କୋରାପୁଟ: ଜୟପୁରରେ ସ୍ବତନ୍ତ୍ର କୋଭିଡ19 ହସ୍ପିଟାଲ ଉଦଘାଟିତ । କୋରାପୁଟ ଜିଲ୍ଲାର ଜୟପୁରରେ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଦ୍ବାରା କୋଭିଡ19 ଚିକିତ୍ସାଳୟ ଉଦଘାଟିତ ହୋଇଯାଇଛି ।
କୋରାପୁଟ ଜିଲ୍ଲାର ଜୟପୁର ସ୍ଥିତ ଜିଲ୍ଲା ସଦର ମହକୁମା ହସପିଟାଲ ପରିସରରେ କୋଭିଡ19 ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ମହାମାରୀ କୋରୋନା ଆକ୍ରାନ୍ତଙ୍କ ସମସ୍ତ ଚିକିତ୍ସା କରିବା ପାଇଁ ଏହି ଚିକିତ୍ସାଳୟ ପ୍ରସ୍ତୁତ କରାଯାଇଛି । ମୋଟ 50 ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟରେ 20 ଟି ଆଇସୋଲେସନ ବେଡ ରହିଥିବା ବେଳେ ଭେଣ୍ଟିଲେଟର ଯୁକ୍ତ ତିନୋଟି କ୍ରିଟିକାଲ କେର ୟୁନିଟ ରହିଥିବା ଜିଲ୍ଲାପାଳ କହିଛନ୍ତି ।
ଜିଲ୍ଲାରେ ଏ ପର୍ଯ୍ୟନ୍ତ 90ଟି ସ୍ବାବ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ସେଥି ମଧ୍ୟରୁ ପ୍ରାପ୍ତ ହୋଇଥିବା ସମସ୍ତ 19 ଟିର ରିପୋର୍ଟ କୋରୋନା ନେଗେଟିଭ ଥିବା ଜଣାଇଛନ୍ତି ।
କୋରାପୁଟରୁ ସି ଏଚ ଶାନ୍ତାକାର,ଇଟିଭି ଭାରତ