ETV Bharat / state

କାର-ଟ୍ରକ ମୁହାଁମୁହିଁ ଧକ୍କା; ଚାଲିଗଲା ବାପାମାଆ ଓ ଛୁଆର ଜୀବନ

author img

By

Published : Jun 27, 2023, 9:13 AM IST

Updated : Jun 27, 2023, 11:17 AM IST

କୋରାପୁଟରେ ଭୟଙ୍କର ସଡକ ଦୁର୍ଘଟଣା । କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ବାପା, ମାଆ ଓ ଶିଶୁ ମୃତ । ଅଧିକ ପଢନ୍ତୁ

accident in koraput
accident in koraput
accident in koraput

କୋରାପୁଟ: ପଟ୍ଟାଙ୍ଗୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଚାଲିଗଲା 3 ଜଣଙ୍କର ଜୀବନ । ଆଜି ଭୋର୍ ସମୟରେ କୋରାପୁଟ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ପଟ୍ଟାଙ୍ଗୀ ଥାନା ଶୁଣ୍ଢି ପୁଙ୍ଗାର ଗାଁ ନିକଟ ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବାପା, ମାଆ ଓ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ତେବେ ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆଜି ଭୋର୍ ସମୟରେ ପୁଙ୍ଗାର ଗାଁ ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି । ଗଞ୍ଜାମରୁ ଏକ ଏସିଡ ବୋଝେଇ ଟ୍ରକ ପଟ୍ଟାଙ୍ଗୀ ଦେଇ କୋରାପୁଟ ଆଡକୁ ଆସୁଥିଲା । ଏହି ସମୟରେ ଅପରପାର୍ଶ୍ଵରୁ ଜୟପୁରରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ ଟାଟା ଟିଗର କାର୍ ଉକ୍ତ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ କାରରେ ବସିଥିବା ଚାଳକ, ମହିଳା ଏବଂ ତାଙ୍କର 5 ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି । ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ଘଟଣା ପରେ ୨୬ ନଂ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଭାରିଯାନ ଚଳାଚଳ ବନ୍ଦ ରହିଛି । ଛୋଟ ଗାଡ଼ିଗୁଡ଼ିକ ଯାତାୟାତ କରୁଛି । ମୃତକମାନେ କେଉଁ ଅଞ୍ଚଳର ତାହା ଅସ୍ପଷ୍ଟ ରହିଥିବା ବେଳେ ପୋଲିସର ତଦନ୍ତ ପରେ ପରିଚୟ ଜଣାପଡିବ ।

ଏହା ମଧ୍ୟ ପଢନ୍ତୁ-ଦିଗପହଣ୍ଡିରେ ଦୁଇ ବସ୍ ମୁହାଁମୁହିଁ ଧକ୍କା: 11 ମୃତ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗତ ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଦିଗପହଣ୍ଡିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ରାତି ପ୍ରାୟ 1ଟା ସମୟରେ ଦିଗପହଣ୍ଡି ଡେଙ୍ଗାଓସ୍ତା ରାସ୍ତାରେ ଓଏସଆରଟିସି ବସ୍ ଓ ଘରୋଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଓଏସଆରଟିସି ବସଟି ରାୟଗଡା ଗୁଡାରିରୁ ଭୁବନେଶ୍ବର ଆସୁଥିବା ବେଳେ ଯାତ୍ରୀବାହୀ ବସ୍ ବିବାହ ଭୋଜିରେ ଯୋଗ ଦେଇ ବ୍ରହ୍ମପୁରରୁ ଫେରୁଥିଲା । ଏହି ସମୟରେ ଦିଗପହଣ୍ଡି ଠାରେ ଦୁଇ ବସ୍ ପରସ୍ପରକୁ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ 11 ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ସେଠାରେ ପହଞ୍ଚିଥିଲା । ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ରବିବାର ବ୍ରହ୍ମପୁରରେ ସୋନେଲିଙ୍କ ସହିତ ଉମେଶଙ୍କ ବିବାହ ହୋଇଥିଲା । ପ୍ରଥମେ ବରଘର କନ୍ୟାଘରକୁ ଆସି ବିବାହ ସରିବା ପରେ ଝିଅକୁ ସନ୍ଧ୍ୟାରେ ବିଦା କରାଯାଇଥିଲା । ଏହାପରେ ରାତି 8ଟାରେ କନ୍ୟାଯାତ୍ରୀ ବରଘରକୁ ଯାଇଥିଲେ । ବିଳମ୍ବିତ ରାତିରେ ଫେରିବା ସମୟରେ ଦିଗପହଣ୍ଡି ଠାରେ ଯାତ୍ରୀବାହୀ ବସକୁ ଧକ୍କା ଦେଇଥିଲା ସରକାରୀ ବସ । ଆଉ ନିମିଷକ ମଧ୍ୟରେ ଚାଲିଯାଇଥିଲା 11 ନିରିହ ଜୀବନ ।

ଇଟିଭି ଭାରତ, କୋରାପୁଟ

Last Updated : Jun 27, 2023, 11:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.