ETV Bharat / state

ବୋଲ ମାନୁନି ତାରାଙ୍କ ତୁଣ୍ଡ, ମନ୍ତ୍ରୀଙ୍କୁ କହିଲେ ରବର ଷ୍ଟାମ୍ପ୍ - ବୋଲ ମାନୁନି

ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଧିକାଂଶ ମନ୍ତ୍ରୀ ରବର ଷ୍ଟାମ୍ପ ଠାରୁ ବି ହୀନ । ନିଜ ଫାଇଲ ଉପରେ ନିଜର ଦଖଲ ନାହିଁ କହିଛନ୍ତି ଜୟପୁର ବିଧାୟକ ତାରା ବାହିନୀପତି । ଯାହାକୁ ନେଇ ଆରମ୍ଭ ହୋଇଚି ବିବାଦ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କୋରାପୁଟ
author img

By

Published : Jun 7, 2019, 8:55 PM IST

କୋରାପୁଟ: ଗୁରୁବାର ନବରଙ୍ଗପୁରରେ ଜୟପୁର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି ଦେଇଥିବା ବୟାନକୁ ନେଇ ତେଜିଛି ରାଜନୀତି । ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଧିକାଂଶ ମନ୍ତ୍ରୀ ରବର ଷ୍ଟାମ୍ପ ଠାରୁ ବି ହୀନ ବୋଲି ତାରା ଦେଇଥିବା ବୟାନକୁ କୋଟପାଡ ବିଧାୟିକା ତଥା ରାଜ୍ୟ ବୟନ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ ନିନ୍ଦା କରିଛନ୍ତି । ତାରାଙ୍କ ଏହିପରି ବୟାନ ଜଣେ ବରିଷ୍ଠ ବିଧାୟକଙ୍କ ଠାରୁ ଆଶା କରାଯାଏ ନାହିଁ ବୋଲି ସେ କହିଛନ୍ତି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, କୋରାପୁଟ

ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଟିକେଟରେ ବିଜୟୀ ହୋଇଥିବା ନବରଙ୍ଗପୁର ସାଂସଦ ରମେଶ ମାଝି ମଧ୍ୟ ତାରାଙ୍କ ଅଭିଯୋଗକୁ ଭିତ୍ତିହୀନ ମନ୍ତବ୍ୟ ଓ ଏହା ଘୋର ନିନ୍ଦନୀୟ ବୋଲି ମତବ୍ୟକ୍ତ କରିଛନ୍ତି । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ସରକାରଙ୍କ ବିଭାଗ ପରିଚାଳନା କରିବାରେ କୌଣସି ଅସୁବିଧା ହେବନାହିଁ ଓ ମନ୍ତ୍ରୀ ମାନେ ଫାଇଲ ଦେଖିକି ଦସ୍ତଖତ କରନ୍ତି ବୋଲି କହିଛନ୍ତି ।

ସେପଟେ ବିଜେଡିର ଦୁଇଜଣ ନେତାଙ୍କ ଏପରି ବୟାନର ପ୍ରତିଉତ୍ତର ରଖିଛନ୍ତି ଶ୍ରୀ ବାହିନୀପତି । ଗତକାଲି ଦେଇଥିବା ବୟାନକୁ କାଏମ ରଖି ତାରା ପୁଣିଥରେ କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ସରକାରରେ ଜଣେ ଦୁଇଜଣ ମନ୍ତ୍ରୀଙ୍କୁ ଛାଡିଦେଲେ ଅଧିକାଂଶ ମନ୍ତ୍ରୀଙ୍କ ଫାଇଲ ଉପରେ ଦଖଲ ନାହିଁ । ସବୁକିଛି ତୃତୀୟ ମହଲାର ନିର୍ଦେଶରେ ପରିଚାଳିତ ହୁଏ ବୋଲି ତାରା ଅଭିଯୋଗ କରିଛନ୍ତି । ଏକଥା ବିଧାନସଭା ବାହାରେ ଓ ଏପରିକି ବିଧାନସଭାରେ ମଧ୍ୟ କହିବା ପାଇଁ ପଛେଇବେ ନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:Body:

rwey

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.