କୋରାପୁଟ: ଧର୍ମର ମାସ କାର୍ତ୍ତିକ ମାସ । କାର୍ତ୍ତିକ ମାସ ପାଇଁ କୋରାପୁଟ ଜିଲ୍ଲାର ମଧ୍ୟ ଉତ୍ସବମୁଖର ହୋଇଉଠିଛି । ଶାବର ଶ୍ରୀକ୍ଷେତ୍ର କୋରାପୁଟ ଜଗନ୍ନାଥ ମନ୍ଦିରରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ମନ୍ଦିର ପ୍ରଶାସନ ତରଫରୁ କାର୍ତ୍ତିକ ବ୍ରତଧାରୀ ତଥା ବୟସ୍କ ହବିଷ୍ୟାଳି ମହିଳାଙ୍କ ବିନା ଶୁଳ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜଗନ୍ନାଥ ମନ୍ଦିରର ସମ୍ପାଦକ ଜଗବନ୍ଧୁ ସାମଲ ସୂଚନା ଦେଇଛନ୍ତି । ବୟସ୍କ ହବିଷ୍ୟାଳିମାନେ ମନ୍ଦିର ନିକଟରେ ରହି ସେମାନଙ୍କ ବ୍ରତ ପାଳନ କରିବା ପାଇଁ ବ୍ୟପକ ବ୍ୟବସ୍ଥା କରାଯାଇଛି ।
1 ମାସ ଧରି ଏହି ବ୍ରତ ପାଳନ ହେବାକୁ ଥିବା ବେଳେ ହବିଷ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ବୟସ୍କା ମହିଳାଙ୍କ ପାଇଁ ମନ୍ଦିର ପରିସରରେ ଥିବା ଯାତ୍ରୀ କୁଟୀରରେ ବିନାସ ଶୁଳ୍କରେ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ । ଗତକାଲି (କୁମାର ପୂର୍ଣ୍ଣିମା) ଏହି ଶିବିରର ଉଦଘାଟନ କରାଯାଇଛି । ଉଦଘାଟନୀ ସମୟ ସୁଦ୍ଧା ସମୁଦାୟ ୫୦ ଜଣ ଆବେଦନ କରିଥିବା ସୂଚନା ମିଳିଛି । ଏହି ମସ ଭିତରେ କେହିବି ବି ବୟସ୍କ ହବିଷ୍ୟାଳି ଏଠାକୁ ଆସି ପାରିବେ ବୋଲିି ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ...କାର୍ତ୍ତିକ ବ୍ରତ ପାଇଁ ପୁରୀରେ ପହଞ୍ଚିଲେ ହବିଷ୍ୟାଳୀ, ୫ଟି ଶିବିରରେ ରହଣି ବ୍ୟବସ୍ଥା
ତେବେ ବିଗତ ବର୍ଷ ଗୁଡିକରେ ହବିଷ୍ୟାଳିମାନେ ଶ୍ରୀକ୍ଷେତ୍ର ପୁରୀ ଯାଇ ହବିଷ ବ୍ରତ କରୁଥିଲେ । ହେଲେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଶାବର ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମନ୍ଦିରରେ ମଧ୍ୟରେ ବୟସ୍କ ହବିଷ୍ୟାଳିମାନଙ୍କ ପାଇଁ ବିନା ଶୁଳ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ଏହି ଶିବିରରେ ମାସ ତମାମ ରହିବା ପାଇଁ ଆସିଥିବା ବୟସ୍କ ମହିଳା ଆନନ୍ଦ ପ୍ରକାଶ କରିଛନ୍ତି ।
ଏହା ସହ ପୁରୀରେ ମଧ୍ୟ ପହଞ୍ଚିଛନ୍ତି ହବିଷ୍ୟାଳି । ରାଜ୍ୟ ସରକାରଙ୍କ ପକ୍ଷରୁ ହେବାକୁ ଥିବା ହବିଷ୍ୟାଳି ଶିବିରରେ ୩ ହଜାରରୁ ଅଧିକ ହବିଷ୍ୟାଳିଙ୍କ ସୁରକ୍ଷିତ ରହଣି, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ, ପାଲା ବ୍ୟବସ୍ଥା, ଚିକିତ୍ସା, ପରିମଳ, ପାନୀୟ ଜଳ, ନରେନ୍ଦ୍ର ପୁଷ୍କରିଣୀରେ ସ୍ନାନ ବ୍ୟବସ୍ଥା, ସ୍ୱେଚ୍ଛାସେବୀ ସହଯୋଗ ଇତ୍ୟାଦି ବ୍ୟବସ୍ଥା କରାଯାଇଛି । ହବିଷ୍ୟାଳୀମାନଙ୍କ ପାଇଁ ୫ଟି ରହଣି କେନ୍ଦ୍ରରେ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ...ପଞ୍ଜିକରଣ କରିପାରିନଥିବା ହବିଷ୍ୟାଳୀଙ୍କୁ ଶିବିରରେ ସ୍ଥାନ ଦେବାକୁ ଦାବି
ଏହା ମଧ୍ୟ ପଢନ୍ତୁ...Mangala Alati: ପ୍ରଭାତରୁ ଦର୍ଶନ କରନ୍ତୁ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ
ଇଟିଭା ଭାରତ,କୋରାପୁଟ