ETV Bharat / state

ବ୍ଲାକମେଲିଂରେ ଅତିଷ୍ଠ ହୋଇ ଶିକ୍ଷକଙ୍କ ଆତ୍ମହତ୍ୟା

author img

By

Published : Dec 9, 2019, 12:00 AM IST

କୋରାପୁଟ ଜିଲ୍ଲା  ଶିକ୍ଷାଧିକାରୀଙ୍କ  ସରକାରୀ ବାସଭବନରେ  ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡାଙ୍କ ଆତ୍ମହତ୍ୟା କରିବା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପ୍ରାଥମିକ ତଦନ୍ତ ସମୟରେ ଏକ ସୁଇସାଇଡ ନୋଟ ଜବତ ହୋଇଛି ।

DEO koraput
ଜିଲ୍ଲା ଶିକ୍ଷାଧିକାରୀଙ୍କ ବାସଭବନରେ କାର୍ଯ୍ୟରତ ଶିକ୍ଷକଙ୍କ ଆତ୍ମହତ୍ୟା

କୋରାପୁଟ: ଜିଲ୍ଲା ଶିକ୍ଷାଧିକାରୀଙ୍କ ସରକାରୀ ବାସଭବନରେ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡାଙ୍କ ଆତ୍ମହତ୍ୟା ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ସୂଚନାନୁଯାୟୀ, ଆଜି ସକାଳୁ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ପଣ୍ଡା କୌଣସି କାମରେ ବାହାରକୁ ଯାଇଥିଲେ । ହେଲେ ଘରର ଚାବି ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡାଙ୍କ ପାଖରେ ଥିଲା । ପରେ ସେ ତାଙ୍କ ବାସଭବନରେ ପଶି ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ ।

ପ୍ରାଥମିକ ତଦନ୍ତରେ ଚିତ୍ତରଞ୍ଜନଙ୍କ ହାତଲେଖା ସୁଇସାଇଡ ନୋଟ ଜବତ କରିଛି ପୋଲିସ । ଯେଉଁଥିରେ 8 ଜଣ ବ୍ୟକ୍ତିଙ୍କର ନାମ ରହିଛି । ସେମାନେ ତାଙ୍କୁ କୌଣସି ଫାଇଲକୁ କୌଶଳ କ୍ରମେ ଅକ୍ତିଆର କରିବା ପାଇଁ ଗତ କିଛିଦିନ ଧରି ବ୍ଲାକମେଲିଙ୍ଗ କରୁଥିବା ଲେଖାଯାଇଛି । ଚିଠିରେ ଏହି 8 ଜଣଙ୍କୁ ଚିତ୍ତରଞ୍ଜନ ତାଙ୍କ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି । ସେଥିରେ ଅଫିସର କିଛି କର୍ମଚାରୀଙ୍କ ସମେତ ଦୁଇଜଣ ସାମ୍ବାଦିକଙ୍କ ନାଁ ରହିଥିବା ଜଣାପଡିଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ ର ଜିଲ୍ଲା ଶିକ୍ଷାଧିକାରୀଙ୍କ ସରକାରୀ ବାସଭବନରେ ତାଙ୍କରି କାର୍ଯ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡାଙ୍କ ଆତ୍ମହତ୍ୟା କରିବା ସହରରେ ଚାଂଚଲ୍ୟ ସୃଷ୍ଟି କରିଛି ।Body:ଆଜି ସକାଳୁ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ପଣ୍ଡା ଘରେ ନଥିବା ସମୟରେ ଚିତ୍ତରଞ୍ଜନ ନିଜ ପାଖରେ ଥିବା ଚାବି ଖୋଲି ଶ୍ରୀ ପଣ୍ଡାଙ୍କ ବାସଭବନ ରେ ପଶି ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ । ପ୍ରାଥମିକ ତଦନ୍ତ ରେ କାରଣ ଅସ୍ପଷ୍ଟ ଲାଗିଥିଲେ ହେଁ ଚିତ୍ତରଞ୍ଜନ ଙ୍କ ସ୍ବ ହସ୍ତଲିଖିତ ସୁଇସାଇଡ଼ ନୋଟ ରେ ଆଠ ଜଣ ବ୍ୟକ୍ତି ତାଙ୍କୁ କୌଣସି ଫାଇଲ କୁ କୌଶଳ କ୍ରମେ ଅକ୍ତିଆର କରି ତାଙ୍କୁ ଗତକିଛିଦିନ ଧରି ବ୍ଲାକମେଲିଙ୍ଗ କରୁଥିବା ଲେଖାଯାଇଥିବା ଦେଖାଯାଇଛି ।ଏହି ଆଠ ଜଣ ଯାହାଙ୍କୁ ଚିତ୍ତରଞ୍ଜନ ତାଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ଲେଖିଛନ୍ତି ସେଥିରେ ଅଫିସ ର କିଛି କର୍ମଚାରୀ ଙ୍କ ସମେତ ଦୁଇଜଣ ସାମ୍ବାଦିକଙ୍କ ନାଁ ରହିଥିବା ଜଣାପଡିଛି । ପୋଲିସ ତଦନ୍ତ ଆରମ୍ଭ କରିଛି । Conclusion:......
ଶାନ୍ତାକାର
କୋରାପୁଟ
...........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.