କୋରାପୁଟ: କୋରୋନା ଭୂତାଣୁ ଭୟରେ ସମଗ୍ର ଦେଶରେ ଲକଡାଉନ ହେବାର 18 ଦିନ ପୁରିଯାଇଛି । ଓଡିଶା ସରକାର ଲକଡାଉନ ଘୋଷଣା କରିବା ପୂର୍ବରୁ ଗରିବ, ଦିନ ମଜୁରିଆ ପିଡ଼ିଏସ କାର୍ଡଧାରୀଙ୍କ ପାଇଁ ଆସନ୍ତା ତିନିମାସର ଚାଉଳ ଓ ଭତ୍ତା ଟଙ୍କା ଆଗୁଆ ଦିଆଯିବ । ମାତ୍ର କୋରାପୁଟ ବ୍ଲକ ଅନ୍ତର୍ଗତ ରେଙ୍ଗିଆଗୁଡା ଗାଁର ଦିନ ମଜୁରିଆ ଭାବେ ବଞ୍ଚୁଥିବା 30 ପରିବାର ପାଖରେ ନା ଚାଉଳ ପହଞ୍ଚିଛି ନା ଟଙ୍କା । ତିନିମାସ ପୂର୍ବେ ମିଳିଥିବା ପିଡ଼ିଏସ ଚାଉଳ ମଧ୍ୟ ଏବେ ସରିବାକୁ ବସିଲାଣି ।
ଗାଁର ବୁଢ଼ୀମା ଗୋରୀମଣି କୂଳଦୀପ ପାଖଆଖ ଗାଁରୁ କିଛି ଧାନ ମାଗିଆଣି କୁଟି ଖାଉଥିବା ଜଣାଇଛନ୍ତି । ଚାଉଳ କେବେ ଆସିବ ସେନେଇ ଗ୍ରାମବାସୀ ଅନିଶ୍ଚିତତା ମଧ୍ୟରେ ଦିନ ବିତାଉ ଥିବାବେଳେ ସରପଞ୍ଚ ଲକ୍ଷ୍ମୀ ହଂଜରିଆ ମଧ୍ୟ ଏନେଇ ଚିନ୍ତିତ ଥିବା ପ୍ରକାଶ କରିଛନ୍ତି । ଚାଉଳ ଆସିବାରେ ବିଳମ୍ବ ହେଉଛି ଓ ଯେବେ ଚାଉଳ ଆସୁଛି, ସେତେବେଳେ ଗାଁ ଗାଁ କରି ବଣ୍ଟା ଯାଉଥିବା ସେ ପ୍ରକାଶ କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ