ETV Bharat / state

ଆଦିବାସୀ ଜନଜାତିର ଅର୍ଥନୀତି ସଲପ ଗଛ - salap tree boost livelihoods

କୁହାଯାଏ, ଘର ସାମ୍ନାରେ ସଲପ ଗଛଟିଏ ଥିଲେ ଘରେ ପେଜ ଖାଇବାକୁ ଚିନ୍ତା ନଥାଏ । ଆଦିବାସୀ ଜନସାଧାରଣ ଜୀବନ ଧାରଣକୁ ଉନ୍ନତ କରେ ସଲପ ଗଛ । ଅଧିକ ପଢନ୍ତୁ

ଆଦିବାସୀ ଜନଜାତିର ଅର୍ଥନୀତି ସଲପ ଗଛ
ଆଦିବାସୀ ଜନଜାତିର ଅର୍ଥନୀତି ସଲପ ଗଛ
author img

By

Published : Apr 26, 2022, 11:21 AM IST

କୋରାପୁଟ: ଆଦିବାସୀ ଜନଜାତିରେ କୁହାଯାଏ, ଘର ସାମ୍ନାରେ ସଲପ ଗଛଟିଏ ଥିଲେ ଘରେ ପେଜ ଖାଇବାକୁ ଚିନ୍ତା ନଥାଏ । ସଲପ ଗଛର ଭଣ୍ଡାରୁ ମଧୁର ରସ ସଂଗ୍ରହ କରି ଗଛର ମାଲିକ ବେଶ୍ ଦୁଇ ପଇସା ରୋଜଗାର କରିଥାନ୍ତି । ସୂର୍ଯ୍ୟୋଦୟ ପୂର୍ବରୁ ଏହା ଏକ ସୁସ୍ଥ ପାନୀୟ ଭାବେ ଗ୍ରହଣ କରାଯାଉଥିବାବେଳେ ସୂର୍ଯ୍ୟୋଦୟ ପରେ ଏହି ପାନୀୟ ସେବନ କରି ଲୋକେ ସାମାନ୍ୟ ନିଶାସକ୍ତ ହୋଇଥାନ୍ତି । ତେଣୁ କୋରାପୁଟ ଜିଲ୍ଲା ଗୁପ୍ତେଶ୍ବର ଜଙ୍ଗଲ ମଧ୍ୟରେ ଥିବା ଆଦିବାସୀ ଆଧ୍ୟୁଷିତ ସିରିବେଡା ଗାଁରେ ସୂର୍ଯ୍ୟୋଦୟ ପରେ ଭଣ୍ଡା ପଡ଼ିଥିବା ସଲପ ଗଛ ନିକଟରେ ଖୁବ୍ ଭିଡ ଲାଗିଥାଏ ।

ଆଦିବାସୀ ଜନଜାତିର ଅର୍ଥନୀତି ସଲପ ଗଛ

ସଲପ ଗଛର ମାଲିକ ଭଣ୍ଡା ନିକଟରେ ହାଣ୍ଡି ବାନ୍ଧି ସକାଳୁ ଝରୁଥିବା ସଲପ ରସ ସଂଗ୍ରହ କରିଥାନ୍ତି । ତଳେ ଠିଆ ହୋଇ ଲୋକେ ତାଙ୍କ ଆବଶ୍ୟକତା ମୁତାବକ ସଲପର ବରାଦ ଦିଅନ୍ତି । ଛୋଟ ଢାଳରେ 20 ଟଙ୍କାର ଓ ବଡ ଢାଳରେ 50 ଟଙ୍କାର ସଲପ ନେବା ପାଇଁ ଗ୍ରାହକ ଆତୁର ହୋଇ ଉପରକୁ ଅନାଇଥାନ୍ତି । ସେହି ଭଣ୍ଡାରୁ ଦିନକୁ ପ୍ରାୟ 200 ଟଙ୍କାର ସଲପ ବାହାରୁଥିବା ଯୋଗୁଁ ଲୋକେ ସେହି ପାନୀୟ ପାଇବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଲଗାଇଥାନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଗୋଟିଏ ଗଛର ଭଣ୍ଡାରୁ ବର୍ଷେ ରସ ସଂଗ୍ରହ ହୋଇଥାଏ । ତେବେ ସଲପ ରସ ବିକ୍ରି ପାଇଁ ଗଛର ମାଲିକଙ୍କ ଚିନ୍ତା ନ ଥାଏ ବୋଲି ସିରିବେଡା ବାସିନ୍ଦା କହିଛନ୍ତି । ସକାଳ ହେବା ମାତ୍ରେ ଲୋକେ ଏହାକୁ କିଣିବାକୁ ଗଛ ମୂଳରେ ଭିଡ ଜମାଇଥାନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.