ETV Bharat / state

ଶାବର ଶ୍ରୀକ୍ଷେତ୍ର: ମେଘନାଦ ପାଚେରୀ ଭିତରେ ଅନୁଷ୍ଠିତ ହେବ ରଥଯାତ୍ରା

author img

By

Published : Jul 11, 2021, 7:04 PM IST

ଶ୍ରୀକ୍ଷେତ୍ରରେ ପାଳନ ହେବ ରଥଯାତ୍ରା । ସରକାରଙ୍କ କୋଭିଡ ଗାଇଡଲାଇନ ନିର୍ଦ୍ଦେଶନାମାକୁ ମାନି ବିନା ଭକ୍ତରେ ପାଳନ ହେବ ରଥଯାତ୍ରା । ଅଧିକ ପଢନ୍ତୁ...

ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଶାବର ଶ୍ରୀକ୍ଷେତ୍ରେ ରଥ ପ୍ରସ୍ତୁତ

କୋରାପୁଟ: ଶାବର ଶ୍ରୀକ୍ଷେତ୍ରରେ ହେବ ରଥଯାତ୍ରା । ସୋମବାର ପୂର୍ବ ବର୍ଷ ଭଳି ଶାବର ଶ୍ରୀକ୍ଷେତ୍ରରେ ପାଳିତ ହେବ ରଥଯାତ୍ରା । କୋରାପୁଟସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ମେଘନାଦ ପାଚେରୀ ଭିତରେ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ମନ୍ଦିରର ସମ୍ପାଦକ ଗଦାଧର ପରିଡା ସ୍ପଷ୍ଟ କରିଛନ୍ତି । ତେବେ ମନ୍ଦିର ପରିଚାଳନା କମିଟି ଆନୁକୂଲ୍ୟରେ ମନ୍ଦିର ପରିସର ମଧ୍ୟରେ କୋଭିଡ ନିୟମକୁ ପାଳନ କରି ଚଳିତ ବର୍ଷ ମଧ୍ୟ ଭକ୍ତଙ୍କ ବିନା ଉପସ୍ଥିତିରେ ରଥଯାତ୍ରା ସମ୍ପନ୍ନ କରାଯିବ ।

ଚଳିତବର୍ଷ ସରକାରଙ୍କ କୋଭିଡ ଗାଇଡଲାଇନ ନିର୍ଦ୍ଦେଶନାମାକୁ ଆଧାର କରି ଭକ୍ତଙ୍କ ଅନୁପସ୍ଥିତିରେ କୋରାପୁଟର ମନ୍ଦିର ପରିସରରେ ହିଁ ବିଧି ବିଧାନକୁ ରକ୍ଷା କରି କିଛି ହାତଗଣତି ସେବକଙ୍କ ଦ୍ବାରା ଯାତ୍ରା ଅନୁଷ୍ଠିତ ହେବ ବୋଲି ଶ୍ରୀ ପରିଡା ସୂଚନା ଦେଇଛନ୍ତି । ଶ୍ରୀକ୍ଷେତ୍ରର ମେଘନାଦ ପାଚେରୀ ମଧ୍ୟରେ ରଥ ଗଡୁନ ଥିଲେ ହେଁ ରଥଯାତ୍ରାଠୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ରଥ ଉପରେ ହେବାକୁ ଥିବା ସମସ୍ତ ରୀତିନୀତିକୁ ସମ୍ପନ୍ନ କରାଯିବ । ମେଘନାଦ ପାଚେରୀ ମଧ୍ୟରେ ମୁଖ୍ୟମନ୍ଦିରର ଠିକ ପଛ ପଟେ ଅସ୍ଥାୟୀ ଭାବେ ଶ୍ରୀଗୁଣ୍ଡିଚା ମନ୍ଦିର ନିର୍ମାଣ କରାଯାଇଛି, ଯେଉଁଠାରେ କି ତିନି ଠାକୁର ନଅଦିନ ଧରି ବିଭିନ୍ନ ବେଶରେ ସଜ୍ଜିତ ହୋଇ ଦର୍ଶନ ଦେବେ ।

କିନ୍ତୁ ବିନା ଭକ୍ତରେ ଯାତ୍ରାରେ ବାହାରିବା ପାଇଁ ସ୍ଵୟଂ ଜଗନ୍ନାଥ ମଧ୍ୟ ଖୁସିରେ ନଥିବା ନେଇ ରଥ ଉପରେ ଛେରାପହଁରା କରୁଥିବା ଆଦିବାସୀ ସେବକ ଓ ଦାସୀ ନାୟକ ମତ ରଖିଛନ୍ତି । ଆସନ୍ତାକାଲି ଯେତେବେଳେ ସେ ରଥାରୂଢ ତିନିଠାକୁରଙ୍କ ସମ୍ମୁଖରେ ଛେରାପହଁରା କରିବେ ସେତେବେଳେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ପାଖରେ ବିଶ୍ଵକୁ କୋରୋନା ମୁକ୍ତ କରିବା ପାଇଁ ପ୍ରାର୍ଥନା କରିବେ ବୋଲି ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଚିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.