ETV Bharat / state

କୋରାପୁଟରେ ପ୍ରଥମ ଟିକା ନେବେ ଝାଡୁଦାର ପଦ୍ମା ହରିଜନ

ଆଜିଠୁ ରାଜ୍ୟରେ ଟୀକାକରଣ । ପ୍ରତ୍ୟେକ ଜିଲ୍ଲା ଟୀକାକରଣ ପାଇଁ ପ୍ରସ୍ତୁତ ଥିବାବେଳେ କୋରାପୁଟ ମଧ୍ୟ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି । ତେବେ କୋରାପୁଟର 5ଟି ସ୍ଥାନରେ ଟିକା ଦିଆଯିବାର ବ୍ୟବସ୍ଥା ହୋଇଛି । କୋରାପୁଟ ଚିକିତ୍ସାଳୟରେ ଝାଡୁଦାର ଭାବେ କାର୍ଯ୍ୟରତ ପଦ୍ମା ହରିଜନଙ୍କୁ ଦିଆଯିବ ପ୍ରଥମ ଟୀକା ।

କୋରାପୁଟରେ ପ୍ରଥମ ଟିକା ନେବେ ଝାଡୁଦାର ପଦ୍ମା ହରିଜନ
କୋରାପୁଟରେ ପ୍ରଥମ ଟିକା ନେବେ ଝାଡୁଦାର ପଦ୍ମା ହରିଜନ
author img

By

Published : Jan 16, 2021, 7:06 AM IST

କୋରାପୁଟ: ଆଜିଠୁ ରାଜ୍ୟରେ ଟୀକାକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ 10:30 ଟାରେ ଟୀକାକରଣର ଶୁଭାରମ୍ଭ କରିବା ପରେ ଟୀକା ଦେବା ପ୍ରକ୍ରିୟା ଆରମ୍ଭ ହେବ । ତେବେ କୋରାପୁଟର 5ଟି ସ୍ଥାନରେ ଟିକା ଦିଆଯିବାର ବ୍ୟବସ୍ଥା ହୋଇଛି । କୋରାପୁଟ ଚିକିତ୍ସାଳୟରେ ଝାଡୁଦାର ଭାବେ କାର୍ଯ୍ୟରତ ପଦ୍ମା ହରିଜନଙ୍କୁ ପ୍ରଥମେ ଟିକା ଦିଆଯିବ ।

କୋରାପୁଟରେ ପ୍ରଥମ ଟିକା ନେବେ ଝାଡୁଦାର ପଦ୍ମା ହରିଜନ

ଏହା ପରେ ସେହିଠାରେ ଆଶାକର୍ମୀ, ଏଏନଏମ୍ , ଷ୍ଟାଫ ନର୍ସ , ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ସମେତ ସମୁଦାୟ ନଅ ଜଣଙ୍କୁ ଟିକା ଦେଇ ଟିକାଦାନ କାର୍ଯ୍ୟକ୍ରମର ଉଦଘାଟନ କରାଯିବ ବୋଲି କୋରାପୁଟ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ମକରନ୍ଦ ବେଉରା ଜଣାଇଛନ୍ତି ।

ମଧ୍ୟାହ୍ନ 12 ଟାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ରାଜ୍ୟର ବିଭିନ୍ନ କେନ୍ଦ୍ରର ଟୀକା ଗ୍ରହଣ କରିଥିବା ବ୍ୟକ୍ତିଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାର୍ତ୍ତାଳାପ କରିବାର ଯୋଜନା ଥିବା ଡାକ୍ତର ବେଉରା ଜଣାଇଛନ୍ତି । ଜିଲ୍ଲାରେ ସମୁଦାୟ 39ଟି କୋଲ୍ଡ ଚେନ ପଏଣ୍ଟରେ ପ୍ରଥମ ପର୍ଯ୍ୟାୟରେ 12,076 ଜଣଙ୍କୁ କୋଭିଡ ଟିକା ଦିଆଯିବା ପାଇଁ ଯୋଜନା ଥିବାବେଳେ ଆଜି କୋରାପୁଟସ୍ଥିତ ମେଡିକାଲ କଲେଜ ହସ୍ପିଟାଲ ଓ ଗାନ୍ଧିନଗର ଅର୍ବାନ ହସ୍ପିଟାଲ , ଜୟପୁରରେ ଥିବା ଜିଲ୍ଲା ଚିକିତ୍ସାଳୟ ତଥା ମାଥାଲପୁଟ ଓ ବୋରିଗୁମ୍ମା ସିଏଚସିରେ ଶୁଭାରମ୍ଭ କରାଯିବ ।

ତେବେ ଟିକା ଗୁଡିକ ପୁଣେରୁ ଭୁବନେଶ୍ବର ଆସିବା ପରେ କୋରାପୁଟ ଆଞ୍ଚଳିକ ଟିକାକେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ଟିକାଦାନ ପାଇଁ 8300 ଟି ଟିକା ଆସି ପହଞ୍ଚି ଯାଇଛି । ଅନ୍ୟ ଯେକୌଣସି ଟିକା ଭଳି ବ୍ୟକ୍ତିର ଶରୀର ଉପରେ ଏହି ଟିକା ଜନିତ ସାଧାରଣ ପ୍ରତିକ୍ରିୟାକୁ ସାମନା କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ସେ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.