ETV Bharat / state

ଖଣି ଖନନ ବନ୍ଦ ଯୋଗୁଁ କ୍ଷତିରେ ଟିପର ମାଲିକ

author img

By

Published : Aug 1, 2019, 7:01 PM IST

କୋରାପୁଟ କୋଡ଼ିଙ୍ଗାମାଳି ପର୍ବତରୁ ବକ୍ସାଇଟ ଖନନକୁ ବିରୋଧ କରିବାରୁ ପାଖାପାଖି ୩୦୦ ରୁ ଉର୍ଦ୍ଧ୍ବ ଟିପର ରାସ୍ତା କଡରେ ଠିଆ ହୋଇରହିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କୋରାପୁଟ

କୋରାପୁଟ: ଖଣି ଖନନ ବନ୍ଦ ଯୋଗୁଁ କ୍ଷତିରେ ଟିପର ମାଲିକ ସଂଘ । କୋରାପୁଟ କୋଡ଼ିଙ୍ଗାମାଳି ପର୍ବତରୁ ବକ୍ସାଇଟ ଖନନକୁ ବିରୋଧ କରିବାରୁ ପାଖାପାଖି ୩୦୦ ରୁ ଉର୍ଦ୍ଧ୍ବ ଟିପର ରାସ୍ତା କଡରେ ଠିଆ ହୋଇରହିଛି । ଏହାକୁ ନେଇ ଆଜି ଟିପର ମାଲିକ ସମୂହ ଜିଲ୍ଲାପାଳ ପୋମା ଟୁଡୁଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କୋରାପୁଟ

ଗତ ଏକ ସପ୍ତାହ ଧରି ଲକ୍ଷ୍ମୀପୁର ନିକଟରେ ଥିବା କୋଡ଼ିଙ୍ଗାମାଳି ପର୍ବତରୁ ବକ୍ସାଇଟ ଖନନକୁ ବିରୋଧ ସହ ଖଣିରୁ ମାଟି ପରିବହନକୁ ବନ୍ଦ କରିଦେଇଛନ୍ତି ଗ୍ରାମବାସୀ । ଏହା ଫଳରେ ଗାଡ଼ିରେ କାମ କରୁଥିବା ଡ୍ରାଇଭର ଓ ହେଲପରଙ୍କ ଖର୍ଚ୍ଚ ବହନ କରିବା ସହ ଋଣ ଆଣିଥିବା ସଂସ୍ଥାକୁ ଗାଡିର କିସ୍ତି ପୈଠ କରିବା ଏକ ପ୍ରକାର ଅସମ୍ଭବ ହୋଇଗଲାଣି ବୋଲି ଲକ୍ଷ୍ମୀପୁର ଟ୍ରକ ମାଲିକ ସଂଘ ର ସଦସ୍ୟ ଅଭିଯୋଗ କରିଛନ୍ତି ।

ସେମାନଙ୍କୁ ଏହି ସଙ୍କଟ ପରିସ୍ଥିତିରୁ ରକ୍ଷା କରିବା ପାଇଁ ଟିପର ମାଲିକ ସମୂହ କୋରାପୁଟ ଜିଲ୍ଲାପାଳଙ୍କୁ ଭେଟି ଏ ବାବଦରେ ଜଣାଇଛନ୍ତି। ଜିଲ୍ଲାପାଳ ମଧ୍ୟ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଗତ ଏକ ସପ୍ତାହ ଧରି ଲକ୍ଷ୍ମୀପୁର ନିକଟରେ ଥିବା କୋଡ଼ିଂଗାମାଳି ପର୍ବତରୁ ବକ୍ସାଇଟ ଖନନ କୁ ବିରୋଧ କରି ଗ୍ରାମବାସୀ ଖଣିରୁ ମାଟି ପରିବହନ ବନ୍ଦ କରିଦେଇଥିବା ଯୋଗୁଁ ୩୦୦ ରୁ ଉର୍ଦ୍ଧ୍ବ ଟିପର ରାସ୍ତାକଡରେ ଠିଆ ହୋଇରହିଛି ।Body:ଏହା ଫଳରେ ଗାଡ଼ିରେ କାମ କରୁଥିବା ଡ୍ରାଇଭର ଓ ହେଲ୍ପର ଙ୍କ ଖର୍ଚ୍ଚ ବହନ କରିବା ସହ ଋଣ ଆଣିଥିବା ସଂସ୍ଥାକୁ ଗାଡିର କିସ୍ତି ପୈଠ କରିବା ଏକ ପ୍ରକାର ଅସମ୍ଭବ ହୋଇଗଲାଣି ବୋଲି ଲକ୍ଷ୍ମୀପୁର ଟ୍ରକ ମାଲିକ ସଂଘ ର ସଦସ୍ୟ ଅଭିଯୋଗ କରିଛନ୍ତି । Conclusion:ସେମାନଙ୍କୁ ଏହି ସଙ୍କଟ ମଧ୍ୟରୁ ରକ୍ଷା କରିବା ପାଇଁ ଆଜି ଟିପର ମାଲିକ ସମୂହ ଜିଲ୍ଲାପାଳ ପୋମା ଟୁଡୁଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଥିବା ସଂଘର ସଭାପତି ଜଣାଇଛନ୍ତି ।
........
Byte :ଲକ୍ଷ୍ମୀନାରାୟଣ ସାହୁ , ସଭାପତି , ଟ୍ରକମାଲିକ ସଂଘ
Byte : ଅମରେଶ ଶତପଥୀ , ଟିପର ମାଲିକ
........…
ଶାନ୍ତାକାର
କୋରାପୁଟ
...........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.