ETV Bharat / state

କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ତେଜୁଛି ଛାତ୍ର ଅଶାନ୍ତି

ସ୍ଥାୟୀ ଅଧ୍ୟାପକ ନିଯୁକ୍ତିର ପ୍ରତିଶ୍ରୁତି ପାଣିର ଗାର । ଏଭଳି ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସୁନାବେଡାସ୍ଥିତ କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟର ଛାତ୍ରଛାତ୍ରୀ ।

author img

By

Published : Aug 19, 2019, 5:55 PM IST

Updated : Aug 19, 2019, 7:10 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ସ୍ଥାୟୀ ଅଧ୍ୟାପକ ନିଯୁକ୍ତିର ପ୍ରତିଶ୍ରୁତି ପାଣିର ଗାର । ଏଭଳି ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସୁନାବେଡାସ୍ଥିତ କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟର ଛାତ୍ରଛାତ୍ରୀ । ଏମବିଏ ଏବଂ ଅନ୍ୟାନ୍ୟ ବିଭାଗରେ ଜଣେ ହେଲେ ସ୍ଥାୟୀ ପ୍ରଫେସର ବା ଆସିଷ୍ଟାଣ୍ଟ ପ୍ରଫେସର ନଥିବା ବେଳେ କେବଳ ଅସ୍ଥାୟୀ ଅଧ୍ୟାପକଙ୍କ ଦ୍ବାରା ପାଠ ପଢା ଯାଉଛି । ଫଳରେ ପରୀକ୍ଷା ପୂର୍ବରୁ ପାଠ୍ୟକ୍ରମ ସରୁନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଦୂର ଦୁରାନ୍ତରୁ ନିଜ ସୁନେଲି ଭବିଷ୍ୟତର ସ୍ବପ୍ନ ନେଇ ବିଶ୍ବବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ କେବଳ ଛାତ୍ରାବାସରେ ଖର୍ଚ୍ଚାନ୍ତ ହେଉଛନ୍ତି । ମାତ୍ର ଶିକ୍ଷାରେ ସେମାନଙ୍କୁ କୌଣସି ଉନ୍ନତି ହେଉନଥିବା ଅଭିଯୋଗ କରିଛନ୍ତି । ଆଉ କଲେଜକୁ ଆସୁଥିବା ଅଧ୍ୟାପକଙ୍କ ସ୍ବଳ୍ପ ସମୟ ସେମାନଙ୍କ ପାଠ ପଢାକୁ ନ୍ୟାୟ ଦେଇପାରୁନାହାନ୍ତି ।

ଗୋଟିଏ ପଟେ ସ୍ଥାୟୀ ଅଧ୍ୟାପକ ନଥିବା ବେଳେ ସ୍ଥାୟୀ କୂଳପତି ନିଯୁକ୍ତିରେ ହେଉଥିବା ବିଳମ୍ବ ଯୋଗୁଁ ଦାୟିତ୍ବରେ ଥିବା କୂଳପତିଙ୍କ ଦ୍ବାରା ବିଗତ ଦିନରେ ଦିଆ ଯାଇଥିବା ପ୍ରତିଶ୍ରୁତି ପାଳନ ହୋଇପାରୁନାହିଁ । ତେବେ ବିଭିନ୍ନ ବିଭାଗରେ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ପ୍ରଭୃତି ନିୟୋଜିତ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଅସିତ କୁମାର ଦାସ ସୂଚନା ଦେଇଛନ୍ତି ।

ମଙ୍ଗଳବାର ଭାରାପ୍ରାପ୍ତ କୂଳପତି ଏସ.କେ.ପାଲିତ ଭୁବନେଶ୍ବରରୁ ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଆଶ୍ବାସନା ଦେବା ପରେ ମଧ୍ୟ ରେଜିଷ୍ଟ୍ରାରଙ୍କର ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବିଫଳ ହୋଇଛି । ତେଣେ ସ୍ଥାୟୀ ସମସ୍ୟା ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Intro:Body:

dfadf

Conclusion:
Last Updated : Aug 19, 2019, 7:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.