ETV Bharat / state

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ପଦଯାତ୍ରା, କୋରାପୁଟରେ ପହଁଚିଲେ ସତ୍ୟବ୍ରତ

author img

By

Published : Jul 14, 2020, 6:08 PM IST

ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ତାଙ୍କ ଜୀବନର ବ୍ରତ । ଥକି ପଡୁନି ପାଦ କିମ୍ବା ମଉଳି ଯାଉନି ମନ । ଦୃଢ ଇଛାଶକ୍ତି ଆଉ ରାଜ୍ୟର ବୃହତ୍ତର ସ୍ବାର୍ଥ ପାଇଁ 314 ବ୍ଲକ ପାଦରେ ପରିଭ୍ରମଣ କରିବା ଜାରି ରଖିଛନ୍ତି ଯୁବ ସମାଜସେବୀ ସତ୍ୟବ୍ରତ ଦାସ । ଅଧିକ ପଢନ୍ତୁ..

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ପଦଯାତ୍ରା, କୋରାପୁଟରେ ପହଁଚିଲେ ସତ୍ୟବ୍ରତ
ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ପଦଯାତ୍ରା, କୋରାପୁଟରେ ପହଁଚିଲେ ସତ୍ୟବ୍ରତ

କୋରାପୁଟ: ଥକି ପଡୁନି ପାଦ କିମ୍ବା ମଉଳି ଯାଉନି ମନ । ନିଜ ଦୃଢ ଲକ୍ଷ୍ୟ ଆଉ ରାଜ୍ୟର ବୃହତ୍ତର ସ୍ବାର୍ଥ ଯୋଗୁଁ ଆଗେଇ ଚାଲିଛନ୍ତି ସମାଜସେବୀ ସତ୍ୟବ୍ରତ ଦାସ । ଦିନେ କି ୨ ଦିନ ନୁହେଁ, ପ୍ରାୟ ବର୍ଷେ ପାଖାପାଖି ହେବ ପଦଯାତ୍ରାରେ ବାହାରିଛନ୍ତି ସମାଜସେବୀ ସତ୍ୟବ୍ରତ । ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ରାଜ୍ୟର ୩୧୪ ବ୍ଲକକୁ ପଦଯାତ୍ରା ମାଧ୍ୟମରେ ପରିଭ୍ରମଣ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ସତ୍ୟବ୍ରତ ଦାସ ।

ଏବେ ସୁଦ୍ଧା ପ୍ରାୟ ୧୯୦ଟି ବ୍ଳକ ଅତିକ୍ରମ କରି ସାରିଥିବା ବେଳେ ସମସ୍ତ ବ୍ଲକର ସାଧାରଣ ଲୋକଙ୍କୁ ସଚେତନ କରିବା ସେ ଜାରି ରଖିଛନ୍ତି । ଏହି କ୍ରମରେ ସତ୍ୟବ୍ରତ ଆଜି କୋରାପୁଟର କୁନ୍ଦୁରା ବ୍ଲକକୁ ମଧ୍ୟ ପଦଯାତ୍ରା କରିବା ସହ ବ୍ଲକ ଅଧିକାରୀଙ୍କୁ ନିଜର ଦାବି ପତ୍ର ପ୍ରଦାନ କରିଛନ୍ତି ।

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ଭଗବାନସିନ୍ଧଲ ଗ୍ରାମରେ ଜନ୍ମିତ ଏହି ଯୁବ ସମାଜସେବୀ ଗତବର୍ଷ ଜୁଲାଇ ୧୦ ତାରିଖରୁ ଆରମ୍ଭ କରିଥିଲେ ପଦଯାତ୍ରା । ସତ୍ୟବ୍ରତ ପ୍ରଥମେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକକୁ ପଦଯାତ୍ରା ଆରମ୍ଭ କରିଥିଲେ । ଏହାରି ଭିତରେ ସେ ୫,୫୦୦ କିଲୋମିଟର ପାଦରେ ଯାତ୍ରା କରିସାରିଛନ୍ତି। ନିଜେ ଏକୁଟିଆ ଏହି ଯାତ୍ରା ଜାରି ରଖିଥିବା ସ୍ବତେ ସତ୍ୟବ୍ରତ କହିଛନ୍ତି ସାଢେ ୪ କୋଟି ଓଡ଼ିଶାବାସୀ ମୋ ସହିତ ରହିଛନ୍ତି । ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟର ପାହ୍ୟା ନମିଳିବା ପର୍ଯ୍ୟନ୍ତ ମୁଁ ମୋର ଲଢେଇ ଜାରି ରଖିବି ବୋଲି କହିଛନ୍ତି ଯୁବ ସମାଜସେବୀ ସତ୍ୟବ୍ରତ ଦାସ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.