁଁ ମନ୍ଦିରର ନୀତିକାନ୍ତି ୫ଟା ପୂର୍ବରେ ସମାପନ କରାଯିବ । ଭୋର ପାଞ୍ଚଟା ସୁଦ୍ଧା ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ସମ୍ପନ୍ନ ହେବାକୁଥିବା ବେଳେ ଭକ୍ତଙ୍କ ପାଇଁ ଦିନ ତମାମ ମନ୍ଦିର ଖୋଲା ରହିବ ବୋଲି ମନ୍ଦିରର ସମ୍ପାଦକ ଜଗବନ୍ଧୁ ସାମଲ ଜଣାଇଛନ୍ତି ।

ଏନେଇ ମନ୍ଦିରର ପୂଜକ କହିଛନ୍ତି , ''ଆସନ୍ତାକାଲି ଚନ୍ଦ୍ର ଗ୍ରହଣ ଥିବାରୁ ସକାଳ ୫ଟା ପୂର୍ବରୁ ଠାକୁରଙ୍କ ସମସ୍ତ ନୀତିକାନ୍ତିକୁ ସମ୍ପର୍ଣ୍ଣ କରାଯିବ । କାହିଁକିନା ଚନ୍ଦ୍ର ଗ୍ରହଣ ଯୋଗୁଁ ୫ଟା ୫୫ ପରେ ଦେବନୀତି ନିଷେଧ କରାଯାଇଛି । ୩ଟାରେ ଦ୍ବାର ଫିଟା ନୀତି କରାଯିବା ପରେ ୩ଟା ୫ରେ ମଙ୍ଗଳ ଆଳତୀ, ଭୋର ୪ଟାରେ ଠାକୁରଙ୍କର ରାଜରାଜେଶ୍ବରୀ ବେଶ ଅନୁଷ୍ଠିତ ହେବ । ଏହାପରେ ଭୋର ୪ଟା ୩୦ରେ ବୋଇତ ବନ୍ଦାଣ କାର୍ଯ୍ୟ ହେବ ଏବଂ ୪ଟା ୩୫ରେ ଅନ୍ନ ଭୋଗ ।''

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.