ETV Bharat / state

ମେଡିକାଲ କଲେଜରେ ମାସ୍କ ବଣ୍ଟନରେ ପାତରଅନ୍ତରକୁ ନେଇ କର୍ମଚାରୀ ଅଶାନ୍ତି - Coronavirus news

ମହାମାରୀ କୋରୋନାର ଭୟ ଅନେକ ଦିନ ହେବ ଲାଗି ରହିଛି । ଅବିଭକ୍ତ କୋରାପୁଟର ଏକମାତ୍ର ମେଡିକାଲ କଲେଜରେ ମାସ୍କର ଅଭାବ । ଏହାକୁ ନେଇ ଏସଏଲଏନସି ମେଡିକାଲ କଲେଜର କାର୍ଯ୍ୟରତ କର୍ମଚାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏନେଇ ସେମାନେ ହସ୍ପିଟାଲ ସୁପେରିଟେଣ୍ଡେଣ୍ଟ ହରେକୃଷ୍ଣ ଦଳେଇଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

sahid-laxman-nayak-medical-college-koraput-mask-distrubtion-employee-disturbance
କୋରାପୁଟ ମେଡିକାଲ କଲେଜରେ ମାସ୍କ ବଣ୍ଟନରେ ପାତରଅନ୍ତରକୁ ନେଇ କର୍ମଚାରୀ ଅଶାନ୍ତି
author img

By

Published : Mar 31, 2020, 7:57 PM IST

କୋରାପୁଟ: ଚାରିଆଡେ ମହାମାରୀ କୋରୋନାର ଆତଙ୍କ । ଅବିଭକ୍ତ କୋରାପୁଟର ଏକମାତ୍ର ମେଡିକାଲ କଲେଜରେ ମାସ୍କର ଅଭାବ । ଏହାକୁ ନେଇ ଏସଏଲଏନସି ମେଡିକାଲ କଲେଜର କାର୍ଯ୍ୟରତ କର୍ମଚାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କୋରୋନାର ଭୟ ଓ ଅସୁରକ୍ଷିତ କର୍ମକ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଭିଯୋଗରୁ ବାଦ ପଡିନାହିଁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ।

କୋରାପୁଟ ମେଡିକାଲ କଲେଜରେ ମାସ୍କ ବଣ୍ଟନରେ ପାତରଅନ୍ତରକୁ ନେଇ କର୍ମଚାରୀ ଅଶାନ୍ତି

ମହାମାରୀ କୋରୋନାର ଭୟ ଅନେକ ଦିନ ହେବ ଲାଗି ରହିଛି । ସରକାରଙ୍କ ତରଫରୁ ଏଠାରେ କାର୍ଯ୍ୟରତ କର୍ମଚାରୀ, ସ୍ବାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷାର କବଚ ଭାବେ ଦିଆଯାଉଥିବା ମାସ୍କ , ସାନିଟାଇଜର, ଗ୍ଲୋଭସ ପ୍ରଭୃତି ଦିଆଯାଇନଥିବାରୁ ଚାପା ଅସନ୍ତୋଷ ଦେଖାଦେଇଛି । ମେଡିକାଲରେ କିଛି ପରିମାଣରେ ଏହି ସୁରକ୍ଷା କିଟ ହସ୍ପିଟାଲକୁ ଆସିବା ପରେ ଏହାର ବଣ୍ଟନରେ ପାତର ଅନ୍ତର କରାଯାଇଥିବା ଷ୍ଟାଫ ନର୍ସ , ସୁଇପର , ସିକ୍ୟୁରିଟି ଗାର୍ଡ ପ୍ରଭୃତି କର୍ମଚାରୀ ଅଭିଯୋଗ କରିଛନ୍ତି । ରୋଗୀଙ୍କ ଅତି ପାଖରେ ରହି କାର୍ଯ୍ୟ କରୁଥିବା ନର୍ସ ,ସ୍ବାସ୍ଥ୍ୟ କର୍ମୀ ଓ ସୁଇପରଙ୍କୁ ସେଥିରୁ କିଛି ନଦେଇ କର୍ତ୍ତୃପକ୍ଷ କେଵଳ ଡାକ୍ତରଙ୍କୁ ଯୋଗାଇଦେବା ଘଟଣାକୁ ସେମାନେ ସହଜରେ ଗ୍ରହଣ କରିପାରିନାହାନ୍ତି ।

ଏନେଇ ସେମାନେ ହସ୍ପିଟାଲ ସୁପେରିଟେଣ୍ଡେଣ୍ଟ ହରେକୃଷ୍ଣ ଦଳେଇଙ୍କୁ ଭେଟି ଅଭିଯୋଗ କରିଥିଲେ । ଏହି କିଟ କମ ପରିମାଣରେ ଆସିଥିବା ଯୋଗୁଁ ସେ ଅଗ୍ରାଧିକାର ଭିତ୍ତିରେ ଏହାକୁ ବଣ୍ଟନ କରିଥିବା ଜଣାଇଛନ୍ତି । ତେବେ ଅଭିଯୋଗକାରୀ ସରକାର ଦ୍ବାରା ସେମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପ୍ରଦାନ କରିବାରେ ପାତରଅନ୍ତର ନୀତି ଅବଲମ୍ବନ କରାଯାଇଥିବାରୁ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.