ETV Bharat / state

ମାଟ୍ରିକ ପରୀକ୍ଷାକୁ ନେଇ ବିଭାଗ ପ୍ରସ୍ତୁତ, କପି ରୋକିବ ସ୍ୱତନ୍ତ୍ର ସ୍କ୍ୱାଡ୍‌

author img

By

Published : Mar 6, 2023, 4:41 PM IST

ଆସନ୍ତା ମାର୍ଚ୍ଚ 10 ତାରିଖରୁ ମାଟ୍ରିକ ପରୀକ୍ଷା । ଏନେଇ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି ଶିକ୍ଷା ବିଭାଗ । ବିଶେଷ କରି ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ଗଠନ ହୋଇଛି ସ୍ୱତନ୍ତ୍ର ସ୍କ୍ୱାଡ୍‌ । ଅଧିକ ପଢନ୍ତୁ

odisha matric exam
odisha matric exam

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ 10 ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । 10 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ 17 ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ଏନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବିଭାଗ। ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ନେଇ ହୋଇଛି ସ୍ବତନ୍ତ୍ର ସ୍କ୍ବାର୍ଡ। ପରୀକ୍ଷା ଚାଲୁ ରହିଥିବା ସମୟରେ ସେଣ୍ଟର ଗୁଡ଼ିକୁ ଅଚାନକ ଭାବରେ ଗସ୍ତ କରିବେ ଏହି ସ୍ଵତନ୍ତ୍ର ସ୍କ୍ୱାଡ୍‌ । ସେହିପରି ସମସ୍ତ ବିଷୟର ପ୍ରଶ୍ନପତ୍ର କରାଯାଇଥିବା ସେଣ୍ଟର ହବ କୁ ପଠାଇ ଦିଆଯାଇଥିବା ବେଳେ ପରୀକ୍ଷା କେନ୍ଦ୍ରରେ CCTV ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ହବ୍ରୁ ପରୀକ୍ଷା ସେଣ୍ଟର ଯାଏଁ ପ୍ରଶ୍ନପତ୍ର ନେବାକୁ ସ୍ୱତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଚଳିତ ବର୍ଷ ଶୃଙ୍ଖଳା ସହ ପରୀକ୍ଷା ଅନୁଷ୍ଠିତ ହେବ । ଛାତ୍ରଛାତ୍ରୀଙ୍କୁ ପରାମର୍ଶ, ସମସ୍ତ ପରୀକ୍ଷା ସମୟରେ ଚାପମୁକ୍ତ ହୋଇ ପରୀକ୍ଷା ଦିଅନ୍ତୁ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସୂଚନା ଅନୁଯାୟୀ, ଆସନ୍ତା ମାର୍ଚ୍ଚ 10 ତାରିଖରୁ ମାଟ୍ରିକ ପରୀକ୍ଷା ହେବାକୁ ଥିବା ବେଳେ ଏନେଇ ବୋର୍ଡ ପକ୍ଷରୁ ଜାରି କରାଯାଇଛି ପରୀକ୍ଷା ସୂଚୀ । ମାଟ୍ରିକ ପରୀକ୍ଷା ସହ ମଧ୍ୟମା, ଓପନ୍‌ ସ୍କୁଲ୍‌ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ । ସକାଳ 8ଟାରୁ 10ଟା ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ ।

ତେବେ ଚଳିତବର୍ଷ 5 ଲକ୍ଷ 32 ହଜାର 712 ଜଣ ପରୀକ୍ଷାର୍ଥୀ ଫର୍ମ ଫିଲ୍‌ଅପ୍ କରିଥିବା ବେଳେ 3029ଟି କେନ୍ଦ୍ରରେ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ଏଥିପାଇଁ 316ଟି ନୋଡାଲ ସେଣ୍ଟର କରାଯାଇଛି । ମାଓ ଅଞ୍ଚଳରେ 22ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି । ଏଥି ମଧ୍ୟରେ କନ୍ଧମାଳରେ 7ଟି, କୋରାପୁଟରେ 5ଟି ଏବଂ ମାଲକାନଗିରିରେ 10ଟି ପୋଲିସ ଷ୍ଟେସନରେ ନୋଡାଲ ସେଣ୍ଟର କରାଯାଇଛି । ପରୀକ୍ଷା ଶେଷ ହେବା ପରେ 56ଟି କେନ୍ଦ୍ରରେ ଖାତା ଦେଖା ଆରମ୍ଭ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ ।

ଅନ୍ୟପଟେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଯାଇଛି । ମାର୍ଚ୍ଚ ପହିଲାରୁ ଯୁକ୍ତ ଦୁଇର ଥିଓରୀ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏପ୍ରିଲ 5 ତାରିଖ ପର୍ଯ୍ୟନ୍ତ ଚାଲିବ । ସମସ୍ତ ପରୀକ୍ଷା ସକାଳ 10ଟା ସମୟରୁ ମଧ୍ୟାହ୍ନ 1ଟା ପର୍ଯ୍ୟନ୍ତ ହେଉଛି । ପ୍ରଥମ ଦିନ ବିଭାଗ ବିଜ୍ଞାନ ବିଭାଗର ଓଡ଼ିଆ ବିଷୟ ରହିଥିବା ବେଳେ ଦ୍ଵିତୀୟ ଦିନରେ ରହିଛି କଳା ଓ ବାଣିଜ୍ୟ ବିଭାଗର ଓଡ଼ିଆ ବିଷୟ । ଏଥିସହ ରାଜ୍ୟରେ ମୋଟ 202ଟି ହବ୍‌ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.