ETV Bharat / state

ଖେଳପଡିଆ ସ୍ଥିତି ସଙ୍ଗୀନ, ଅନ୍ଧାରରେ ଯୁବପୀଢିଙ୍କ ଖେଳ ଭବିଷ୍ୟତ - କୋରାପୁଟରେ ଖେଳ ପଡିଆ

ପିଲାଏ ଖେଳିବେ, ଦେଶ ବିଦେଶରେ ନାଁ କରିବେ । ଏହି ସ୍ବପ୍ନକୁ ଆଧାର କରି ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ କୋରାପୁଟରେ ଖେଳ ପଡିଆର ଅବସ୍ଥା ଏପରି ଯେ ପିଲାଏ ଖେଳିବାକୁ ଇଚ୍ଛା କଲେ ବି କେଉଁଠି ଖେଳିବେ ସେ ନେଇ ଚିନ୍ତାରେ ପଡିଛନ୍ତି ।

ଡିଜାଇନ ଫଟୋ
author img

By

Published : Aug 29, 2019, 10:52 PM IST

କୋରାପୁଟ: ପିଲାଏ ଖେଳିବେ, ଦେଶ ବିଦେଶରେ ନାଁ କରିବେ । ଏହି ସ୍ବପ୍ନକୁ ଆଧାର କରି ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ କୋରାପୁଟରେ ଖେଳ ପଡିଆର ଅବସ୍ଥା ଏପରି ଯେ ପିଲାଏ ଖେଳିବାକୁ ଇଚ୍ଛା କଲେ ବି କେଉଁଠି ଖେଳିବେ ସେ ନେଇ ଚିନ୍ତାରେ ପଡିଛନ୍ତି । ସହରର ହକି ପଡିଆ ବନ୍ଦ ପଡିଥିବାବେଳେ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଆରଟିଓ କବଜାରେ । ଜିଲ୍ଲା ଷ୍ଟାଡିୟମରେ ଘାସ ଲାଗିଥିବାରୁ ଖେଳିବା ବି ମନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଜିଲ୍ଲା ଜଳ ବିଭାଜିକା ବିଭାଗ ଦ୍ବାରା ୮୦ ଲକ୍ଷ ଟଙ୍କା ବ୍ୟୟରେ ଏହି ପଡିଆରେ ଚାଲିଥିବା ଘାସ ରୋପଣ କାର୍ଯ୍ୟ ସମ୍ପୂର୍ଣ ହୋଇନଥିବା ଯୋଗୁଁ ଆଜି ଯାଏଁ କ୍ରୀଡା ବିଭାଗ ତାର ଦାୟିତ୍ବ ନେଇ ପାରୁନଥିବା ସ୍ପଷ୍ଟ କରିଛନ୍ତି ଜିଲ୍ଲା କ୍ରୀଡା ଅଧିକାରୀ ରାଜକିଶୋର ଜେନା । ଫଳରେ ଜିଲ୍ଲା ଯୁବପୀଢିଙ୍କ ଖେଳ ଭବିଷ୍ୟତ ଅନ୍ଧାର ଭିତରେ ।

ସେପଟେ ଆଜି ସାରାଦେଶ ହକି ତାରକା ଧ୍ୟାନଚାନ୍ଦଙ୍କ ଜନ୍ମଦିନକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳୁଛି । ଏପଟେ ଜିଲ୍ଲାରେ ଖିଳିବାରୁ ବଞ୍ଚିତ ହୋଇଛନ୍ତି ପିଲା । ହକି ତାରକାଙ୍କ ଜନ୍ମଦିନରେ କୋରାପୁଟ ହକି ପଡିଆରେ ଝୁଲୁଛି ତାଲା । ଯାହା ଜିଲ୍ଲା କ୍ରୀଡା ବିଭାଗର ପାରିବାପଣିଆ ଉପରେ ବିରାଟ ପ୍ରଶ୍ନବାଚୀ ଠିଆ କରିଛି । ତେବେ ଏପରି ସ୍ଥଳେ ଜିଲ୍ଲାରେ ଖେଳିବା ଲାଗି ଉପଯୁକ୍ତ ଷ୍ଟାଡିୟମ କରିବାକୁ ଦାବି ହେଉଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ପିଲାଏ ଖେଳିବେ , ଦେଶ ବିଦେଶରେ ନାଁ ରଖିବେ । ଏହି ସ୍ୱପ୍ନକୁ ଆଧାର କରି ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ କୋରାପୁଟରେ ଖେଳ ପଡ଼ିଆର ଅବସ୍ଥା ଏପରି ଯେ ପିଲାଏ ଖେଳିବାକୁ ଇଚ୍ଛା କଲେ ବି କେଉଁଠି ଖେଳିବେ ସେ ନେଇ ଚିନ୍ତାରେ ପଡିଛନ୍ତି ।Body:ଆଜି ସାରାଦେଶ ହକି ତାରକା ଧ୍ୟାନଚାନ୍ଦ ଙ୍କ ଜନ୍ମଦିନକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରି କ୍ରୀଡ଼ାର ବିକାଶ ପାଈଁ ଅନେକ ଯୋଜନା ର ଶୁଭାରମ୍ଭ କରିଥିବା ବେଳେ କୋରାପୁଟ ର ହକି ପଡିଆ ବନ୍ଦ ପଡିଥିଲା ଭଳି ଏହି ସହରର ଖେଳାଳିଙ୍କ ପାଇଁ ସବୁ ରାସ୍ତା ବନ୍ଦ ହୋଇପଡିଛି କହିଲେ ଅତ୍ୟୁକ୍ତି ହେବନାହିଁ । ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ଗାଡି ର ଲାଇସେନ୍ସ ଦେବା , ଫିଟନେସ ଦେବା ଭଳି କାର୍ଯ୍ୟ ସମ୍ପନ୍ନ କରିବା ପାଈଁ ବ୍ୟବହାର କରୁଛନ୍ତି । ପୋଲିସ ପେରେଡ଼ ପଡ଼ିଆରେ ପୋଲିସ ତାଲିମ ଶିବିର ଚାଲୁ ରହିଥିବା ଯୋଗୁଁ ଚଳିତ ବର୍ଷ କୋରାପୁଟ ଉପଖଣ୍ଡ ସ୍ତରୀୟ ଫୁଟବଲ ଖେଳ ମଧ୍ୟ ୩୦ ବର୍ଷର ଇତିହାସକୁ ଉପହାସ କରି ସମ୍ପନ୍ନ ହୋଇପାରିଲା ନାହିଁ । ଅପରପକ୍ଷେ ସମସ୍ତଙ୍କ ଆଶାଭରଷାକୁ ବାନ୍ଧି ରଖିଥିବା ଷ୍ଟାଡିୟମ ରେ ଗତ ଏକ ବର୍ଷ ଧରି ଘାସ ଲଗାଯାଉଛିଯେ କାମ ସରିବାର ନାଁ ନେଉନାହିଁ । ଜିଲ୍ଲା ଜଳ ବିଭାଜିକା ବିଭାଗ ଦ୍ୱାରା ୮୦ ଲକ୍ଷ ଟଙ୍କା ବ୍ୟୟରେ ଏହି ପଡିଆ ରେ ଚାଲିଥିବା ଘାସ ରୋପଣର କାର୍ଯ୍ୟ ସମ୍ପୂର୍ଣ ହୋଇନଥିବା ଯୋଗୁଁ ଆଜି ଯାଏଁ କ୍ରୀଡା ବିଭାଗ ତାର ଦାୟିତ୍ୱ ନେଇ ପାରୁନଥିବା ସ୍ପଷ୍ଟ କରିଛନ୍ତି ଜିଲ୍ଲା କ୍ରୀଡା ଅଧିକାରୀ ରାଜକିଶୋର ଜେନା । ଏପରି ସ୍ଥଳେ କିପରି ଜିଲ୍ଲାର ଆଗ୍ରହୀ ଖେଳାଳି ଆଗକୁ ବଢ଼ିବେ ସେ ନେଇ କ୍ରୀଡ଼ାବିତ ଓ କ୍ରୀଡାକୁ ପ୍ରୋତ୍ସାହନ ଯୋଗାଉଥିବା ସଂଗଠନର କର୍ମକର୍ତା ପ୍ରଶ୍ନ କରିଛନ୍ତି । Conclusion:Byte : ହେମା ରାଓ , ବରିଷ୍ଠ କ୍ରୀଡ଼ାବିତ (white shirt)
Byte : ବାବୁଜି ପାତ୍ର ( byte in shop)
Byte : ରାଜକିଶୋର ଜେନା , ଜିଲ୍ଲା କ୍ରୀଡା ଅଧିକାରୀ ( byte in office room)

Byte :ପ୍ରଦୀପ ମହାନ୍ତି , ନିର୍ଦେଶକ , କଳିଙ୍ଗ ସ୍ପୋର୍ଟସ ଫାଉଣ୍ଡେସନ( Blue shirt . Byte in open air)

P2C : ଶାନ୍ତାକାର
.........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.