କୋରାପୁଟ: ପରିବେଶ ସ୍ବଚ୍ଛ ରହିଲେ ସ୍ବାସ୍ଥ୍ୟ ଠିକ ରହିବ । ଏହି ମନ୍ତ୍ରକୁ ନେଇ ସଫେଇ କର୍ମଚାରୀ ପ୍ରତିଦିନ ନିଜ କାର୍ଯ୍ୟ କରି ଆସୁଛନ୍ତି । କୋରୋନା ଲକଡାଉନ ସମୟରେ ସହରକୁ ସଫାସୁତୁରା ରଖିବା ଦିଗରେ ଏମାନେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଗୁରୁତ୍ବପୂର୍ଣ୍ଣ । ତେବେ ସଫେଇକର୍ମୀଙ୍କ ଏପରି କାର୍ଯ୍ୟ ପାଇଁ ସେମାନଙ୍କୁ ସମ୍ମାନ ଜଣାଇଛନ୍ତି ସେମିଳିଗୁଡାର ଯୁବ ଗୋଷ୍ଠୀ ।
କୋଭିଡ ବିରୁଦ୍ଧରେ ଚାଲିଥିବା ଲଢେଇରେ ଏକ ଯୋଦ୍ଧା ଭଳି ଅଭୂତପୂର୍ବ କାର୍ଯ୍ୟ ସମ୍ପାଦନ କରୁଛନ୍ତି ସଫେଇ କର୍ମଚାରୀ । ଏମାନଙ୍କ ଏହି ସେବାକୁ ଆଖି ଆଗରେ ରଖି ସେମିଳିଗୁଡାର ଯୁବ ଗୋଷ୍ଠୀଙ୍କ ପକ୍ଷରୁ ସୁନାବେଡା ମ୍ୟୁନିସିପାଲିଟିରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀଙ୍କୁ କୃତଜ୍ଞତା ଜ୍ଞାପନ ସଦୃଶ ଉପହାର ପ୍ରଦାନ କରିବା ସହ ସେମାନଙ୍କ ପାଦ ଧୁଆଯାଇଥିଲା । ସଫେଇ କର୍ମଚାରୀମାନ ମଧ୍ୟ ଯୁବ ଗୋଷ୍ଠୀଙ୍କ କୃତଜ୍ଞତାକୁ ଗ୍ରହଣ କରି ଆନନ୍ଦିତ ହୋଇଛନ୍ତି । ଏହି ସମ୍ମାନ ସେମାନଙ୍କ ଭିତରେ ଆହୁରି ଅଧିକ କାର୍ଯ୍ୟ କରିବାର ଦକ୍ଷତା ଓ ଉତ୍ସାହ ବୃଦ୍ଧି କରିବାରେ ସହାୟକ ହେବ ବୋଲି ସଫେଇ କର୍ମଚାରୀ ମତବ୍ୟକ୍ତ କରିଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ