ETV Bharat / state

Panchayat Polls: ଚାଲିଛି ଗଣତନ୍ତ୍ରର ମହାପର୍ବ, ଶାନ୍ତିଶୃଙ୍ଖଳାରେ ଭୋଟ ଦେଉଛି କୋଟିଆ - କୋଟିଆରେ ପଞ୍ଚାୟତ ନିର୍ବାଚନ

ଆନ୍ଧ୍ର-ଓଡିଶା ସୀମାନ୍ତ ବିବାଦୀୟ କୋଟିଆରେ ସୁରୁଖୁରୁରେ ଚାଲିଛି ପଞ୍ଚାୟତ ନିର୍ବାଚନ । ଭୋଟ ଦେଉଛନ୍ତି କୋଟିଆବାସୀ । ଅଧିକ ପଢନ୍ତୁ

Panchayat Election: ଭୋଟ ଦେଉଛି କୋଟିଆ
Panchayat Election: ଭୋଟ ଦେଉଛି କୋଟିଆ
author img

By

Published : Feb 18, 2022, 12:51 PM IST

Updated : Feb 18, 2022, 2:18 PM IST

କୋରାପୁଟ: ଭୋଟ ଦେଉଛି କୋଟିଆ । ଓଡିଶା-ଆନ୍ଧ୍ର ସୀମାନ୍ତ ବିବାଦୀୟ କୋଟିଆରେ ପଞ୍ଚାୟତରେ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ସମସ୍ତ ଦ୍ବନ୍ଦକୁ ପଛରେ ପକାଇ ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ସୁରୁଖୁରୁରେ ଚାଲିଛି ଭୋଟିଂ । ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବା ଏହି ନିର୍ବାଚନ ପ୍ରକ୍ରିୟାରେ ବିଭିନ୍ନ ଗ୍ରାମର ଲୋକେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବା ପରିଲକ୍ଷିତ ହୋଇଛି । ବର୍ତ୍ତମାନ ସୁଦ୍ଧାରେ କୋଟିଆରେ 40 ପ୍ରତିଶତ ମତଦାନ ହୋଇଛି । ତେବେ ଆନ୍ଧ୍ରର କିଛି ଲୋକେ କୋଟିଆବାସୀଙ୍କୁ ଭୋଟ ନ ଦେବାକୁ ଉସକାଉଥିବାର ଜଣାଯାଇଛି । ଏହାସତ୍ତ୍ବେ ମଧ୍ୟ ବିନା କୌଣସି ସମସ୍ୟାରେ ମତଦାନ ଚାଲିଥିବାର ଦେଖାଯାଇଛି ।

Panchayat Polls: ଚାଲିଛି ଗଣତନ୍ତ୍ରର ମହାପର୍ବ, ଶାନ୍ତିଶୃଙ୍ଖଳାରେ ଭୋଟ ଦେଉଛି କୋଟିଆ

କୋଟିଆ ପଞ୍ଚାୟତରେ ସମୁଦାୟ 5,197 ଜଣ ଭୋଟର ରହିଛନ୍ତି । ଏଠାରେ ଜିଲ୍ଲା ପରିଷଦ ଆସନଟି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ପଟ୍ଟାଙ୍ଗୀ ଜୋନ-୧ ପାଇଁ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନୀ ଓ ନିର୍ଦଳୀୟ ପ୍ରାର୍ଥୀ ଟିକାଇ ଗେମେଲଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା ବେଳେ କୋଟିଆ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ସାତ ଜଣ ପ୍ରାର୍ଥୀ ରଣାଙ୍ଗନରେ ଅଛନ୍ତି ।

କୌଣସି ଅପ୍ରୀତିକର ପରିସ୍ଥିତି ଏବଂ ବିଶୃଙ୍ଖଳାକୁ ଏଡାଇବା ପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । କଡା ସୁରକ୍ଷା ମଧ୍ୟରେ ଗାଁ ନେତା ବାଛୁଛନ୍ତି କୋଟିଆବାସୀ । କିଛି ସ୍ଥାନରେ ନିଜ ନାଁ ଭୋଟ କେନ୍ଦ୍ରର ତାଲିକାରେ ନଥିବା ଯୋଗୁଁ ଭୋଟର ଫେରିଯାଇଥିବାର ଅଭିଯୋଗ ହୋଇଛି । ଆଉ କିଛି ଜାଗାରେ ଅନେକ ବାଟ ଚାଲି ଚାଲି ଆସିବା ପରେ ବି କେହି ନେତା ସେମାନଙ୍କ ଭଲ ମନ୍ଦ ବୁଝୁନଥିବା ଭୋଟର ଅଭିଯୋଗ କରିଛନ୍ତି । ସବୁପରେ ମଧ୍ୟ ଫଗୁଣସିନେରୀ ଠାରୁ ଆରମ୍ଭ କରି ମାଡକାର, କୋଟିଆ, ସେଂବି ଓ ତାଡିବାଲାସା ପୋଲିଂ ବୁଥ୍‌ରେ ବିନା କୌଣସି ଦ୍ବନ୍ଦରେ ମତଦାନ ଚାଲିଥିବା ହୋଇଥିବା କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁର ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Feb 18, 2022, 2:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.