ETV Bharat / state

ମା' ଭଗବତୀଙ୍କ ପୀଠରେ ଚାଲିଛି ଷୋଡ଼ଶ ଦିନାତ୍ମକ ପୂଜା - କୋରାପୁଟରେ ଷୋଡଶ ଦିନାତ୍ମକ ଯାତ୍ରା ଆରମ୍ଭ

କୋରାପୁଟର ଆରାଧ୍ୟ ଦେବୀ ମା ଭଗବତୀଙ୍କ ପୀଠରେ ଆରମ୍ଭ ହୋଇଯାଇଛି ଷୋଡ଼ଶ ଦିନାତ୍ମକ ପୂଜା । ଏହି ଅବସରରେ ଜୟପୁରବାସୀଙ୍କ ପ୍ରତିନିଧିତ୍ଵ କରି ବିଧାୟକ ତାରାପ୍ରସାଦ ବାହିନୀପତି ମା ଭଗବତୀଙ୍କ ଠାରୁ ଆଜ୍ଞାମାଳ ଗ୍ରହଣ କରିଥିଲେ ।ଏଥିସହ ଜୟପୁରରେ ପ୍ରସିଦ୍ଧ ଦଶହରା ଉତ୍ସବର ଶୁଭାରମ୍ଭ ହୋଇଯାଇଛି । ଆଗକୁ ପଢ଼ନ୍ତୁ

ମା' ଭଗବତୀଙ୍କ ପୀଠରେ ଚାଲିଛି ଷୋଡଶ ଦିନାତ୍ମକ ପୂଜା

author img

By ETV Bharat Odisha Team

Published : Oct 8, 2023, 10:24 AM IST

Updated : Oct 8, 2023, 2:43 PM IST

ମା' ଭଗବତୀଙ୍କ ପୀଠରେ ଚାଲିଛି ଷୋଡ଼ଶ ଦିନାତ୍ମକ ପୂଜା

କୋରାପୁଟ: କୋରାପୁଟର ଆରାଧ୍ୟ ଦେବୀ ମା ଭଗବତୀଙ୍କ ପୀଠରେ ଆରମ୍ଭ ହୋଇଯାଇଛି ଷୋଡ଼ଶ ଦିନାତ୍ମକ ପୂଜା । ଏହି ଅବସରରେ ଜୟପୁରବାସୀଙ୍କ ପ୍ରତିନିଧିତ୍ଵ କରି ବିଧାୟକ ତାରାପ୍ରସାଦ ବାହିନୀପତି ମା ଭଗବତୀଙ୍କଠାରୁ ଆଜ୍ଞାମାଳ ଗ୍ରହଣ କରିଥିଲେ । ଏଥିସହ ଜୟପୁରରେ ପ୍ରସିଦ୍ଧ ଦଶହରା ନୀତିର ଶୁଭାରମ୍ଭ ହୋଇଯାଇଛି ।

କୋରାପୁଟର ଆରାଧ୍ୟ ଦେବୀ ମା ଭଗବତୀଙ୍କ ପୀଠରେ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି । ମୂଳାଷ୍ଟମୀ ଦିନଠୁ ଷୋହଳ ଦିନ ଧରି ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଥାଏ । ତେବେ ଜୟପୁରବାସୀଙ୍କ ପ୍ରତିନିଧିତ୍ଵ କରି ବିଧାୟକ ତାରାପ୍ରସାଦ ବାହିନୀପତି ମା ଭଗବତୀଙ୍କ ଠାରୁ ଆଜ୍ଞାମାଳ ଗ୍ରହଣ କରିବା ସହିତ ଜୟପୁରରେ ପ୍ରସିଦ୍ଧ ଦଶହରା ଉତ୍ସବର ଶୁଭାରମ୍ଭ ହୋଇଯାଇଛି ।

ଏହାମଧ୍ୟ ପଢନ୍ତୁ..ଯୋଗମାୟାଙ୍କ ଷୋଡଶ ଦିନାତ୍ମକ ଉପଚାର ବିଧି ଆରମ୍ଭ, ସୁନା ବେଶରେ ଦର୍ଶନ ଦେଲେ ମା’ କଟକ ଚଣ୍ଡୀ

ଷୋହଳ ଦିନ ଧରି ଚାଲିବାକୁ ଥିବା ଏହି ଦଶହରା ଉତ୍ସବରେ ଯୋଗଦେବା ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଦେବୀ ପୀଠରୁ ଭକ୍ତ ଓ ଦେବଦେବୀଙ୍କୁ ନିମନ୍ତ୍ରଣ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ରାଜାରାଜୁଡ଼ା ଅମଳରୁ ଚାଲି ଆସିଥିବା ପରମ୍ପରା ଅନୁଯାୟୀ ଚଳିତ ବର୍ଷ 50ରୁ ଉର୍ଦ୍ଧ୍ବ ଗ୍ରାମରୁ ଦେବୀଙ୍କ ପ୍ରତୀକ ଭାବେ ବିଶାଳ ଲାଠିକୁ ନେଇ ଗ୍ରାମବାସୀ ଜୟପୁର ଦଶହରାରେ ଯୋଗ ଦେବା ପାଇଁ ଆସିବେ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଜଣାଇଛନ୍ତି । ମୂଳାଷ୍ଟମୀ ଠାରୁ ଆରମ୍ଭ କରି ଦଶହରାର ଅପରାଜିତା ପୂଜା ହେବା ପର୍ଯ୍ୟନ୍ତ ଏହି ପର୍ବରେ ବିଭିନ୍ନ ପର୍ଯ୍ୟାୟରେ ଜୟପୁର ସହର ଅନେକ ପାରମ୍ପରିକ ଉତ୍ସବ ମଧ୍ୟ ଦେଇ ଚଳଚଞ୍ଚଳ ହୋଇ ଉଠିବ ବୋଲି ସେ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଭୈରବୀ ଶକ୍ତିପୀଠରେ ଆରମ୍ଭ ହେଲା ଗୁପ୍ତ ଷୋଳପୂଜା

ରାଜାରାଜୁଡ଼ା ଅମଳରୁ ଜୟପୁରରେ ଦଶହରାକୁ ବେଶ ଉତ୍ସାହର ସହ ପାଳନ କରାଯାଉଥିବା ବେଳେ ଦଶହରାରେ ଲାଠି ପଟୁଆରର ଦର୍ଶନ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିଡ ଦେଖାଯାଏ । ଅପରପକ୍ଷେ ଶାବର ଶ୍ରୀକ୍ଷେତ୍ର କୋରାପୁଟର ଜଗନ୍ନାଥ ମନ୍ଦିର ପରିସରରେ ମା ବିମଳାଙ୍କ ଷୋଡଶ ପୂଜା ସହିତ ଦଶହରା ପର୍ବର ଶୁଭାରମ୍ଭ ହୋଇଯାଇଛି ।

ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଦଶହରାର ବିଶେଷ ଆକର୍ଷଣ ଲାଠିଯାତ୍ରା ଅଟେ । କୋରାପୁଟ ସମସ୍ତ ଗାଁର ପୂଜକମାନେ ସେମାନଙ୍କ ଗ୍ରାମ ଦେବୀଙ୍କୁ ଲମ୍ବ ଲାଠିରେ ସ୍ଥାପନ କରି ମାଇଲ ମାଇଲ ବାଟ ଚାଲି ଚାଲି ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ମା ବିମାଳାଙ୍କ ମନ୍ଦିରକୁ ଆସିଥାନ୍ତି । ଏହିପରି ପଚାଶରୁ ଉର୍ଦ୍ଧ୍ବ ଲାଠୀଙ୍କୁ ନେଇ କୋରାପୁଟରେ ଲାଠିଯାତ୍ରା ଅନୁଷ୍ଠିତ ହୁଏ । ଏହି ଲାଠିଯାତ୍ରାର କେନ୍ଦ୍ରବିନ୍ଦୁ ସାଜନ୍ତି ଗୁରୁମାଇ ମାମାନେ । ସେମାନେ ବାଜା ବାଜିଲା ମାତ୍ରକେ ନାଚି ଉଠନ୍ତି । ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ଗୁରୁମାଇ ମାନଙ୍କୁ ନିମନ୍ତ୍ରଣ ଦିଆଯିବ ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, କୋରାପୁଟ

Last Updated : Oct 8, 2023, 2:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.