ETV Bharat / state

କୋରାପୁଟରେ ମାଟ୍ରିକ ମୂଲ୍ୟାଙ୍କନ ତାତି, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ - ମାଟ୍ରିକ ଫଳାଫଳ 2021

କୋରାପୁଟରେ ମଧ୍ୟ ମାଟ୍ରିକ ମୂଲ୍ୟାଙ୍କନ ତାତି । ସରସ୍ବତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କ ପ୍ରତିବାଦ ସହ ସଠିକ ମୂଲ୍ୟାଙ୍କନ ହୋଇନଥିବା ଅଭିଯୋଗ । ଅଧିକ ପଢନ୍ତୁ...

ମାଟ୍ରିକ ଫଳାପଳକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ

author img

By

Published : Jun 29, 2021, 10:26 PM IST

କୋରାପୁଟ: ଚଳିତ ବର୍ଷ ଓଡ଼ିଶାରେ ଦଶମ ବୋର୍ଡ ପରୀକ୍ଷା କରାନଯାଇ ବୋର୍ଡ ଦ୍ବାରା ପୂର୍ବବର୍ଷ ଗୁଡିକରେ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ସ୍ତରୀୟ ପରୀକ୍ଷାରେ ପାଇଥିବା ମାର୍କ ଅନୁଯାୟୀ ସେମାନଙ୍କୁ ଉତ୍ତୀର୍ଣ୍ଣ କରାଯାଇଛି । ତେବେ ଏହି ଆଧାରରେ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କୋରାପୁଟ ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ ।

ମାଟ୍ରିକ ଫଳାପଳକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ

ଆଜି କୋରାପୁଟ ସହରରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ପ୍ରଧାନ ଆଚାର୍ଯ୍ୟଙ୍କୁ ଘେରି ବିଦ୍ୟାଳୟରେ ସେମାନଙ୍କ ମୂଲ୍ୟାଙ୍କନ ଠିକ ଭାବେ କରାନଯାଇ କମ ମାର୍କ ଦିଆଯାଇଥିବା ଅଭିଯୋଗ କରିଛନ୍ତି । ତେବେ ଅପରପକ୍ଷରେ ବିଦ୍ୟାଳୟ କର୍ତ୍ତୃପକ୍ଷ ମୂଲ୍ୟାଙ୍କନ ହୋଇଥିବା ଅବ୍ୟବସ୍ଥା ପାଇଁ ବିଦ୍ୟାଳୟ ବିରୁଦ୍ଧରେ ହେଉଥିବା ଅଭିଯୋଗକୁ ଖଣ୍ଡନ କରି ଏପରି ଅବ୍ୟବସ୍ଥା ପାଇଁ ବୋର୍ଡକୁ ଦାୟୀ କରିଛନ୍ତି ।

କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.