ETV Bharat / state

ରାତି ପାହିଲେ ଘୋଷଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ରଥ ପ୍ରସ୍ତୁତ

ରାତି ପାହିଲେ ଶ୍ରୀଗୁଣ୍ଡିଚା ଯାତ୍ରା । ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ରଥ ପଥ, ଭକ୍ତ ଓ ଜଗନ୍ନାଥ ପ୍ରସ୍ତୁତ ହୋଇସାରିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Jun 30, 2022, 5:51 PM IST

ରାତି ପାହିଲେ ଘୋଷଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ରଥ ପ୍ରସ୍ତୁତ
ରାତି ପାହିଲେ ଘୋଷଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ରଥ ପ୍ରସ୍ତୁତ

କୋରାପୁଟ : ରାତି ପାହିଲେ ଶ୍ରୀଗୁଣ୍ଡିଚା ଯାତ୍ରା । ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ରଥ ପଥ, ଭକ୍ତ ଓ ଜଗନ୍ନାଥ ପ୍ରସ୍ତୁତ ହୋଇସାରିଛନ୍ତି । ଚଳିତ ବର୍ଷ ଦ୍ଵିତୀୟ ଥର ପାଇଁ ତିନୋଟି ରଥର ବ୍ୟବସ୍ଥା କରାଯାଇଥିବାବେଳେ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିବା ମହିଳା ଭକ୍ତଙ୍କୁ ଉତ୍ସାହ ପ୍ରଦାନ କରିବା ବିଶେଷ ଆକର୍ଷଣ ସୃଷ୍ଟି କରିଛି ।

ପ୍ରତ୍ୟେକ ରଥରେ ୯ ଟି ଲେଖାଏଁ ପାର୍ଶ୍ଵ ଦେବତା ରହିଛନ୍ତି । ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ମନ୍ଦିରରୁ ସମସ୍ତ ପାର୍ଶ୍ଵ ଦେବୀ, ଦେବତାଙ୍କୁ ସାଥିରେ ନେଇ ଭକ୍ତଙ୍କ ପାଖକୁ ଆସିବାର ପରମ୍ପରା ରହିଛି । ଆଜି ପରମ୍ପରା ଅନୁଯାୟୀ ପ୍ରଭୁ ନୃସିଂହ ଶ୍ରୀ ମନ୍ଦିରରୁ ରଥ ଖଳାକୁ ଆସି ତିନୋଟି ରଥକୁ ପରଖି ଫେରିଛନ୍ତି । ରଥ ଗୁଡ଼ିକର ପ୍ରତିଷ୍ଠା ଉତ୍ସବ ମଧ୍ୟ ସମ୍ପନ୍ନ ହୋଇଯାଇଛି । ଆସନ୍ତାକାଲି ସକାଳେ ମା' ବିମଳାଙ୍କ ଆଜ୍ଞାମାଳ ଆସିବା ପରେ ତିନି ଠାକୁରଙ୍କ ପହଣ୍ଡି କରାଯିବ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.