ETV Bharat / state

ଆଜିଠାରୁ ଦେଓମାଳିରେ ୧୪୪ ଧାରା ଜାରି - ଦେଓମାଳି ପର୍ବତରେ ବୁଲିବା ଉପରେ କଟକଣା

ଦେଓମାଳିରେ ରାତ୍ରିଯାପନ ଓ ସନ୍ଧ୍ୟା ପରେ ବୁଲିବା ଉପରେ ଲାଗିଲା କଟକଣା । ରାତି ୯ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ଏଠାରେ ୧୪୪ ଧାରା ଜାରି । ଅଧିକ ପଢନ୍ତୁ

ଦେଓମାଳିରେ ୧୪୪ ଧାରା ଜାରି
ଦେଓମାଳିରେ ୧୪୪ ଧାରା ଜାରି
author img

By

Published : Nov 22, 2022, 8:21 AM IST

କୋରାପୁଟ: ରାଜ୍ୟର ସର୍ବୋଚ୍ଚ ଗିରିଶୃଙ୍ଗ ଦେଓମାଳିରେ ଲାଗିଲା କଟକଣା । ଦେଓମାଳି ପର୍ବତରେ ରାତ୍ରିଯାପନ କିମ୍ବା ସନ୍ଧ୍ୟା ପରେ ବୁଲିବା ଉପରେ କୋରାପୁଟ ଜିଲ୍ଲା ପ୍ରଶାସନ ନିଷେଧାଦେଶ ଜାରି କରିଛି । ଗତ କିଛିଦିନ ଧରି ଅନେକ ଅସାମାଜିକ ବ୍ୟକ୍ତି ଦେଓମାଳି ପର୍ବତରେ ଟେଣ୍ଟ ପକାଇ ରାତ୍ରିଯାପନ କରୁଥିବା ସହ ମନ ଇଚ୍ଛା କ୍ୟାମ୍ପ ଫାୟାର ଆୟୋଜନ କରୁଥିବା ଦେଖାଯାଇଥିଲା । ଏହିପରି କାର୍ଯ୍ୟ ଦେଓମାଳିର ପ୍ରାକୃତିକ ପରିବେଶ ଉପରେ ପ୍ରଭାବ ପକାଇବାର ଆଶଙ୍କା ଥିବା ଯୋଗୁଁ କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର(Abdaal Akhtar) ଏହି ନିଷେଧାଦେଶ ଜାରି କରିଛନ୍ତି ।

ଦେଓମାଳିରେ ରାତ୍ରିଯାପନକୁ ବାରଣ କରିବା ସହ ଆଜି(ମଙ୍ଗଳବାର) ଠାରୁ ଆସନ୍ତା 60 ଦିନ ପର୍ଯ୍ୟନ୍ତ ରାତି 9ଟାରୁ ସକାଳ 8ଟା ପର୍ଯ୍ୟନ୍ତ ସେହି ଅଞ୍ଚଳରେ 144 ଧାରା ଜାରି କରାଯିବ । ଏଠାରେ ରାତ୍ରି ଚଳପ୍ରଚଳକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗତ 2021 ମସିହାରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି କଟକଣା ଜାରି କରାଯାଇଥିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.