ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ତିନି ଠାକୁରଙ୍କ ଦୁର୍ଲଭ ନାଗାର୍ଜୁନ ବେଶ

author img

By

Published : Nov 27, 2020, 12:22 PM IST

ଚଳିତ ବର୍ଷ ପଞ୍ଚୁକ 6 ଦିନ ପଡୁଥିବାରୁ ଶୁକ୍ରବାର ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ପ୍ରଥମ ଥର ପାଇଁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଦୁର୍ଲଭ ନାଗାର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି । ଅଧିକ ପଢନ୍ତୁ...

Three lords adorned in Nagarjuna form in Shabar Shrikshetra Koraput
ଶାବର ଶ୍ରୀକ୍ଷେତ୍ରରେ ତିନି ଠାକୁରଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ

କୋରାପୁଟ: ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଆଜି(ଶୁ୍କ୍ରବାର) ପ୍ରଥମ ଥର ପାଇଁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଦୁର୍ଲଭ ନାଗାର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି । ତେବେ କାର୍ତ୍ତିକ ପୂର୍ଣ୍ଣିମାରେ 6 ଦିନ ପଞ୍ଚୁକ ପଡୁଥିବା ମଳ ତିଥିରେ ଠାକୁରମାନଙ୍କ ନାଗାର୍ଜୁନ ବେଶର ଆୟୋଜନ କରାଯାଇଥାଏ ।

ମିଳିଥିବା ସୂଚନା ଅନୁସାରେ, ପୁରୀ ଶ୍ରୀମନ୍ଦିରରେ ଏହି ବେଶ ୧୬ ନଭେମ୍ବର ୧୯୯୪ ମସିହାରେ ଓ ତା ପୂର୍ବରୁ ୨୬ ନଭେମ୍ବର ୧୯୯୩, ୩ ନଭେମ୍ବର ୧୯୬୮, ୧୬ ନଭେମ୍ବର ୧୯୬୭ ଓ ୨୬ ନଭେମ୍ବର ୧୯୬୬ରେ କରାଯାଇଥିବା ବେଳେ ଶାବର ଶ୍ରୀକ୍ଷେତ୍ର ପ୍ରତିଷ୍ଠା ହେବା ପରେ ଦୁଇଥର ସୁଯୋଗ ଥିବା ସତ୍ତ୍ବେ କୌଣସି କାରଣରୁ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇପାରିନଥିଲା । ଏ ସଂପର୍କରେ ଶାବର ଶ୍ରୀକ୍ଷେତ୍ର ପରିଚାଳନା କମିଟିର ସଦସ୍ୟ ତଥା ବିଶିଷ୍ଟ ଜଗନ୍ନାଥ ସଂସ୍କୃତିର ଗବେଷକ କୁମରମଣି ସାହୁ କହିଛନ୍ତି ।

ଶୁକ୍ରବାର କାର୍ତ୍ତିକ ଶୁକ୍ଳ ମଳ ଦ୍ବାଦଶୀ ତିଥି ହୋଇଥିବାରୁ ତିନି ଠାକୁରଙ୍କୁ ଏହି ଦୁର୍ଲଭ ବେଶରେ ସଜା ଯାଇଛି । ତେବେ କୋଭିଡ କଟକଣା ଯୋଗୁଁ ଭକ୍ତଙ୍କ ମନ୍ଦିର ପ୍ରବେଶରେ ବାରଣ ରହିଛି । ତେଣୁ ଏତେ ବର୍ଷ ପରେ ସେଠାରେ ତିନି ଠାକୁରଙ୍କ ଦୁର୍ଲଭ ବେଶ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଭକ୍ତଙ୍କୁ ଦର୍ଶନର ଭାଗ୍ୟ ମିଳିପାରିନାହିଁ ବୋଲି ଡ଼ଃ ସାହୁ ଦୁଃଖ ପ୍ରକାଶ କରି କହିଛନ୍ତି ।

ତେବେ ପୌରାଣିକ କଥା ଅନୁସାରେ, ପର୍ଶୁରାମଙ୍କ ଶହସ୍ରାର୍ଜୁନ ବଦ୍ଧ କିମ୍ବା ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ୟରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ବରୂପ ଏହି ବେଶ ଅନୁଷ୍ଠିତ ହୁଏ । ଏହି ବେଶରେ ଠାକୁରମାନେ ସୋଲ, କନା ଜରି, ବେତରେ ନିର୍ମିତ ହାଣ୍ଡିଆ, ଢେଣୁ, ନିଶ, ଦାଢି, ଛୁରୀ, କଟୁରୀ ,ସ୍ବର୍ଣ୍ଣଶ୍ରୀଭୂଜ, ଶ୍ରୀପୟର, ମାଳି, ଶଙ୍ଖ, ଚକ୍ର ଓ ହଳ, ମୂଷଳ ଇତ୍ୟାଦି ଧାରଣ କରିଥାନ୍ତି । ଭଗବାନଙ୍କ ଏହି ବେଶ ହେଉଛି ଯୋଦ୍ଧା ଓ ସନ୍ୟାସୀର ସମ୍ମିଶ୍ରଣ ବେଶ ।

କୋରାପୁଟରୁ ସି.ଏଚ୍‌ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.